Excuse Me Odisha

ଯାହା କହିବୁ ସତ କହିବୁ

ଦଶହରା ଦିନ କରନ୍ତୁ ଏହି ଖାସ ଉପାୟ, ତାପରେ ଦେଖନ୍ତୁ ଚମତ୍କାର। ଆପଣଙ୍କ ଭାଗ୍ୟ ବଦଳି ଯିବ।

ସେୟାର୍ କରନ୍ତୁ

ଆଜିର ଦିନଟି ଆପଣଙ୍କ ଓଶାରଦୀୟ ଦୁର୍ଗା ପୂଜା ବିଜୟା ଦଶମୀ ଦିନ ସମାପ୍ତ ହେବାକୁ ଯାଉଛି। ଏହିଦିନ ଏକ ଖାସ ମୁହୂର୍ତ୍ତ ହୋଇଥାଏ। ଏହିଦିନ ଭଗବାନ ଶ୍ରୀରାମଚନ୍ଦ୍ର ରାବଣକୁ ବଧ କରି ମାତା ସୀତାଙ୍କୁ ଉଦ୍ଧାର କରିଥିଲେ। ଏହିଦିନ ରାବଣ ପୋଡ଼ି ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ସେହି ଉପାୟ ବିଷୟରେ ବିସ୍ତାର ରୂପରେ ଜାଣିବା।

ଯଦି ଆପଣଙ୍କୁ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ତାହେଲେ ଆପଣ ମାଆ ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରିବା ଉଚିତ। ଏହି ଷୋହଳ ଶୃଙ୍ଗାର ମଧ୍ୟରେ ଲାଲ ସିନ୍ଦୂର, ଚୁଡ଼ି, କାନଫୁଲ, ଇତ୍ତର, ଶାଢ଼ୀ, ଅଳତା ଇତ୍ୟାଦି ରହିଛି। ଦଶହରା ପରେ ଏହି ଷୋହଳ ଶୃଙ୍ଗାରକୁ ଆପଣ କୌଣସି ବ୍ରାହ୍ମଣ, ବିବାହିତା ନାରୀଙ୍କୁ ମଧ୍ୟ ଦାନ କରି ପାରିବେ। ନବରାତ୍ରି ସମୟରେ ସୁନା ବା ରୁପା ଧାତୁ କିଣି ଠାକୁର ଘରେ ରଖି ପୂଜା କରିବା ଆବଶ୍ୟକ। ଏଭଳି କରିବା ଦ୍ଵାରା ମାଆ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି।

ବିଜୟା ଦଶମୀ ଦିନ ଘରର ମୁଖ୍ୟ ଦୁଆର ମୁହଁରେ ହଳଦୀ ବା ସିନ୍ଦୁରରେ ସ୍ଵସ୍ତିକ ଚିହ୍ନ ତିଆରି କରନ୍ତୁ। ଏହାସହିତ ଘରର ଅଗଣାରେ ଆମ୍ବ ଡାଳ ଓ ଗେଣ୍ଡୁଫୁଲ ମାଳ କରନ୍ତୁ। ଏଭଳି କରିବା ଦ୍ଵାରା ମାଆ ଦୁର୍ଗାଙ୍କ ସହିତ ଦେବୀ ଲକ୍ଷ୍ମୀ ମଧ୍ୟ ଘରକୁ ପ୍ରବେଶ କରିଥାନ୍ତି। ଶାରଦୀୟ ଦୁର୍ଗାପୂଜାରେ କଉଡ଼ି ଓ ପଦ୍ମ ଫୁଲ ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। କଉଡ଼ିକୁ ଦେବୀ ଲକ୍ଷ୍ମୀଙ୍କର ଭଉଣୀ ବୋଲି କୁହାଯାଏ। ଦେବୀ ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରିବା ଦ୍ୱାରା ଶୁଭ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *