ଧନତରେସ ଦିନ ଏହି ୫ଟି ଜିନିଷ କ୍ରୟ କରନ୍ତୁ ନାହିଁ। ନଚେତ ଆର୍ଥିକ ସଂକଟର ମୁକାବିଲା କରିବାକୁ ପଡିପାରେ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଧନତରେସ ଦିନ କିଛି ଅଶୁଭ ଜିନିଷ କ୍ରୟ କଲେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ଭାରତରେ ଦୀପାବଳି ଉତ୍ସବ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଇଥାଏ। ଦୀପାବଳି ପର୍ବରେ ପ୍ରଭୁ ଶ୍ରୀଗଣେଶ , ମାଆ କାଳୀ, ଧନର ଦେବତା କୁବେର ମହାରାଜ, ଦେବୀ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ।
ଦୀପାବଳି ପର୍ବ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ। ଏଥର କାର୍ତ୍ତିକ ଅମାବାସ୍ୟା ତିଥି ଅକ୍ଟୋବର ୨୪ ଓ ୨୫ ତାରିଖରେ ପଡୁଛି। ଅମାବାସ୍ୟା ତିଥି ଆରମ୍ଭ ହେଉଛି ଅକ୍ଟୋବର ୨୪ ତାରିଖ ସନ୍ଧ୍ୟା ୫: ୨୭ ମିନିଟରେ ଆରମ୍ଭ ହୋଇ ଅକ୍ଟୋବର ୨୫ ତାରିଖ ୪:୧୮ ଘଟିକରେ ସମାପ୍ତ ହେବ।
ଦୀପାବଳିକୁ ଧନର ଦେବୀ ଲକ୍ଷ୍ମୀଙ୍କର ଆରାଧନା କରିବାର ପର୍ବ ମାନା ଯାଇଥାଏ। ପୌରାଣିକ ମାନ୍ୟତା ଅନୁସାରେ, ସମୁଦ୍ର ମନ୍ଥନରୁ ଦେବୀ ଲକ୍ଷ୍ମୀଙ୍କର ଉତ୍ପତ୍ତି ହୋଇଥିଲା, ତାପରେ ଦେବତା ମାନେ ଧନବାନ ହୋଇଥିଲେ। ଦୀପାବଳି ସମୟରେ କିଛି ଏଭଳି ବସ୍ତୁ କ୍ରୟ କରିବା ଉଚିତ ନୁହେଁ, ଯାହା ଶାସ୍ତ୍ର ସମ୍ମତ ନୁହେଁ। କାରଣ ଏହି ବସ୍ତୁ କ୍ରୟ କରିବା ଦ୍ଵାରା ଘରେ ନକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ। ପରିବାର ଲୋକଙ୍କ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।
– ପ୍ରଥମେ ଆସନ୍ତୁ ଜାଣିବା ବାସନ କୁସନ ବିଷୟରେ। ଧନତରେସ ରେ ଷ୍ଟିଲ ବାସନ କିଣିବା ବର୍ଜିତ ଅଟେ। କାରଣ ଏହା ଉପରେ ରାହୁ ଗ୍ରହର ପ୍ରଭାବ ରହିଥାଏ। ରାହୁ ଘର ପାଇଁ ଅଶୁଭ ହୋଇଥାଏ।
– ଲୁହାକୁ ଶନିଙ୍କ କାରକ କୁହାଯାଏ। ଧନତରେସ ଦିନ କେବେବି ଲୁହା ଜିନିଷ କ୍ରୟ କରିବା ଉଚିତ ନୁହେଁ। ଏହାଦ୍ବାରା ଶନିଙ୍କ କୋପର ସାମ୍ନା କରିବାକୁ ପଡ଼ି ପାରେ। କିନ୍ତୁ ପିତଳ ଓ ତମ୍ବା ଧାତୁର ବାସନ କ୍ରୟ କରିବା ଶୁଭ ହୋଇଥାଏ।
– ତୀକ୍ଷ୍ଣ ବସ୍ତୁ ବା କାଚର ବସ୍ତୁ କ୍ରୟ କରନ୍ତୁ ନାହିଁ। ଏଗୁଡ଼ିକୁ ଦୁର୍ଭାଗ୍ୟର ପ୍ରତୀକ ମାନା ଯାଇଥାଏ।ଯାହାଫଳରେ ଏହା ଆପଣଙ୍କ ଘର ପାଇଁ ଅମଙ୍ଗଳ ହୋଇଥାଏ। ଧନତରେସ ଦିନ କାଚ ବ୍ୟବହାର କରିବା ମଧ୍ୟ ଅନୁଚିତ ହୋଇଥାଏ।
– ଧନତରେସ ଦିନ ନକଲି ଗହଣା ଆଦି କ୍ରୟ କରିବା ଉଚିତ ନୁହେଁ। ଏହାସହିତ ଏହିଦିନ ପ୍ଲାଷ୍ଟିକ ଜିନିଷ ଆଦି ମଧ୍ୟ କ୍ରୟ କରିବା ଉଚିତ ନୁହେଁ। ନଚେତ ଦେବୀ ଲକ୍ଷ୍ମୀ ଓ କୁବେର ମହାରାଜା ଅସନ୍ତୁଷ୍ଟ ହୋଇଥାନ୍ତି।