Excuse Me Odisha

ଯାହା କହିବୁ ସତ କହିବୁ

କଣ ଅକ୍ଟୋବର ୨୫ ତାରିଖ ସୂର୍ଯ୍ୟପରାଗ ପଡୁଛି? ଜାଣନ୍ତୁ ସୂତକ କାଳ ବିଷୟରେ। ଗୋବର୍ଦ୍ଧନ ପୂଜା ହେବ କି ନାହିଁ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲଲୁ ବହୁତ ସ୍ବାଗତ ଜଣାଉଛୁ। ଲାଗିବାକୁ ଯାଉଛି ବର୍ଷର ଦ୍ଵିତୀୟ କିନ୍ତୁ ଭାରତରେ ପ୍ରଥମ ସୂର୍ଯ୍ୟପରାଗ। ପରାଗର ଖରାପ ପ୍ରଭାବ ପ୍ରତ୍ୟେକ ଜୀବଜନ୍ତୁଙ୍କ ଉପରେ ପଡ଼ିଥାଏ। ପରାଗ ସମୟରେ ଜୀବଜନ୍ତୁ ପ୍ରକୃତି ନିଜର ଧ୍ୟାନ ରଖିଥାଏ। ତେଣୁ ମନୁଷ୍ୟ ମାନେ ମଧ୍ୟ ପରାଗ ସମୟରେ ସାବଧାନ ରହିବା ଆବଶ୍ୟକ।

ଅକ୍ଟୋବର ୨୫ ତାରିଖରେ ଲାଗିବାକୁ ଯାଉଥିବା ସୂର୍ଯ୍ୟପରାଗ ଭାରତ ସମେତ ୟୁରୋପର କିଛି ଭାଗ, ଏସିଆର ଦକ୍ଷିଣ ପଶ୍ଚିମ ଭାଗ, ଆଫ୍ରିକାର ଉତ୍ତର ଭାଗ ଆଡ଼କୁ ଦେଖିବାକୁ ମିଳିବ। ସୂର୍ଯ୍ୟପରାଗର ସମୁଦାୟ ଅବଧି ୪ ଘଣ୍ଟା ୩ ମିନିଟ ପର୍ଯ୍ୟନ୍ତ ରହିଛି। ଏହାର ଆରମ୍ଭ ୨୫ ଅକ୍ଟୋବର ଦ୍ବିପ୍ରହର ୨:୨୯ ଘଟିକାରେ ଆରମ୍ଭ ହୋଇଯିବ ଏବଂ ୬:୩୨ ମିନିଟରେ ସମାପନ ହେବ। ଭାରତରେ ଏହା ଦୃଶ୍ୟମାନ ହେଉଥିବାରୁ ଏହାର ସୁତକ କାଳ ମାନ୍ୟ ହେବ। ଏହିସମୟରେ କୌଣସି ଶୁଭ କାର୍ଯ୍ୟ କରାଯିବ ନାହିଁ।

ଏହିବର୍ଷ ଅକ୍ଟୋବର ୨୪ ତାରିଖ ଦିନ ଦୀପାବଳି ପର୍ବ ରହିଛି। ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟେ ରେଖାକୁ ଆସିଥାନ୍ତି, ସେହି ସମୟକୁ ପରାଗ କୁହାଯାଏ। ସୂର୍ଯ୍ୟପରାଗକୁ ନେଇ ପୌରାଣିକ କଥା ରହିଛି। ପୌରାଣିକ କଥା ଅନୁସାରେ, ସମୁଦ୍ର ମନ୍ଥନରେ ବାହାରିଥିବା ଅମୃତକୁ ଦେବତା ଓ ଅସୁର ମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରି ବଣ୍ଟନ କରୁଥିଲେ। ପ୍ରଥମେ ଦେବତା ମାନଙ୍କୁ ବଣ୍ଟନ କରିବା ସମୟରେ ଅସୁର ମାନଙ୍କ ମଧ୍ୟରୁ ରାହୁ ନାମକ ଅସୁର ଦେବତାଙ୍କ ରୂପ ଧାରଣ କରି ଅମୃତ ସେବନ କରିଥିଲେ।

ଏହା ଦେଖି ଚନ୍ଦ୍ରଦେବ ଓ ସୂର୍ଯ୍ୟଦେବ ସଙ୍ଗେ ସଙ୍ଗେ ଭଗବାନ ବିଷ୍ଣୁଙ୍କୁ ଜଣାଇଲେ। ତୁରନ୍ତ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରରେ ରାହୁର ଗଳା କାଟି ଦେଲେ। ଯେହେତୁ ସେ ଅମୃତ ପାନ କରିଥିଲା, ତେଣୁ ତାର ମୁଣ୍ଡ ଓ ଶରୀର ଅଲଗା ଭାବରେ ଜୀବିତ ହୋଇ ରହିଲା। ତାର ଶରୀରକୁ କେତୁ ନାମ ଦିଆଗଲା। ରାହୁ କହିଲା ବର୍ଷରେ ଚାରିଥର ସେ ଚନ୍ଦ୍ର ଓ ସୂର୍ଯ୍ୟକୁ ଗିଳିବ ଅର୍ଥାତ କିଛି ଘଣ୍ଟା ପାଇଁ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ସେ ଢାଙ୍କି ରଖିବ।

ସୂର୍ଯ୍ୟପରାଗ ସମୟରେ ବିବାହ, ବ୍ରତଘର, ଭୂମି ପୂଜନ, ଗୃହ ପ୍ରବେଶ ଆଦି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ। ନଚେତ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହିଦିନ ଠାକୁରଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ ନାହିଁ। ଏହି ସମୟରେ ଭୋଜନ ଗ୍ରହଣ କଲେ ଖାଦ୍ୟ ହଜମ ହୋଇ ନଥାଏ ଏବଂ ରୋଗ ସୃଷ୍ଟି ହୋଇଥାଏ। ତେଣୁ ପରାଗ ସମାପ୍ତ ହେବା ପରେ ଗଙ୍ଗାଜଳରେ ଠାକୁରଙ୍କୁ ସ୍ନାନ କରାଇବା ଉଚିତ। ଏହାପରେ ଘରେ କୋଣ ଅନୁକୋଣରେ ଗଙ୍ଗାଜଳ ସିଞ୍ଚନ କରି ଶୁଦ୍ଧ କରାଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *