Excuse Me Odisha

ଯାହା କହିବୁ ସତ କହିବୁ

ଧନତରେଶ ଦିନ ଭୁଲରେ ମଧ୍ୟ ଏହି ପାଞ୍ଚଟି ଜିନିଷ ଘରକୁ ଆଣନ୍ତୁ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଧନତରେଶ ଦିନ ଏହି ଖାସ ଜିନିଷ ଘରକୁ ଆଣିବା ଦ୍ଵାରା ଦାରିଦ୍ର୍ୟତା ଗ୍ରାସ କରିଥାଏ। ଦୀପାବଳି ଧନତରେଶ ଦିନ ଠାରୁ ଆରମ୍ଭ ହୋଇଥାଏ। ଏହିଦିନ ଜିନିଷପତ୍ର କ୍ରୟ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଧନତରେଶ ଦିନ ଯେଉଁ ଜିନିଷ କ୍ରୟ କଲେ ଦାରିଦ୍ର୍ୟତାର ମୁକାବିଲା କରିବାକୁ ପଡ଼ିଥାଏ।

ଧନତରେଶ ଦିନ ଦେବୀ ଲକ୍ଷ୍ମୀ ଓ ପ୍ରଭୁ ଶ୍ରୀଗଣେଶଙ୍କ ମୂର୍ତ୍ତି ଘରକୁ ଆଣିବା ଦ୍ଵାରା ଧନସମ୍ପତ୍ତି ପ୍ରାପ୍ତ ହୋଇଥାଏ। ଦୀପାବଳି ଦିନ ଘରେ ଲୁଣ ପାଣିର ପୋଛା ଲଗାଇବା ଉଚିତ। ଏହାଦ୍ବାରା ଘରେ ସକାରାତ୍ମକ ପ୍ରଭାବ ପଡିଥାଏ। ଦୀପାବଳି ବା ଧନତରେଶ ଦିନ ଘରେ ଶଙ୍ଖ ସ୍ଥାପନା କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରେ ସଞ୍ଜ ସମୟରେ ନିୟମିତ ଶଙ୍ଖ ବଜାଇବା ଆବଶ୍ୟକ। ଏହାଦ୍ବାରା ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ।

ଧନତରେଶ ଦିନ କେବେବି ଲୁହା ଜିନିଷ କ୍ରୟ କରିବା ଉଚିତ ନୁହେଁ। ଏହାଦ୍ବାରା ଶନିଙ୍କ କୋପର ସାମ୍ନା କରିବାକୁ ପଡ଼ି ପାରେ। କିନ୍ତୁ ପିତଳ ଓ ତମ୍ବା ଧାତୁର ବାସନ କ୍ରୟ କରିବା ଶୁଭ ହୋଇଥାଏ। ତୀକ୍ଷ୍ଣ ବସ୍ତୁ ବା କାଚର ବସ୍ତୁ କ୍ରୟ କରନ୍ତୁ ନାହିଁ। ଏଗୁଡ଼ିକୁ ଦୁର୍ଭାଗ୍ୟର ପ୍ରତୀକ ମାନା ଯାଇଥାଏ।ଯାହାଫଳରେ ଏହା ଆପଣଙ୍କ ଘର ପାଇଁ ଅମଙ୍ଗଳ ହୋଇଥାଏ।ଧନତରେଶ ଦିନ ନକଲି ଗହଣା ଆଦି କ୍ରୟ କରିବା ଉଚିତ ନୁହେଁ। ଏହାସହିତ ଏହିଦିନ ପ୍ଲାଷ୍ଟିକ ଜିନିଷ ଆଦି ମଧ୍ୟ କ୍ରୟ କରିବା ଉଚିତ ନୁହେଁ। ନଚେତ ଦେବୀ ଲକ୍ଷ୍ମୀ ଓ କୁବେର ମହାରାଜା ଅସନ୍ତୁଷ୍ଟ ହୋଇଥାନ୍ତି।

ଧନତରେଶ ଦିନ ନିଶ୍ଚିତ ଭାବରେ ଘରକୁ ଝାଡୁ ଆଣିବା ଆବଶ୍ୟକ। କାରଣ ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ କୁହାଯାଏ। ଏହିଦିନ ଝାଡୁ କ୍ରୟ କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଦୀପାବଳି ସମୟରେ କେବେବି ଅନ୍ୟମାନଙ୍କୁ ଝାଡୁ ଦିଅନ୍ତୁ ନାହିଁ, ନଚେତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଏହାସହିତ ଝାଡ଼ୁକୁ ସର୍ବଦା ସମ୍ମାନ କରିବା ଆବଶ୍ୟକ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *