Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ କନ୍ୟା ମାନଙ୍କୁ ଭୁଲରେ ମଧ୍ୟରେ ଦାନ କରନ୍ତୁ ନାହିଁ ଏହି ଜିନିଷ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ବାଗତ ଜଣାଉଛୁ। ହିନ୍ଦୁଧର୍ମରେ ନବରାତ୍ରିକୁ ବହୁତ ମହତ୍ତ୍ଵ ଦିଆଯାଇଛି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କୁ ଘରେ ସ୍ଥାପନ କରାଯାଇଥାଏ। ଦେବୀ ଦୁର୍ଗାଙ୍କ ନାମର ଅଖଣ୍ଡ ଜ୍ୟୋତି ମଧ୍ୟ ରଖା ଯାଇଥାଏ। ଏହି ସମୟରେ ଲୋକେ ଦେବୀ ଦୁର୍ଗାଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୁପକୁ ପୂଜାର୍ଚ୍ଚନା କରାଯାଇଥାଏ।

ନବରାତ୍ରିର ଅଷ୍ଟମୀ ଓ ନବମୀ ତିଥିରେ କନ୍ୟା ପୂଜନର ବିଧାନ ରହିଛି। ଏହିବର୍ଷ ଅଷ୍ଟମୀ ତିଥି ଅକ୍ଟୋବର ୩ ତାରିଖ ସୋମବାର ଦିନ ରହିଛି ଏବଂ ନବମୀ ତିଥି ୪ ଅକ୍ଟୋବର ମଙ୍ଗଳବାର ଦିନ ରହିଛି। ଏହି ଦୁଇଟି ତିଥିରେ କନ୍ୟା ପୂଜନ କରିବା ନିହାତି ଆବଶ୍ୟକ ଅଟେ। ମାଆଙ୍କର ଉପାସନା କରିବା ଦ୍ୱାରା ବିନମ୍ରତାର ବିକାଶ ହୋଇଥାଏ। ସବୁ କଷ୍ଟ ଓ ଦାରିଦ୍ର୍ୟତାରୁ ମୁକ୍ତି ମିଳିଥାଏ।

ବନ୍ଧୁଗଣ କୁହାଯାଇଛି କି, ବ୍ରତ ଓ ଉପାସନା କରି ଦେବୀ ଦୂର୍ଗା ଯେତିକି ପ୍ରସନ୍ନ ହୋଇ ନଥାନ୍ତି, କନ୍ୟା ମାନଙ୍କୁ ଅଷ୍ଟମୀ ଓ ନବମୀ ତିଥିରେ ଭୋଜନ କରାଇଲେ ମାଆ ସନ୍ତୁଷ୍ଟ ହୋଇଥାନ୍ତି। ନବରାତ୍ରିରେ ୨ ବର୍ଷ ବୟସରୁ ୧୦ ବର୍ଷ ବୟସ ମଧ୍ୟରେ ଥିବା କନ୍ୟା ମାନଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ନବରାତ୍ରିରେ କନ୍ୟା ମାନେ ଆପଣଙ୍କ ଘରକୁ ଆସିଲେ ତାଙ୍କ ପାଦକୁ ପାଣି ବା କ୍ଷୀରରେ ଧୋଇବା ଉଚିତ।

ତାପରେ ଘରେ ପ୍ରସ୍ତୁତ କରିଥିବା ସ୍ଵାଦିଷ୍ଟ ବ୍ୟଞ୍ଜନ ଆଦି ପରଷିବା ଉଚିତ। କନ୍ୟା ମାନଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପ୍ରତି ଆପଣଙ୍କୁ ଧ୍ୟାନ ରଖିବା ଆବଶ୍ୟକ। କନ୍ୟା ମାନେ ଭୋଜନ କରି ସାରିବା ପରେ ଆପଣ ସେମାନଙ୍କୁ କିଛି ଉପହାର ପ୍ରଦାନ କରନ୍ତୁ। ତାପରେ ଆପଣ ତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରି ବିଦାୟ ଦିଅନ୍ତୁ। ଏହି କର୍ମ କରିବା ଦ୍ୱାରା ଆପଣଙ୍କର ସାତ ଜନ୍ମର ପାପ କ୍ଷୟ ହୋଇ ଯାଇଥାଏ ଏବଂ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳେ। ଆପଣଙ୍କର ସମସ୍ତ ଅଭିଳାଷା ମଧ୍ୟ ପୂରଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *