Excuse Me Odisha

ଯାହା କହିବୁ ସତ କହିବୁ

ଘରେ ସଠିକ ଦିଗରେ ଝାଡୁ ରଖିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ। ଘରକୁ ଦେବୀ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ। ଘରେ ବ୍ୟବହାର ହେଉଥିବା ଝାଡୁ ଆର୍ଥିକ ସ୍ଥିତିରେ ବହୁତ ମହତ୍ତ୍ୱପୂର୍ଣ୍ଣ ମାନା ଯାଇଛି। ଝାଡୁ କୌଣସି ବ୍ୟକ୍ତିକୁ କୋଟିପତି ବନେଇବା ସହିତ ଭିକାରୀ ମଧ୍ୟ କରି ଦେଇପାରେ। ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡ଼ୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଛି। ବେଳେବେଳେ ଆମେ ନିଜ ଜିନିଷରେ ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି ଭୁଲ କରି ଦେଇଥାଉ,

ଯାହାଫଳରେ ଆମକୁ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ କଠିନ ପରିଶ୍ରମ କରି ମଧ୍ୟ ଆମେ ସଫଳତା ପାଇ ନଥାଉ।

ସୁର୍ଯ୍ୟସ୍ତ ପରେ କେବେବି ଘରେ ଝାଡୁ ଲଗାନ୍ତୁ ନାହିଁ। ସୂର୍ଯ୍ୟୋଦୟ ପରେ ଘରେ ଝାଡୁ ଲଗାଇଲେ, ସମସ୍ୟା ଆବର୍ଜନା ଓ ନକାରାତ୍ମକ ଶକ୍ତି ଘରୁ ବାହାରି ଯାଇଥାଏ। ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ। ଯଦି ଝାଡୁ ଉପରେ ଆପଣଙ୍କ ପାଦ ପଡ଼ି ଯାଉଛି, ତାହେଲେ ଆପଣ ପ୍ରଣାମ କରନ୍ତୁ। ନଚେତ ଘରକୁ ଦାରିଦ୍ର୍ୟତା ମାଡି ଆସିଥାଏ ଏବଂ ଦେବୀ ଲକ୍ଷ୍ମୀଙ୍କର କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ।

ଶନିବାର, ମଙ୍ଗଳବାର ଯଦି ଆପଣ ଝାଡୁ କିଣିବେ, ତାହେଲେ ଶୁଭ ହୋଇଥାଏ। ଦୀପାବଳି ବା ଧନ୍ତେରସ ଦିନ ଝାଡୁ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଘରକୁ ଦେବୀ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଘରର ଉତ୍ତର ଦିଗରେ ଝାଡୁ ରଖିବା ଆବଶ୍ୟକ ।ଏହାଦ୍ବାରା ପରିବାର ଲୋକଙ୍କର ଉନ୍ନତି ହୋଇଥାଏ। ଆପଣ ଏଥିପ୍ରତି ଧ୍ୟାନ ଦେବେ କି ଝାଡ଼ୁକୁ ସର୍ବଦା ଶୁଆଇ ଓ ଲୁଚାଇ ରଖିବେ। କୌଣସି ବ୍ୟକ୍ତି ବାହାରକୁ ଯିବା ସମୟରେ ଝାଡୁ ଦେଖି ଗଲେ କାର୍ଯ୍ୟ ସଫଳ ହୋଇ ନଥାଏ। ଝାଡ଼ୁକୁ ସଠିକ ସ୍ଥାନରେ ରଖିଲେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *