Excuse Me Odisha

ଯାହା କହିବୁ ସତ କହିବୁ

ଦଶହରାରେ ଏହି ବିଶେଷ ଜିନିଷ କଦାପି କାହାକୁ ଉଧାର ଦିଅନ୍ତୁ ନାହିଁ। ନଚେତ ଦାରିଦ୍ର୍ୟତା ଗ୍ରାସ କରିପାରେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶାରଦୀୟ ଦୁର୍ଗା ପୂଜା ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବାକୁ ଯାଉଛି। ଏହି ନଅ ଦିନ ମଧ୍ୟରେ ଦେବୀ ଦୁର୍ଗାଙ୍କର ନଅଟି ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଇଥାଏ। ଯେଉଁମାନେ ଦେବୀ ଦୁର୍ଗାଙ୍କର କଠୋର ବ୍ରତ ପାଳନ କରିଥାନ୍ତି, ଦେବୀ ଦୁର୍ଗା ସେମାନଙ୍କର ସବୁ ଦୁଃଖ ନାଶ କରି ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଏହି ସମୟରେ ଅସହାୟ ଲୋକଙ୍କୁ ଦାନ କଲେ ମାଆଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ମାଆ ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରିବା ଉଚିତ। ଏହି ଷୋହଳ ଶୃଙ୍ଗାର ମଧ୍ୟରେ ଲାଲ ସିନ୍ଦୂର, ଚୁଡ଼ି, କାନଫୁଲ, ଇତ୍ତର, ଶାଢ଼ୀ, ଅଳତା ଇତ୍ୟାଦି ରହିଛି। ଦଶହରା ପରେ ଏହି ଷୋହଳ ଶୃଙ୍ଗାରକୁ ଆପଣ କୌଣସି ବ୍ରାହ୍ମଣ, ବିବାହିତା ନାରୀଙ୍କୁ ମଧ୍ୟ ଦାନ କରି ପାରିବେ। ନବରାତ୍ରି ସମୟରେ ସୁନା ବା ରୁପା ଧାତୁ କିଣି ଠାକୁର ଘରେ ରଖି ପୂଜା କରିବା ଆବଶ୍ୟକ। ଏଭଳି କରିବା ଦ୍ଵାରା ମାଆ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି।

ଏହି ରୁପା ମୁଦ୍ରାକୁ ଆପଣ ନିଜ ଧନଭଣ୍ଡାର ଘରେ ରଖି ପାରିବେ। ଯାହାଫଳରେ ଧନ ବୃଦ୍ଧି ହେବ। ନବରାତ୍ରି ସମୟରେ ଘରକୁ ମୟୂର ପର, ଶଙ୍ଖ, ସୁନାରୁପା ଆଦି କିଣି ଆଣିବା ଉଚିତ। ଏହାଦ୍ବାରା ଘର ଧନଧାନ୍ୟରେ ପରିପୂର୍ଣ ହୋଇ ଯାଇଥାଏ।ନବରାତ୍ରି ସମୟରେ କଉଡ଼ି ଓ ପଦ୍ମ ଫୁଲ ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ନବରାତ୍ରି ଚାଲିଥିବା ସମୟରେ ଘରକୁ କେହି ମହୁ, ଲୁଣ, ଅଟା ଆଦି ଉଧାର ମାଗିବାକୁ ଆସିଲେ, ଆପଣଙ୍କୁ ଉଧାର ଦେବା ଅନୁଚିତ। ନଚେତ ଆପଣଙ୍କୁ ଅଭାବ ଅନଟନ ଭୋଗିବାକୁ ପଡିପାରେ। ଏହି ସମୟରେ ଅସହାୟ ଲୋକଙ୍କୁ ନୂଆ ଲୁଗା କିଣି ଦାନ କରନ୍ତୁ ନଚେତ ପିନ୍ଧା ଲୁଗା ଦିଅନ୍ତୁ ନାହିଁ।

ପୁରୁଣା ଝାଡୁକୁ କେବେବି ଘରେ ରଖିବା ଉଚିତ ନୁହେଁ। ନବରାତ୍ରି ଚାଲିଥିବା ସମୟରେ ଆପଣ ନୂଆ ଝାଡି କିଣନ୍ତୁ। ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ। ଝାଡୁ ଦ୍ଵାରା ଘରର ଅଳିଆ ଆବର୍ଜନା ଓ ନକାରାତ୍ମକ ଶକ୍ତି ଘରୁ ବାହାରି ଯାଇଥାଏ। ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ।

ନବରାତ୍ରି ସମୟରେ ଦେବୀ ଦୁର୍ଗା ଘରକୁ ପ୍ରବେଶ କରିଥାନ୍ତି। ଏହି ସମୟରେ ଯଦି ଘରେ ଅଳିଆ ଆବର୍ଜନା ଭର୍ତ୍ତି ରହିଲେ ଦେବୀ ଦୁର୍ଗା ଓ ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଯାଇଥାନ୍ତି ଏବଂ ଘରେ ଆର୍ଥିକ ଅଭାବ ଦେଖା ଦେଇଥାଏ। ଏହାସହିତ ଘରର ଅଗଣାରେ କେବେବି କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ। ଏହାଦ୍ବାରା ନକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ। ତେଣୁ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *