Excuse Me Odisha

ଯାହା କହିବୁ ସତ କହିବୁ

କୁଆଁର ପୂର୍ଣ୍ଣିମାରେ ଟୋପାଏ ହଳଦୀକୁ ନେଇ କରନ୍ତୁ ଖାସ ଉପାୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିକୁ ରାସ ପୂର୍ଣ୍ଣିମା କୁହାଯାଏ। ଏହି ପୂର୍ଣ୍ଣିମାରେ ହଳଦୀକୁ ନେଇ କିଛି ଖାସ ଉପାୟ କରନ୍ତୁ, ଯାହାଫଳରେ ଆପଣ ଶୁଭ ଫଳ ପ୍ରାପ୍ତ କରିବେ। ରାସ ପୂର୍ଣ୍ଣିମା ଅକ୍ଟୋବର ୯ ତାରିଖ ସକାଳ ୩:୪୧ ମିନିଟରେ ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖ ଦ୍ବିପ୍ରହର ୨:୩୧ ମିନିଟରେ ସମାପ୍ତ ହେବ। କହିବାକୁ ଗଲେ ଆମେ ନିଜ ଜୀବନରେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଇ ନଥାଉ। ତେଣୁ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ହଳଦୀ ମଧ୍ୟରେ ପ୍ରଚୁର ପରିମାଣରେ ଔଷଧୀୟ ଗୁଣ ଭରି ରହିଛି। ହଳଦୀ ଦାନ କରିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ବିବାହିତ ଲୋକେ ପ୍ରତ୍ୟେକ ଦିନ ହଳଦୀ ତିଳକ କରି ଲଗାଇବା ନିହାତି ଜରୁରୀ ଅଟେ। ସ୍ନାନ କରିବା ସମୟରେ ପାଣିରେ ଅଳ୍ପ ହଳଦୀ ମିଶାଇ ସ୍ନାନ କଲେ ଶରୀର ନିରୋଗ ହୋଇଥାଏ ଏବଂ ଶାରୀରିକ ଓ ମାନସିକ ଶୁଦ୍ଧତା ପ୍ରାପ୍ତ ହୋଇଥାଏ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏହା କାରିଗର ସାବ୍ୟସ୍ତ ହୋଇଥାଏ।

ଭଗବାନ ସୂର୍ଯ୍ୟଙ୍କୁ ହଳଦୀ ମିଶା ଜଳ ଅର୍ପଣ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ହଳଦୀର ବୃହସ୍ପତି ଗ୍ରହ ସହିତ ସମ୍ବନ୍ଧ ରହିଥାଏ। କୁଣ୍ଡଳୀରେ ବୃହସ୍ପତି ଗ୍ରହ ଶୁଭ ସ୍ଥିତିରେ ରହିଥିଲେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ ଏବଂ ଧନ ସଂପତ୍ତି ପ୍ରାପ୍ତ ହୋଇଥାଏ। ଯଦି ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ଅଶୁଭ ସ୍ଥିତିରେ ଅଛନ୍ତି, ତାହେଲେ ଆପଣ ହଳଦୀକୁ ନେଇ ଏହି ଉପାୟ କରନ୍ତୁ। ଏହାଦ୍ବାରା ଆପଣଙ୍କର ସମସ୍ତ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ।

ଯଦି ଆପଣ କୌଣସି ଗମ୍ଭୀର ରୋଗରେ ପୀଡିତ ହୋଇଛନ୍ତି, ତାହେଲେ ଆପଣ ପେଶା ହୋଇଥିବା ହଳଦୀ ଦାନ କରନ୍ତୁ। ଏହାଦ୍ବାରା ଆପଣଙ୍କୁ ରୋଗରୁ ଧୀରେ ଧୀରେ ମୁକ୍ତି ମିଳିଯିବ। ଛୋଟ ଖଣ୍ଡ ହଳଦୀକୁ ଆପଣ ଛୋଟ ହଳଦିଆ କପଡ଼ାରେ ବାନ୍ଧି ନିଜ ଗଳାରେ ଧାରଣ କରନ୍ତୁ।ଏଭଳି କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ସୁଦୃଢ ରହିବେ। ଆପଣ ସ୍ନାନ କରିବା ପୂର୍ବରୁ ପାଣିରେ ଅଳ୍ପ ପେଶି ଥିବା ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଉପରେ କୌଣସି ଖରାପ ପ୍ରଭାବ ପଡ଼ିବ ନାହିଁ।

ଯଦି ଆପଣ କ୍ୟାରିୟରରେ ସଫଳତା ହାସଲ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ପ୍ରତ୍ୟେକଦିନ ହଳଦୀର ଟିକା ନିଜ ମଥାରେ ଲଗାନ୍ତୁ। ଏହାଦ୍ବାରା ଆପଣଙ୍କର ବିଗିଡି ଯାଇଥିବା କାର୍ଯ୍ୟ ସମ୍ପନ୍ନ ହେବ। ଘରର ଏରୁଣ୍ଡୀ ବନ୍ଧରେ ହଳଦୀର ରେଖା ଟାଣିବା ଦ୍ଵାରା ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରି ନଥାଏ। ସକାଳୁ ଉଠି ସ୍ନାନ ସାରି ଆପଣ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ସେହି ଜଳରେ ଅଳ୍ପ ହଳଦୀ ମିଶାଇ ଦିଅନ୍ତୁ। ଏଭଳି କରିବା ଦ୍ଵାରା ଭଗବାନ ସୂର୍ଯ୍ୟନାରାୟଣ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଏହାସହିତ ଆପଣଙ୍କର ସବୁ ଇଛା ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *