Excuse Me Odisha

ଯାହା କହିବୁ ସତ କହିବୁ

ଦୁର୍ଗା ଅଷ୍ଟମୀରେ ଘରର ଦୁଆର ମୁହଁରେ ରଖି ଦିଅନ୍ତୁ ଏହି ଖାସ ଜିନିଷ। ଘରୁ ଦାରିଦ୍ର୍ୟତା ହୋଇଯିବ ଦୂର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କିଛି ଖାସ କଥା କହିବାକୁ ଯାଉଛୁ, ଯାହାଦ୍ଵାରା ଆପଣ ନିଜ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ କରିବେ। ଏହାଦ୍ବାରା ଆପଣଙ୍କ ଜୀବନରେ ସୁଖମୟ ରହିବ। କାରଣ ଜାଣତରେ ହେଉ ଅବା ଅଜାଣତରେ ଆମେ କିଛି ଏଭଳି କାର୍ଯ୍ୟ କରି ଦେଇଥାଉ, ଯାହାଦ୍ଵାରା ଆମ ଜୀବନରେ ଅନେକ କଠିନ ସମସ୍ୟା ଉତ୍ପନ୍ନ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଘର ବାହାରେ କେଉଁ ଜିନିଷ ରଖିବା ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଶାରଦୀୟ ଦୁର୍ଗା ପୂଜାରେ ଆପଣ କିଛି ଖାସ ଉପାୟ କଲେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ଘରର ବାହାରେ ହଳଦୀ ବା କୁଙ୍କୁମରେ ସ୍ଵସ୍ତିକ ଚିହ୍ନ ତିଆରି କରନ୍ତୁ। ଏହାଦ୍ବାରା ଘରକୁ କୌଣସି ନକାରାତ୍ମକ ଶକ୍ତିର ପ୍ରବେଶ ହୋଇ ନଥାଏ। ଏହାସହିତ ଆପଣ ଆମ୍ବଡ଼ାଳ ଟାଙ୍ଗୀ ପାରିବେ ଓ କଦଳୀ ଗଛ ମଧ୍ୟ ଘରର ଅଗଣାରେ ଲଗାଇ ପାରିବେ। ଘରର ଦୁଆର ମୁହଁରେ ଗୋଟେ ଲୋଟାରେ ପାଣି ନେଇ ସେଥିରେ ଗୋଲାପ ଫୁଲର ପାଖୁଡ଼ା ରଖନ୍ତୁ। ତାପରେ ଏହାକୁ ଦଶହରା ଶେଷ ହେବା ପରେ ସେହି ପାଣିକୁ କୌଣସି ପୋଖରୀରେ ଭସାଇ ଦିଅନ୍ତୁ।

ଆମ୍ବ ପତ୍ରରେ ସ୍ଵସ୍ତିକ ଚିହ୍ନ ଲଗାଇ ଘରର ଅଗଣାରେ ଟାଙ୍ଗୀ ଦିଅନ୍ତୁ। ଦଶହରା ସମୟରେ ସୁନା ବା ରୁପା ଧାତୁ କିଣି ମାଆ ଦୁର୍ଗାଙ୍କ ଚରଣରେ ରଖି ପୂଜା କରିବା ଆବଶ୍ୟକ। ଏଭଳି କରିବା ଦ୍ଵାରା ମାଆ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି। ଏହି ରୁପା ବା ସୁନାର ମୁଦ୍ରାକୁ ଆପଣ ନିଜର ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଯାହାଫଳରେ ଆପଣଙ୍କ ଧନଭଣ୍ଡାର ପରିପୂର୍ଣ ହୋଇଯିବ। ମାନ୍ୟତା ରହିଛି କି, ଦଶହରା ସମୟରେ ଘରକୁ ମୟୂର ପର, ଶଙ୍ଖ, କଉଡ଼ି ଆଦି ଆଣିବା ଉଚିତ।

ଏହାଦ୍ବାରା ଘର ଧନଧାନ୍ୟରେ ପରିପୂର୍ଣ ହୋଇ ଯାଇଥାଏ। ଶାରଦୀୟ ଦୁର୍ଗାପୂଜାରେ କଉଡ଼ି ଓ ପଦ୍ମ ଫୁଲ ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। କଉଡ଼ିକୁ ଦେବୀ ଲକ୍ଷ୍ମୀଙ୍କର ଭଉଣୀ ବୋଲି କୁହାଯାଏ। ଦେବୀ ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରିବା ଦ୍ୱାରା ଶୁଭ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *