Excuse Me Odisha

ଯାହା କହିବୁ ସତ କହିବୁ

ବୁଧବାର ଦିନ କରନ୍ତୁ ଏହି କାର୍ଯ୍ୟ, ବଦଳି ଯିବ ଆପଣଙ୍କ ଭାଗ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। କୌଣସି ପୂଜାକାର୍ଯ୍ୟ ବା ଧାର୍ମିକ ଅନୁଷ୍ଠାନରେ ପ୍ରଥମ ପୂଜ୍ୟ ଶ୍ରୀଗଣେଶଙ୍କୁ ପୂଜା କରାଯାଇଥାଏ। ଭଗବାନ ଶ୍ରୀଗଣେଶ ସମସ୍ତ ସଙ୍କଟ ଦୂର କରି ଦେଇଥାନ୍ତି, କାରଣ ତାଙ୍କୁ ବିଘ୍ନ ବିନାଶକ କୁହାଯାଇଛି। ଯଦି ଆପଣ ଭଗବାନ ଶ୍ରୀଗଣେଶଙ୍କର ଯଥାବିଧିରେ ପୂଜାର୍ଚ୍ଚନା କରିବେ, ତାହେଲେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ।

ଯଦି ଆପଣଙ୍କର ସ୍ମରଣ ଶକ୍ତି ଗ୍ରାସ ହୋଇ ଯାଉଛି, ତାହେଲେ ଆପଣ ପ୍ରଭୁ ଶ୍ରୀଗଣେଶଙ୍କର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ଏବଂ ଭଗବାନ ଗଣେଶଙ୍କୁ ଆରାଧନା କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ମନର ସବୁ ଇଛା ପୂରଣ ହେବ। ଏହାସହିତ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ବ୍ୟବସାୟିକ କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ।

ଆପଣ ସକାଳୁ ଉଠି ଭଗବାନ ଗଣେଶଙ୍କୁ ସ୍ମରଣ କରନ୍ତୁ। ଯଦି ଆପଣଙ୍କ ବିବାହରେ ବାଧା ଉତ୍ପନ୍ନ ହେଉଛି କିମ୍ବା ସନ୍ତାନଙ୍କୁ ନେଇ ଆପଣ ଚିନ୍ତିତ ରହିଛନ୍ତି କିମ୍ବା ଆପଣଙ୍କ ଜୀବନରେ ଅନେକ କଠିନ ସମସ୍ୟା ସୃଷ୍ଟି ହେଉଛି, ତାହେଲେ ବିଘ୍ନ ବିନାଶକ ଶ୍ରୀଗଣେଶଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ।

ଭଗବାନ ଶ୍ରୀଗଣେଶଙ୍କୁ ଧୂପଦୀପ, ଫୁଲଫଳ, ଝୁଣା, ଲଡୁ ଆଦି ଅର୍ପଣ କରନ୍ତୁ। ବିଧି ବିଧାନ ଅନୁସାରେ ପ୍ରଭୁ ଶ୍ରୀଗଣେଶଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଏହାସହିତ ଘରେ ଗଣେଶଙ୍କ ମୂର୍ତ୍ତି ମଧ୍ୟ ସ୍ଥାପନ କରନ୍ତୁ। ଏହାଦ୍ବାରା ଆପଣଙ୍କ ଜୀବନକୁ ଆସୁଥିବା ସମସ୍ତ ସଙ୍କଟ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *