Excuse Me Odisha

ଯାହା କହିବୁ ସତ କହିବୁ

ଦୀପାବଳି ପୂର୍ବରୁ ଘରୁ ତୁରନ୍ତ ହଟାଇ ଦିଅନ୍ତୁ ଏହି ୭ଟିଜିନିଷ, ନଚେତ ଦେବୀ ଲକ୍ଷ୍ମୀ ହୋଇଯିବେ କ୍ରୋଧିତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣଙ୍କୁ ଦୀପାବଳୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଦୀପାବଳି ପର୍ବ କାର୍ତ୍ତିକ ମାସର ଅମାବାସ୍ୟା ତିଥି ଦିନ ପଡ଼ିଥାଏ। ଦୀପାବଳୀର ମୁହୂର୍ତ୍ତ ଧନ୍ତେରସ ଠାରୁ ଆରମ୍ଭ ହହୋଇ ଥାଏ।ଆଧ୍ୟାତ୍ମିକ ଦୃଷ୍ଟିରୁ ଏହା ଅନ୍ଧକାର ଉପରେ ଆଲୋକର ବିଜୟ ଅଟେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଦୀପାବଳି ଅବସରରେ ସମସ୍ତଙ୍କ ଘର ଓ ଆଖପାଖ ପରିବେଶ ସଫାସୁତୁରା ହୋଇଥାଏ। ଦୀପାବଳି ଦିନ ଘରେ ଏଭଳି କିଛି ବସ୍ତୁ ରଖିବା ଉଚିତ ନୁହେଁ, ଯାହାଦ୍ଵାରା ଅଶୁଭ ହୋଇଥାଏ। ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଦେବୀ ଲକ୍ଷ୍ମୀ ଅସ୍ଵଚ୍ଛତା ଓ ଅପରିଷ୍କାର ସ୍ଥାନରେ ରହିବାକୁ ପସନ୍ଦ କରନ୍ତି ନାହିଁ। ଘରେ ପୁରୁଣା ଜିନିଷ ରଖିବା ଦ୍ଵାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।ଏହାର ସିଧାସଳଖ ପ୍ରଭାବ ଘରର ଆର୍ଥିକ ସ୍ଥିତିରେ ଉପରେ ପଡ଼ିଥାଏ। ତେବେ ଆସନ୍ତୁ ଦୀପାବଳି ଦିନ ଘରେ କେଉଁ ଜିନିଷ ରଖିବା ଅନୁଚିତ, ସେହି ବିଷୟରେ ଜାଣିବା।

ବାସ୍ତୁ ଶାସ୍ତ୍ର ଅନୁସାରେ ଦୀପାବଳୀ ସମୟରେ ଘରେ ଭାଙ୍ଗି ଯାଇଥିବା କାଚ, ତୀକ୍ଷ୍ଣ ବସ୍ତୁ ଆଦି ରଖିବା ଉଚିତ ନୁହେଁ। ଏହାସହିତ ଘରର ପ୍ରତ୍ୟେକ ଜିନିଷ ସଠିକ ସ୍ଥାନରେ ରଖିବା ଆବଶ୍ୟକ। ଏହିଦିନ ଘରକୁ ସାଜସଜ୍ଜାରେ ପରିପୂର୍ଣ କରି ଦିଅନ୍ତୁ। ଘରୁ ସବୁ ପୁରୁଣା ବା ଭାଙ୍ଗି ଯାଇଥିବା ଜିନିଷକୁ ହଟାଇ ଦିଅନ୍ତୁ। ନଚେତ ଆପଣଙ୍କୁ କେବେବି ଦେବୀ ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବ ନାହିଁ।

ଶାସ୍ତ୍ର ଅନୁସାରେ ଦୀପାବଳୀ ସମୟରେ ଘରେ କୌଣସି ଖଣ୍ଡିତ ମୂର୍ତ୍ତି ରଖିବା ଉଚିତ ନୁହେଁ। ଏହାଦ୍ବାରା ଦେବୀ ଦୁର୍ଗାଙ୍କର ଅପମାନ ହୋଇଥାଏ ବୋଲି କୁହାଯାଏ। ତେଣୁ ଏହାକୁ ଘରୁ ହଟାଇ ଦିଅନ୍ତୁ। ଏହି ଖଣ୍ଡିତ ମୂର୍ତ୍ତିକୁ କୌଣସି ଆବର୍ଜନା କୁଣ୍ଡରେ ପକାଇବା ଉଚିତ ନୁହେଁ। ଆପଣ ଏହାକୁ କୌଣସି ନଦୀ ଜଳରେ ପ୍ରବାହିତ କରି ପାରିବେ।

ପୁରୁଣା ଝାଡୁକୁ କେବେବି ଘରେ ରଖିବା ଉଚିତ ନୁହେଁ। ଦୀପାବଳି ପର୍ବ ପୂର୍ବରୁ ଆପଣ ନୂଆ ଝାଡୁ କିଣନ୍ତୁ। ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ। ଝାଡୁ ଦ୍ଵାରା ଘରର ଅଳିଆ ଆବର୍ଜନା ଓ ନକାରାତ୍ମକ ଶକ୍ତି ଘରୁ ବାହାରି ଯାଇଥାଏ। ଯଦି ଆପଣ ନିଜର ଆର୍ଥିକ ସ୍ଥିତି ସୁଦୃଢ କରିବାକୁ ଚାହୁଁଛନ୍ତି, ତାହେଲେ ଦୀପାବଳି ସମୟରେ ଝାଡୁ କ୍ରୟ କରନ୍ତୁ।ଦେଖିବେ ମାଆ ଲକ୍ଷ୍ମୀଙ୍କର କୃପା ସର୍ବଦା ଆପଣଙ୍କ ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *