Excuse Me Odisha

ଯାହା କହିବୁ ସତ କହିବୁ

ଏହି ୭ଟି ସଂକେତ ପାଉଥିବା ବ୍ୟକ୍ତିର କେବେ ବି ହୋଇ ନଥାଏ ଅକାଳ ମୃତ୍ୟୁ,ଜାଣନ୍ତୁ ସେ ସବୁ ସଂକେତ କଣ କଣ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନଙ୍କ ସୃଷ୍ଟିରେ ଅନେକ ନିୟମ ରହିଛି। ଯେପରି ସୁଖ ପରେ ଦୁଃଖ ଆସିଥାଏ ଏବଂ ଦୁଃଖ ପରେ ସୁଖ ଆସିଥାଏ। ସେହିପରି ଜନ୍ମ ପରେ ମୃତ୍ୟୁ ଆସିଥାଏ ଏବଂ ମୃତ୍ୟୁ ପରେ ପୁଣି ପ୍ରାଣୀର ପୁନର୍ଜନ୍ମ ହୋଇଥାଏ। ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁର ସମୟ ଆସିଯାଏ, ସେତେବେଳେ ଯମରାଜାଙ୍କ ଦୂତ ମାନେ ସେହି ବ୍ୟକ୍ତି ପାଖକୁ ଆସି ଅନେକ ସଂକେତ ଦେଇଥାନ୍ତି।

ବିଷ୍ଣୁ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ହୋଇ ନଥାଏ, ସେମାନଙ୍କୁ ଅନେକ ଲକ୍ଷଣ ଦେଖା ଯାଇଥାଏ। ଏହାସହିତ ସେହି ବ୍ୟକ୍ତିର ମୃତ୍ୟୁ ପରେ ସେ ଭଗବାନ ବିଷ୍ଣୁଙ୍କ ଶରଣକୁ ଯାଇଥାଏ। ସେହି ବ୍ୟକ୍ତି ବଞ୍ଚିଥିବା ସମୟରେ ଅନେକ ସୁଖ ଭୋଗ କରିଥାଏ। ପୌରାଣିକ ମାନ୍ୟତା ଅନୁସାରେ ଥରେ ଯମରାଜା ପାଞ୍ଚଜଣ ପ୍ରାଣୀଙ୍କ ପ୍ରାଣ ହରଣ କରିବା ପାଇଁ ପୃଥିବୀ ପୃଷ୍ଠକୁ ଯାଇଥିଲେ। ସେ ଦେଖିଲେ ପାଞ୍ଚଜଣ ମନୁଷ୍ୟ ଶୋଇଛନ୍ତି। ଯମରାଜ ତାଙ୍କ ଦୂତ ମାନଙ୍କୁ କହିଲେ କି କୌଣସି ଜଣଙ୍କର ପ୍ରାଣ ଛାଡ଼ି ଅନ୍ୟ ଚାରିଜଣଙ୍କ ପ୍ରାଣ ହରଣ କରି ନିଅ।

ଏହା ଶୁଣି ଯମଦୂତମାନେ ଯମରାଜାଙ୍କୁ କହିଲେ, ହେ ପ୍ରଭୁ ଆପଣଙ୍କର ଏଭଳି କରିବାର କାରଣ କଣ ଆମକୁ ବିସ୍ତାର ରୂପରେ କୁହନ୍ତୁ। ଏହା ଶୁଣି ଯମରାଜା କହିଲେ ଭଗବାନ ଶ୍ରିହରି ବିଷ୍ଣୁ ମୋତେ ଲୋକଙ୍କର ପାପ ପୁଣ୍ୟ ବିଚାର କରିବା ପାଇଁ ନିଯୁକ୍ତ କରିଛନ୍ତି। ମୋ ଉପର ଭଗବାନ ବିଷ୍ଣୁ ରହିଛନ୍ତି। ଯେଉଁ ବ୍ୟକ୍ତି ଉପରେ ଭଗବାନ ବିଷ୍ଣୁଙ୍କ କୃପା ରହିଛି, ତାର ପ୍ରାଣ ହରଣ କରିବାର ଅଧିକାର ମୋର ନାହିଁ। ତାପରେ ଯମଦୂତମାନେ କହିଲେ, ହେ ପ୍ରଭୁ! ଆପଣ ଆମକୁ ସେହି ମନୁଷ୍ୟ ବିଷୟରେ କୁହନ୍ତୁ, ଯାହାର ଅକାଳ ମୃତ୍ୟୁ ଟଳି ଯାଇଛି। ଯେଉଁ ମନୁଷ୍ୟ ମଧ୍ୟରେ ଏହି ସାତ ଲକ୍ଷଣ ରହିଥିବ, ତାର କେବେବି ଅକାଳ ମୃତ୍ୟୁ ହେବ ନାହିଁ। ତେବେ ସେହି ଲକ୍ଷଣ ଗୁଡ଼ିକ ହେଉଛି –

– ଯେଉଁ ମନୁଷ୍ୟ ନିଜ ଧର୍ମ ମାର୍ଗରୁ ହଟେ ନାହିଁ ଏବଂ ଯିଏ ନିଜ ଶତ୍ରୁ ସହିତ ମଧ୍ୟ କପଟ କରି ନଥାଏ, ତାର କେବେବି ଅକାଳ ମୃତ୍ୟୁ ହୋଇ ନଥାଏ।

– ଯେଉଁ ମନୁଷ୍ୟ କେବେବି କୌଣସି ଜୀବ ଉପରେ ହିଂସା ଆଚରଣ କରି ନଥାଏ, ଯିଏ କେବେବି କ୍ରୋଧ ବଶତଃ କାହା ସହିତ ଅତ୍ୟାଚାର କରି ନଥାଏ, ଯାହାଙ୍କ ମନରେ ଜୀବଜନ୍ତୁ ମାନଙ୍କ ପ୍ରତି କରୁଣା ଭାବନା ଆସିଥାଏ, ତାଙ୍କର କେବେବି ଅକାଳ ମୃତ୍ୟୁ ହୋଇ ନଥାଏ।

– ଯେଉଁ ମନୁଷ୍ୟ କେବେବି ଚୋରି କରେ ନାହିଁ, କୌଣସି ବ୍ୟକ୍ତିର ଧନ ସାମ୍ନାରେ ରହିଲେ ମଧ୍ୟ ଲୋଭ କରେ ନାହିଁ, ତାଙ୍କୁ କେବେବି ଅକାଳ ମୃତ୍ୟୁ ପ୍ରାପ୍ତ ହୁଏ ନାହିଁ।

– ଯେଉଁ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁସାରେ ଅସହାୟ ଲିନଙ୍କୁ ଦାନ ଦେଇଥାଏ, ଯିଏ ଗାଈର ସେବା କରିଥାନ୍ତି, ସେମାନଙ୍କୁ କେବେବି ଅକାଳ ମୃତ୍ୟୁ ଆସେ ନାହିଁ।

– ଯେଉଁ ବ୍ୟକ୍ତି ଅନ୍ୟମାନଙ୍କର ନିନ୍ଦା କରି ନଥାଏ ବା ଈର୍ଷା କରି ନଥାଏ, ଅସହାୟ ଲୋକଙ୍କୁ ଦେଖି ଯିଏ ଅବହେଳା କରି ନଥାଏ, ତାଙ୍କର ଅକାଳ ମୃତ୍ୟୁ ହୋଇ ନଥାଏ।

– ଯେଉଁ ପୁରୁଷ ଅନ୍ୟ ସ୍ତ୍ରୀଙ୍କୁ ଖରାପ ନଜରରେ ଦେଖି ନଥାନ୍ତି, ଅନ୍ୟ ନାରୀ ମାନଙ୍କୁ ଯଥେଷ୍ଟ ସମ୍ମାନ କରିଥାନ୍ତି ଏବଂ ନିଜ ପତ୍ନୀଙ୍କୁ ହିଁ ସମ୍ମାନ ଓ ପ୍ରେମ କରି ଥାଆନ୍ତି, ତାଙ୍କର ଅକାଳ ମୃତ୍ୟୁ ହୋଇ ନଥାଏ।

– ଯେଉଁ ବ୍ୟକ୍ତି ସ୍ନାନ କରି ସର୍ବଦା ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତି ଏବଂ ସବୁଦିନ ଭଗବାନ ବିଷ୍ଣୁଙ୍କୁ ଆରାଧନା କରିଥାନ୍ତି, ସବୁ ବିପଦ ଆପଦ କଥା ଈଶ୍ୱରଙ୍କୁ ଜଣାନ୍ତି, ତାଙ୍କର କେବେବି ଅକାଳ ମୃତ୍ୟୁ ହୋଇ ନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *