ବିଷଧର ସାପ ହୋଇଥାନ୍ତି ଏହି ୩ ପ୍ରକାର ବ୍ୟକ୍ତି। ଏମାନଙ୍କ ପାଖରୁ ସର୍ବଦା ଦୂରେଇ ରୁହନ୍ତୁ।
ଆମର ଗୁରୁଜନ ମାନେ ଆମକୁ ପିଲାବେଳୁ ଶିଖେଇ ଥାଆନ୍ତି କି ଉଦାର ହୁଅ, ସଚ୍ଚୋଟ ହୁଅ, ଅନ୍ୟମାନଙ୍କୁ ସାହାଯ୍ୟ କର। କିନ୍ତୁ ଆମ ଆଖପାଖରେ କିଛି ଏଭଳି ଲୋକ ରହିଛନ୍ତି, ଯେଉଁମାନଙ୍କର ସାହାଯ୍ୟ ପାଇବା ପାଇଁ ଯୋଗ୍ୟତା ନଥାଏ। ଏମାନଙ୍କୁ ସାହାଯ୍ୟ କରିବାର ଅର୍ଥ ହେଉଛି ନିଜ ଗୋଡ଼ରେ ନିଜେ କୁରାଢି ମାରିବା। ଏହାର ଉଦାହରଣ ଦେଇଛନ୍ତି ମହାନ୍ କୁଟନିତିଜ୍ଞ, ନୀତି ଶାସ୍ତ୍ରର ରଚୟତା ଆଚାର୍ଯ୍ୟ ଚାଣକ୍ୟ। ତେବେ ଆସନ୍ତୁ ସେହି ବିଷୟରେ ଜାଣିବା।
ଚରିତ୍ରହୀନ ବ୍ୟକ୍ତି :-
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଆପଣ ଏଭଳି ଲୋକଙ୍କୁ କେବେବି ସାହାଯ୍ୟ କରନ୍ତୁ ନାହିଁ, ଯେଉଁମାନଙ୍କ ସ୍ଵଭାବ ଦୁଷ୍ଟ ଓ ଚରିତ୍ରହୀନ ଅଟେ। କିଛି ପୁରୁଷ ବ୍ୟକ୍ତିଙ୍କ ସ୍ଵଭାବ ଅତ୍ୟନ୍ତ କ୍ରୁର ଓ ହୀନ ହୋଇଥାଏ। ଯେଉଁ ପୁରୁଷ କୌଣସି ମହିଳାଙ୍କୁ ଦେଖି ନିଜ ମନରେ ଖରାପ ବିଚାର ଆଣିଥାନ୍ତି, ଏଭଳି ଲୋକେ କେବେବି ନାରୀଙ୍କୁ ସମ୍ମାନ ଦିଅନ୍ତି ନାହିଁ। ତେଣୁ ଏଭଳି ଲୋକଙ୍କୁ କେବେବି ସହଯୋଗ କରିବା ଉଚିତ ନୁହେଁ।
ଏଭଳି ପୁରୁଷ ସମାଜ ପାଇଁ ବିଷଧର ସାପ ହୋଇଥାନ୍ତି। ଏମାନଙ୍କ ଯୋଗୁଁ ଏମାନଙ୍କ ସନ୍ତାନଙ୍କ ସମ୍ମାନ ହାନୀ ହୋଇଥାଏ ଏବଂ ଏମାନଙ୍କ ଯୋଗୁଁ ପିଢ଼ିକୁ କଷ୍ଟ ଭୋଗିବାକୁ ପଡ଼ିଥାଏ। ସେହିପରି କିଛି ଚରିତ୍ରହୀନ ସ୍ତ୍ରୀ ମଧ୍ୟ ସମାଜକୁ ପ୍ରଦୂଷିତ କରି ଥାଆନ୍ତି। ଏଭଳି ଲୋକଙ୍କୁ କଦାପି ସାହାଯ୍ୟ କରିବା ଉଚିତ ନୁହେଁ।
ମୁର୍ଖ ବ୍ୟକ୍ତି :-
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କେବେବି କୌଣସି ମୁର୍ଖ ବ୍ୟକ୍ତିକୁ ସାହାଯ୍ୟ କରିବା ଉଚିତ ନୁହେଁ। ଏଭଳି ବ୍ୟକ୍ତି ଆପଣଙ୍କୁ ହରାଇବାକୁ ପ୍ରୟାସ କରିଥାନ୍ତି, କିନ୍ତୁ ଜିତି ପାରି ନଥାନ୍ତି। କୌଣସି ମୁର୍ଖ ବ୍ୟକ୍ତିଙ୍କ ସହିତ ଆପଣଙ୍କୁ ବନ୍ଧୁତା ବା ବିବାଦ କରିବା ଅନୁଚିତ। କାରଣ ସେମାନଙ୍କୁ ବୁଝାଇବା ଅତ୍ୟନ୍ତ କଷ୍ଟକର ଅଟେ। ଆପଣ ସେମାନଙ୍କୁ ବୁଝାଇଲେ ସେମାନେ ଆପଣଙ୍କୁ ଶତ୍ରୁ ଭାବି ପାରନ୍ତି। ଏଭଳି ଲୋକଙ୍କ ଠାରୁ ଦୂରେଇ ରହିଲେ ଆପଣ ଖୁସିରେ ରହିବେ।
ନକାରାତ୍ମକ ଓ ସର୍ବଦା ଦୁଃଖିତ ରହୁଥିବା ବ୍ୟକ୍ତି :-
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସବୁବେଳେ ନକାରାତ୍ମକ ବିଚାର କରୁଥିବା ବା ଦୁଃଖରେ ବୁଡି ରହୁଥିବା ବ୍ୟକ୍ତି ଠାରୁ ଦୂରେଇ ରହିବା ଆବଶ୍ୟକ। ଜଣେ ବୁଦ୍ଧିମାନ ବ୍ୟକ୍ତି କଠିନ ପରିସ୍ଥିତିରେ ମଧ୍ୟ ନିଜ ମନରେ ସକାରାତ୍ମକ ବିଚାର ରଖି ସନ୍ତୁଷ୍ଟ ହୋଇ ପାରିବ। କିନ୍ତୁ ଜଣେ ଦୁଃଖୀ ଓ ମୁର୍ଖ ବ୍ୟକ୍ତି କଠିନ ପରିସ୍ଥିତିରେ ବିଚଳିତ ହୋଇ ସର୍ବଦା ନକାରାତ୍ମକ ବିଚାର ହିଁ କରିବ।
କୁହାଯାଏ କି, ଦୁଃଖ ବାଣ୍ଟିଲେ ଦୁଃଖ କମି ଯାଏ। କିନ୍ତୁ ଏହା ଭୁଲ ଅଟେ। ଦୁଃଖ ବାଣ୍ଟିଲେ ନକାରାତ୍ମକ ଭାବନା ଜଣକ ପାଖରୁ ଅନ୍ୟଜଣକ ପାଖକୁ ଚାଲିଯାଏ। ତେଣୁ ଆପଣ ନିଜ କଥା ସେୟାର କରନ୍ତୁ କିନ୍ତୁ ସର୍ବଦା ଦୁଃଖୀ ରହୁଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ।