Excuse Me Odisha

ଯାହା କହିବୁ ସତ କହିବୁ

ଧନତରେସ ଦିନ ଏହି ଜିନିଷ କଦାପି ଘରକୁ ଆଣନ୍ତୁ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଧନତରେସ ଦିନ କେଉଁ ସବୁ କାର୍ଯ୍ୟ କରିବା ଉଚିତ ନୁହେଁ ଏବଂ କେଉଁସବୁ ଜିନିଷ କିଣାକିଣି କରିବା ଉଚିତ ନୁହେଁ।ଧନତରେସ ଦିନ ଶୁଭ କାର୍ଯ୍ୟ କଲେ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ, ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ପୌରାଣିକ କଥା ଅନୁସାରେ, ଧନତରେସ ଦିନ ଲୋକମାନଙ୍କୁ ବଳି ରାଜାଙ୍କ ପାଖରୁ ମୁକ୍ତି ମିଳିଥିଲା। ଦୀପାବଳି ଦିନ ଧନର ଦେବୀ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ହେବାର ବିଶେଷ ମାନ୍ୟତା ରହିଛି। ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନରେ ଦେବୀ ଲକ୍ଷ୍ମୀ ଓ କୁବେର ମହାରାଜାଙ୍କ ସୃଷ୍ଟି ହୋଇଥିଲା। ଯଦି ଧନ୍ତେରସ ଦିନ ଆପଣ ଏହି ବସ୍ତୁ ଗୁଡ଼ିକର କିଣାକିଣି କରନ୍ତି, ତାହେଲେ ଆପଣଙ୍କୁ ଅନେକ କଠିନ ସମସ୍ୟାର ମୁକାବିଲା କରିବାକୁ ପଡିପାରେ। ଏହାସହିତ ଆପଣ କିଛି ଖାସ ବସ୍ତୁ କିଣାକିଣି କରିବା ସମୟରେ ଧ୍ୟାନ ରଖନ୍ତୁ।

ଧନତରେସ ଦିନ ବାସନକୁସନ କିଣାକିଣି କରିବାର ମାନ୍ୟତା ରହିଛି। କିନ୍ତୁ ଅଧିକାଂଶ ଲୋକେ ଏହିଦିନ ଷ୍ଟିଲ ବାସନ କିଣି ଥାଆନ୍ତି। କହିବାକୁ ଗଲେ ଏହି ଦିନ ଷ୍ଟିଲ ବାସନ କିଣିବା ଅଶୁଭ ମାନା ଯାଇଥାଏ। ଲୁହାକୁ ଶନିଙ୍କ କାରକ ମାନା ଯାଇଥାଏ। ତେଣୁ ଏହିଦିନ ଲୁହାରେ ତିଆରି ଜିନିଷ ମଧ୍ୟ କିଣନ୍ତୁ ନାହିଁ। ନଚେତ ଆପଣ ଧନର ଦେବତା କୁବେର ମହାରାଜାଙ୍କ କୃପାରୁ ବଞ୍ଚିତ ହେବେ। ଏହାସହିତ ତୀକ୍ଷ୍ଣ ବସ୍ତୁ ବା କାଚର ବସ୍ତୁ କ୍ରୟ କରନ୍ତୁ ନାହିଁ। ଏହା ଆପଣଙ୍କ ଘର ପାଇଁ ଅମଙ୍ଗଳ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଧନତରେସ ଦିନ କେଉଁ ସବୁ ବସ୍ତୁ କ୍ରୟ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଧନତରେସ ଦିନ ଝାଡୁ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ଝାଡୁକୁ ମାଆ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ।ଏହିଦିନ ଝାଡୁ କ୍ରୟ କଲେ ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ଏବଂ ପରିବାରର ଲୋକଙ୍କର ଉନ୍ନତି ହୋଇଥାଏ। ଏହାସହିତ ଏହିଦିନ ସୁନା ଓ ରୂପା ଧାତୁ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ବାରା ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *