Excuse Me Odisha

ଯାହା କହିବୁ ସତ କହିବୁ

ଯଦି କୋଟିପତି ହେବା ପାଇଁ ଚାହୁଁଛନ୍ତି, ତା ହେଲେ ବୁଧବାର ଦିନ କରନ୍ତୁ ଏହି ଛୋଟିଆ କାମଟିଏ…..

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବୀ ଓ ଦେବତାଙ୍କୁ ସମର୍ପିତ ଅଟେ। ଯେପରି ବୁଧବାର ଦିନର ଅଧିପତି ବୁଧ ଗ୍ରହ ମାନା ଯାଇଛି। ଏହାସହିତ ବୁଧବାର ଦିନ ବିଘ୍ନ ବିନାଶକ ରଭୁ ଶ୍ରୀଗଣେଶଙ୍କୁ ମଧ୍ୟ ସମର୍ପିତ ଅଟେ। ଯେତେବେଳେ ଭଗବାନ ଶିବ ଗଣେଶଙ୍କ ମୁଣ୍ଡ କାଟି ହାତୀ ମୁଣ୍ଡ ଲଗାଇଲେ, ତାପରେ ସମସ୍ତ ଦେବୀ ଓ ଦେବତା ମାନେ ଗଣେଶଙ୍କୁ ଆଶୀର୍ବାଦ ଦେଇଥିଲେ କି ପ୍ରଭୁ ଗଣେଶ ପ୍ରଥମ ପୂଜ୍ୟ ଭାବରେ ପୂଜା ପାଇବେ।

ସେହିଦିନ ଠାରୁ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ପ୍ରଥମେ ଶ୍ରୀଗଣେଶଙ୍କର ପୂଜା କରାଯାଇଥାଏ। ତାପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥାଏ। ଭଗବାନ ଗଣେଶ ଦାସ ଦିଗର ସ୍ବାମୀ ଅଟନ୍ତି। ତେଣୁ ତାଙ୍କ ଆଜ୍ଞା ବିନା କୌଣସି ଦେବୀ ଓ ଦେବତା ପୂଜାରେ ଆଗମନ ହୋଇ ନଥାନ୍ତି। ଆଜି ଆମେ ଆପଣଙ୍କୁ ପ୍ରଭୁ ଶ୍ରୀଗଣେଶଙ୍କର କୃପା ଲାଭ କରିବା ପାଇଁ ଏବଂ ତାଙ୍କୁ ପ୍ରସନ୍ନ କରିବା ପାଇଁ ବୁଧବାର ଦିନ କିଛି ଖାସ ଉପାୟ କହିବାକୁ ଯାଉଛୁ। ଯାହାକୁ କରିବା ଦ୍ଵାରା ଆପଣ ଧନବାନ ହୋଇଯିବେ।

ପ୍ରଭୁ ଶ୍ରୀଗଣେଶ ଅତ୍ୟନ୍ତ ଶାନ୍ତ ଓ ବୁଦ୍ଧିମାନ ହୋଇଥାନ୍ତି। ତାଙ୍କୁ ଛୋଟ ଛୋଟ ଜିନିଷ ଦେଇ ମଧ୍ୟ ପ୍ରସନ୍ନ କରାଯାଇ ପାରିବ। ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ତାଙ୍କର ପ୍ରିୟ ବସ୍ତୁ ରହିବା ନିହାତି ଆବଶ୍ୟକ ଅଟେ। ଯେପରି ଲାଲ ବସ୍ତ୍ର, ଲାଲ ଫୁଲ, ଚନ୍ଦନ, ସିନ୍ଦୂର, ଚାଉଳ, ଦୁବ ଇତ୍ୟାଦି। ଏହିସବୁ ଜିନିଷ ପ୍ରଭୁ ଗଣେଶଙ୍କର ପ୍ରିୟ ଅଟେ। ଏହାସହିତ ଘିଅର ଦୀପ ପ୍ରଜ୍ବଳନ କରିବା ଆବଶ୍ୟକ। ପ୍ରଭୁ ଗଣେଶଙ୍କୁ ଲଡୁ ଅର୍ପଣ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ପ୍ରଭୁ ଗଣେଶଙ୍କୁ ଦୁବ ଅର୍ପଣ କରିବା ଶୁଭ ମାନା ଯାଇଛି। ତେଣୁ ଯଦି ଆପଣ ନିଜ ଜୀବନରେ ସବୁ ସମସ୍ୟାକୁ ଦୂର କରିବା ପାଇଁ ଚାହୁଁଛନ୍ତି, ତାହେଲେ ଦୁବ ଘାସ ଅଳ୍ପ ଆଣି ଏହାକୁ ସାତ ବିଡା ବାନ୍ଧି ଦିଅନ୍ତୁ। ତାପରେ ଏହାକୁ ପ୍ରଭୁ ଶ୍ରୀଗଣେଶଙ୍କ ପାଖରେ ଅର୍ପଣ କରି ନିଜର ମନର ଶାନ୍ତି ପାଇଁ କାମନା କରନ୍ତୁ। ଦେଖିବେ ଆପଣଙ୍କର ଦୁଃଖକଷ୍ଟ ଦୂର ହୋଇଯିବ। ଦୁବ ଘାସ ପ୍ରଭୁ ଶ୍ରୀଗଣେଶଙ୍କର ଅତ୍ୟନ୍ତ ପ୍ରିୟ ଅଟେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *