Excuse Me Odisha

ଯାହା କହିବୁ ସତ କହିବୁ

୮ ଅକ୍ଟୋବର ରାଶିଫଳ: ବୃଷ, ମିଥୁନ ଏବଂ ମକର ରାଶିର ଲୋକଙ୍କ ଭାଗ୍ୟ ବଦଳି ଯିବ। ଧନଲାଭ ହେବାର ସଂକେତ ମିଳୁଛି।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ତେବେ ଏହି ଦୈନିକ ରାଶିଫଳରୁ ନିଜ ରାଶି ବିଷୟରେ ଜାଣନ୍ତୁ।

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରାପ୍ତି ହେବ। କଥାବାର୍ତ୍ତା କରି ଆପଣ ନିଜ ପାରିବାରିକ ସମ୍ବନ୍ଧ ସୁଦୃଢ କରିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଆପଣଙ୍କୁ ଭାଇଭଉଣୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ରୋଜଗାର ଖୋଜୁଥିଲେ, ଆପଣଙ୍କୁ ଆଶାନୁରୂପ ଚାକିରି ମିଳିଯିବ। ପରିବାରରେ ଦାୟିତ୍ୱ ବଢ଼ି ଯିବ। ପ୍ରେମ ଜୀବନରେ ସାମାନ୍ୟ ମତଭେଦ ସୃଷ୍ଟି ହୋଇପାରେ।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପରିବାରରେ କୌଣସି ଧାର୍ମିକ ଆୟୋଜନ ସୃଷ୍ଟି ହୋଇପାରେ। ଆପଣଙ୍କୁ ନିଜ ଘର ଖର୍ଚ୍ଚ ପ୍ରତି ଯଥେଷ୍ଟ ରୂପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଚାକିରି କ୍ଷେତ୍ରରେ ଆପଣଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଧାର୍ମିକ କାର୍ଯ୍ୟରେ ଆପଣ ଯୋଗଦାନ କରିବେ। ଯଦି ଆପଣ କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ କୌଣସି ଅନୁଭବୀଙ୍କ ପରାମର୍ଶ ନିଅନ୍ତୁ।ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କୁ ନିଜ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ। ବ୍ୟବସାୟ କରିବା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପରିବାର ପ୍ରତି ଦାୟିତ୍ୱ ଆପଣ ସଠିକ ଢଙ୍ଗରେ ସମ୍ପନ୍ନ କରିବେ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ମିଳିବ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ। ଆପଣଙ୍କର କୌଣସି ସମ୍ପର୍କୀୟ ବିଶ୍ବାସଘାତକତା କରି ପାରନ୍ତି। ଆପଣଙ୍କର ଅଟକି ରହିଥିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ ହେବ। ବନ୍ଧୁଙ୍କ ସହିତ ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣ କୌଣସି କାର୍ଯ୍ୟକୁ ନେଇ ଉତ୍ସାହିତ ରହିବେ। ଆପଣଙ୍କୁ କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନଙ୍କୁ କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ। ଆପଣଙ୍କର ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ। କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ। ଆପଣ ନିଜର ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ ସକ୍ରିୟ ରହିବେ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କୁ ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ବନେଇ ରଖିବା ଆବଶ୍ୟକ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଆପଣଙ୍କର ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ। ବାହାର ଖାଦ୍ୟ ସେବନ କରନ୍ତୁ ନାହିଁ, ନଚେତ ଆପଣଙ୍କର ପେଟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବିବାହିତ ଲୋକଙ୍କ ଜୀବନ ସୁଖମୟ ରହିବ।ଆପଣଙ୍କର ଆମଦାନୀରେ ବୃଦ୍ଧି ହେବ। ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ନୂଆ ଯୋଜନା ବରିଷ୍ଠ ଅଧିକାରୀଙ୍କୁ ଆକର୍ଷିତ କରିବ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଦାନ ପୁଣ୍ୟ କାର୍ଯ୍ୟରେ ଆପଣ ଯୋଗଦାନ କରିବେ। ସାମାଜିକ କାର୍ଯ୍ୟରେ ଆପଣ ଭାଗ ନେବେ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଆଜି ଆପଣ ମାନସିକ ରୂପରେ ପ୍ରସନ୍ନ ରହିବେ।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ପୁରୁଣା ଯୋଜନାକୁ କାର୍ଯ୍ୟକାରୀ କରିବେ। ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଆପଣ ଋଣ ଦେଇଥିବା ଟଙ୍କା ଫେରସ୍ତ ପାଇବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *