Excuse Me Odisha

ଯାହା କହିବୁ ସତ କହିବୁ

୪ ଅକ୍ଟୋବର ରାଶିଫଳ: ଏହି ରାଶିର ଲୋକଙ୍କ ପାଇଁ ଶୁଭ ରହିବ ନବମୀ ତିଥି, ପଢନ୍ତୁ ଦୈନିକ ରାଶିଫଳ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ତେବେ ଏହି ଦୈନିକ ରାଶିଫଳରୁ ନିଜ ରାଶି ବିଷୟରେ ଜାଣନ୍ତୁ

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଭାଇଭଉଣୀଙ୍କ ସହିତ ଚାଲିଥିବା ସମସ୍ୟା ଦୂର ହୋଇଯିବ। ଆଜି ଆପଣ କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ନିଜ ବୁଦ୍ଧି ବିବେକ ପ୍ରୟୋଗ କରନ୍ତୁ। କୌଣସି ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବେ।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ଭୁଲ ଯୋଗୁଁ ଆପଣ ସମସ୍ୟାରେ ପଡ଼ି ପାରନ୍ତି।ଆଜି ଆପଣ ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ବିବାହିତ ଲୋକଙ୍କ ଜୀବନରେ ସୁଖଶାନ୍ତି ବିଦ୍ୟମାନ ହେବ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଯଦି ଆପଣଙ୍କୁ କୌଣସି କଥାରେ କ୍ରୋଧ ଆସୁଛି, ତାହେଲେ ଆପଣ ଭଗବାନ ଶିବଙ୍କୁ ଆରାଧନା କରନ୍ତୁ। ପରିବାର ଲୋକଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ଆପଣଙ୍କୁ କର୍ମଚାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣ ନିଜ ସନ୍ତାନଙ୍କୁ କିଛି ଦାୟିତ୍ୱ ଦେଇ ପାରନ୍ତି। ପିତାମାତା ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ କରିବେ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହୋଇଯିବ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଚାକିରି କ୍ଷେତ୍ରରେ ଆପଣ ପରିବର୍ତ୍ତନ କରିବାକୁ ଚାହୁଁଥିଲେ, ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଆପଣ ନିଜର ମନର ଇଚ୍ଛାକୁ ପୂରଣ କରିବା ପାଇଁ ପ୍ରୟାସ କରିବେ। ଭାଇଭଉଣୀଙ୍କ ବିବାହରେ ସୃଷ୍ଟି ହେଉଥିବା ସମସ୍ୟା ସବୁ ଦୂର ହୋଇଯିବ।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। କୋର୍ଟକଚେରୀ ମାମଲାରେ ଚାଲିଥିବା ସମସ୍ୟା ଦୂର ହୋଇଯିବ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। କୌଣସି ଅନୁଭବୀ ଲୋକଙ୍କ ସହଯୋଗରେ ଆପଣ ବ୍ୟବସାୟରେ ଲାଭବାନ ହେବେ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣଙ୍କୁ ଧନ ସମ୍ବନ୍ଧିତ ମାମଲାରେ ସାବଧାନ ରହିବାର ଆବଶ୍ୟକତା ରହିଛି। ଆୟରେ ବୃଦ୍ଧି ହେବ। ସନ୍ତାନ ଆପଣଙ୍କୁ କିଛି ଜିନିଷ ମାଗି ପାରନ୍ତି। ଆପଣଙ୍କୁ ଘରର ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖିବା ଆବଶ୍ୟକ। ବ୍ୟବସାୟିକ ମାମଲାରେ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କୁ ସବୁ କ୍ଷେତ୍ରରେ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। ପରିବାରରେ କୌଣସି ଧାର୍ମିକ ଅନୁଷ୍ଠାନର ଆୟୋଜନ ହୋଇପାରେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ସାମାନ୍ୟ ମତଭେଦ ସୃଷ୍ଟି ହୋଇପାରେ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅଚାନକ ଧନ ପ୍ରାପ୍ତି ହେବ। ଆପଣଙ୍କୁ କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରିବା ଆବଶ୍ୟକ। ଆପଣଙ୍କର ସାଂସାରିକ ସୁଖ ସାଧନରେ ବୃଦ୍ଧି ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ। ଜୀବନସାଥୀଙ୍କ ପାଇଁ ଆପଣ କୌଣସି ଉପହାର ନେଇ ପାରନ୍ତି। ପୁରୁଣା ରୋଗରୁ ମୁକ୍ତି ମିଳିବ। ସମ୍ପର୍କୀୟଙ୍କ ସହିତ ହସଖୁସିରେ ସମୟ ଅତିବାହିତ କରିବେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ନିଜ ଭଉଣୀ ଓ ଭାଇଙ୍କ ଠାରୁ ପରାମର୍ଶ ନିଅନ୍ତୁ। କୌଣସି ନୂଆ କାର୍ଯ୍ୟର ଆରମ୍ଭ ପାଇଁ ଏହି ସମୟ ଅନୁକୂଳ ରହିଛି। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *