Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ଦିନ ଝିଟିପିଟି ଦେଖିଲେ ଦେବୀ ଲକ୍ଷ୍ମୀ ଦେଇଥାନ୍ତି ସଂକେତ। ଧନଧାନ୍ୟରେ ପରିପୂର୍ଣ ହୋଇଯିବ ଘର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣଙ୍କୁ ଦୀପାବଳୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଦୀପାବଳି ପର୍ବ କାର୍ତ୍ତିକ ମାସର ଅମାବାସ୍ୟା ତିଥି ଦିନ ପଡ଼ିଥାଏ। ଦୀପାବଳୀର ମୁହୂର୍ତ୍ତ ଧନ୍ତେରସ ଠାରୁ ଆରମ୍ଭ ହହୋଇ ଥାଏ।ଆଧ୍ୟାତ୍ମିକ ଦୃଷ୍ଟିରୁ ଏହା ଅନ୍ଧକାର ଉପରେ ଆଲୋକର ବିଜୟ ଅଟେ।

ଭାରତରେ ଦୀପାବଳି ଉତ୍ସବ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଇଥାଏ। ଦୀପାବଳି ପର୍ବରେ ପ୍ରଭୁ ଶ୍ରୀଗଣେଶ , ମାଆ କାଳୀ, ଧନର ଦେବତା କୁବେର ମହାରାଜ, ଦେବୀ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଦୀପାବଳି ପର୍ବ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ। ଏଥର କାର୍ତ୍ତିକ ଅମାବାସ୍ୟା ତିଥି ଅକ୍ଟୋବର ୨୪ ଓ ୨୫ ତାରିଖରେ ପଡୁଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଦୀପାବଳି ଦିନ ଘରେ ଝିଟିପିଟି ଦେଖିଲେ କେଉଁ ସଂକେତ ମିଳିଥାଏ।

ଶାସ୍ତ୍ର ଅନୁସାରେ ଝିଟିପିଟି ଶରୀର ଉପରେ ପଡ଼ିବା ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ଆଡ଼କୁ ଇଶାରା ଦେଇଥାଏ ଏବଂ ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ଗୁଡ଼ିକୁ ଦର୍ଶାଇ ଥାଏ। ଏହାସହିତ ଧନ ବୃଦ୍ଧି ମଧ୍ୟ ହୋଇଥାଏ। ଯଦି ଆପଣ ଦୀପାବଳି ଦିନ ଝିଟିପିଟି ଦେଖୁଛନ୍ତି, ତାହେଲେ କିଛି ବିଶେଷ ସରଳ ଉପାୟ କରି ଲାଭବାନ ହୋଇ ପାରିବେ ଏବଂ ଦେବୀ ଲକ୍ଷ୍ମୀଙ୍କର ସଙ୍କେତକୁ ମଧ୍ୟ ଜାଣି ପାରିବେ।

ଦୀପାବଳି ଦିନ ଯଦି ଆପଣ ଝିଟିପିଟି ଦେଖୁଛନ୍ତି, ତାହେଲେ ଅଳ୍ପ ସିନ୍ଦୂର ଓ ଚାଉଳ ଦୂରରୁ ତା ଉପରେ ପକାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ ଧନ ପ୍ରାପ୍ତି ହେବ। ଯଦି ଆପଣଙ୍କ ସାମ୍ନାରେ ଝିଟିପିଟିର ଛୁଆ ମରି ପଡ଼ିଥାଏ, ତାହେଲେ ତୁରନ୍ତ ତାକୁ ବାହାରେ ମାଟିରେ ପୋତି ଦିଅନ୍ତୁ। ନଚେତ ଆପଣଙ୍କ ଘର ଉପରକୁ ସଙ୍କଟ ମାଡି ଆସିପାରେ। ଯଦି ଆପଣ ଘରୁ କୌଣସି କାର୍ଯ୍ୟ ମାମଲାରେ ବାହାରକୁ ଯାଉଛନ୍ତି ଏବଂ ଆପଣ ଝିଟିପିଟିକୁ ଦେଖିଛନ୍ତି, ତାହେଲେ ଆପଣ ଯେଉଁ କାର୍ଯ୍ୟ ପାଇଁ ବାହାରକୁ ଯାଉଛନ୍ତି ତାହା ଖୁବ୍ ଶୀଘ୍ର ସମ୍ପନ୍ନ ହେବ।

ଯଦି ଆପଣ ଭୋଜନ କରୁଥିବା ସମୟରେ ଝିଟିପିଟିର ଶବ୍ଦ ଶୁଣନ୍ତି, ତାହେଲେ ବୁଝି ନିଅନ୍ତୁ କି ଭବିଷ୍ୟତରେ ଆପଣ ନିଜର ଲକ୍ଷ୍ୟସ୍ଥଳ ହାସଲ କରିବେ। ଭୋଜନ କରୁଥିବା ସମୟରେ ଆପଣ ଝିଟିପିଟି ଦେଖିଲେ ଶୁଭ ହୋଇଥାଏ। ଆପଣଙ୍କ ଭବିଷ୍ୟତ ଉଜ୍ୱଳମୟ ହେବାର ସଂକେତ ମିଳିଥାଏ। ଆପଣ କୌଣସି ବାର୍ତ୍ତାଳାପ କରୁଥିବା ସମୟରେ ଯଦି ଝିଟିପିଟି ଶବ୍ଦ କରେ, ତାହେଲେ ଆପଣଙ୍କ କଥା ସତ ହେବାର ସଂକେତ ମିଳିଥାଏ।

ଯଦି ଝିଟିପିଟି ଆପଣଙ୍କ ଡାହାଣ କାନ୍ଧରେ ପଡେ, ତାହେଲେ ଆପଣଙ୍କୁ ଆଭୂଷଣ ପ୍ରାପ୍ତି ହେବ। ଯଦି ଝିଟିପିଟି ଆପଣଙ୍କ ଉପରେ ପଡେ, ତାହେଲେ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସଂକେତ ମିଳିଥାଏ। ଝିଟିପିଟି ଶବ୍ଦ ଶୁଣିବା ଶୁଭ ମାନା ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *