Excuse Me Odisha

ଯାହା କହିବୁ ସତ କହିବୁ

ଦଶହରାରେ ଏହି ଗୋଟେ ଜିନିଷର ସେବନ କରନ୍ତୁ। ତାପରେ ଦେଖନ୍ତୁ ଚମତ୍କାର! ଜୀବନର ସବୁ ଦୁଃଖକଷ୍ଟ ହୋଇଯିବ ଦୂର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ।ଶାରଦୀୟ ନବରାତ୍ରି ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବ। ଏହି ନଅ ଦିନ ମଧ୍ୟରେ ଦେବୀ ଦୁର୍ଗାଙ୍କର ନଅଟି ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଇଥାଏ।

ଯେଉଁମାନେ ଦେବୀ ଦୁର୍ଗାଙ୍କର କଠୋର ବ୍ରତ ପାଳନ କରିଥାନ୍ତି, ଦେବୀ ଦୁର୍ଗା ସେମାନଙ୍କର ସବୁ ଦୁଃଖ ନାଶ କରି ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ପ୍ରସାଦ ସମ୍ବନ୍ଧିତ କିଛି କଥା।

କହିବାକୁ ଗଲେ କୌଣସି ଦେବୀ ଓ ଦେବତାଙ୍କ ପୂଜାର୍ଚ୍ଚନା ସେତେବେଳେ ସମ୍ପନ୍ନ ହୋଇଥାଏ, ଯେତେବେଳେ ଈଶ୍ବରଙ୍କ ପ୍ରସାଦ ଖିଆଯାଇଥାଏ। ପ୍ରସାଦ ଗ୍ରହଣ ନକରି କୌଣସି ଧାର୍ମିକ ଅନୁଷ୍ଠାନର ଲାଭ ମିଳି ନଥାଏ। ମାଆ ଦୁର୍ଗାଙ୍କୁ ଆପଣ ଯାହା ଅର୍ପଣ କରିବେ, ତାହା ସେ ଗ୍ରହଣ କରି ନେବେ। ପ୍ରତ୍ୟେକ ଈଶ୍ବରଙ୍କ ପ୍ରସାଦ ଅଲଗା ଅଲଗା ପ୍ରକାରର ହୋଇଥାଏ। ଈଶ୍ବରଙ୍କ ପ୍ରସାଦକୁ କେବେବି ତିରସ୍କାର କରନ୍ତୁ ନାହିଁ। ଏହାଦ୍ବାରା ଦେବୀ ଦୁର୍ଗା କ୍ରୋଧିତ ହୋଇଥାନ୍ତି।

ମାଆଙ୍କ ପ୍ରସାଦ ଆପଣ କୌଣସି ଗାଈ, କୁକୁରକୁ ମଧ୍ୟ ଦେଇ ପାରିବେ। ଯଦି ଆପଣ ପ୍ରସାଦ ଗ୍ରହଣ କରିବାକୁ ଚାହୁଁ ନାହାନ୍ତି, ତଥାପି ପ୍ରସାଦ ଗ୍ରହଣ କରନ୍ତୁ। ଏହି ଦଶହରା ଦିନ ମାଆ ଦୁର୍ଗାଙ୍କର ନଅଟି ସ୍ୱରୂପକୁ ଅଲଗା ଅଲଗା ବ୍ୟଞ୍ଜନ ପ୍ରସ୍ତୁତ କରି ଭୋଗ ଅର୍ପଣ କରନ୍ତୁ। ଏଭଳି କରିବା ଦ୍ଵାରା ଦେବୀ ଦୁର୍ଗାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ। କ୍ଷୀରି, ଖେଚୁଡ଼ି, ଫଳମୂଳ, ପଞ୍ଚାମୃତ ଆଦି ଭୋଗ ଲାଗଇ ଅସହାୟ ଲୋକଙ୍କୁ ବଣ୍ଟନ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବା ସହିତ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *