Excuse Me Odisha

ଯାହା କହିବୁ ସତ କହିବୁ

ମାଆ ସିଦ୍ଧିଦାତ୍ରୀଙ୍କୁ ଏହି ତିନୋଟି ଜିନିଷ ଅର୍ପଣ କରନ୍ତୁ, ଘରର ଦାରିଦ୍ର୍ୟତା ହୋଇଯିବ ଦୂର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶାରଦୀୟ ଦୁର୍ଗାପୂଜାରେ ନବରାତ୍ରିର ପ୍ରତ୍ୟେକଦିନ ଦେବୀ ଦୁର୍ଗାଙ୍କର ନଅଟି ସ୍ଵରୂପକୁ ସମର୍ପିତ ଅଟେ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ନବରାତ୍ରିର ନଅଦିନରେ ମାଆ ସିଦ୍ଧିଦାତ୍ରୀଙ୍କୁ କିପରି ଭାବରେ ପୂଜାର୍ଚ୍ଚନା କରିବେ। ଦେବୀ ସିଦ୍ଧିଦାତ୍ରୀଙ୍କ ପୂଜା ନବରାତ୍ରିର ଶେଷଦିନ ନବମୀ ତିଥିରେ ହୋଇଥାଏ।

ଦେବୀ ଦୁର୍ଗାଙ୍କୁ ନବମୀ ତିଥି ଦିନ ଧୂପ ଦୀପ, ଫଳପୁଷ୍ପ, ପଦ୍ମଫୁଲ ଆଦି ଅର୍ପଣ କରନ୍ତୁ।ଯଦି ଆପଣ ସୁଖଶାନ୍ତି ଓ ଧନସମ୍ପତ୍ତି ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତାହେଲେ ଗୋଟେ ପାନପତ୍ର ନେଇ ସେଥିରେ ଅଳ୍ପ କେଶର ରଖି ଦିଅନ୍ତୁ। ତାପରେ ଏହାକୁ ଦେବୀଙ୍କ ଚରଣ ତଳେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନରେ ସବୁ ସମସ୍ୟାର ଅନ୍ତ ହେବ।

ଦେବୀଙ୍କର ମନ୍ତ୍ର ଜପ କରି ସାରି ସେହି ପାନକୁ ଆପଣ ଗୋଟେ ଲାଲ କପଡ଼ାରେ ବାନ୍ଧି ନିଜ ପାଖରେ ରଖି ଦିଅନ୍ତୁ। ଯଦି ଆପଣଙ୍କୁ ବ୍ୟବସାୟରେ ସର୍ବଦା କ୍ଷତି ସହିବାକୁ ପଡୁଛି ବା ଆଶାନୁରୂପ ସଫଳତା ମିଳୁନାହିଁ, ତାହେଲେ ଏକ ସହଜ ଉପାୟ କରନ୍ତୁ। ଗୋଟେ ପାନପତ୍ର ନେଇ ସେଥିରେ କିଛି ଗୋଲାପ ଫୁଲର ପାଖୁଡ଼ା ରଖି ଏହାକୁ ମାଆ ଦୁର୍ଗାଙ୍କୁ ଅର୍ପଣ କରି ଦିଅନ୍ତୁ। ଦେଖିବେ ଆପଣଙ୍କର ବ୍ୟବସାୟରେ ଥିବା ସବୁ ସମସ୍ୟା ଦୂର ହୋଇଯିବ।

ତାପରେ ମାଆ ଦୁର୍ଗାଙ୍କର ନଅଟି ସ୍ୱରୂପକୁ ଅଲଗା ଅଲଗା ବ୍ୟଞ୍ଜନ ପ୍ରସ୍ତୁତ କରି ଭୋଗ ଅର୍ପଣ କରନ୍ତୁ। ଏଭଳି କରିବା ଦ୍ଵାରା ଦେବୀ ଦୁର୍ଗାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ। କ୍ଷୀରି, ଖେଚୁଡ଼ି, ଫଳମୂଳ, ପଞ୍ଚାମୃତ ଆଦି ଭୋଗ ଲାଗଇ ଅସହାୟ ଲୋକଙ୍କୁ ବଣ୍ଟନ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବା ସହିତ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *