Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଶରୀରର ଏହି ଅଙ୍ଗରେ ବାନ୍ଧି ଦିଅନ୍ତୁ କଳା ସୂତା, ଆପଣଙ୍କର ସମସ୍ତ ଅଭିଳାଷା ହୋଇଯିବ ପୂରଣ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ ଏକ ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ଵାରା ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ ଏବଂ ସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କ ଘରେ ରହିଥିବା ନାଜରାତ୍ମକ ଶକ୍ତି ନଷ୍ଟ ହୋଇଯିବ।

ଆପଣ ଯେତେ କଠିନ ପରିଶ୍ରମ କରିଥିଲେ ମଧ୍ୟ ଆପଣଙ୍କୁ ଆଶାନୁରୂପ ସଫଳତା ମିଳି ନଥାଏ। ପତିପତ୍ନୀଙ୍କ ମଧ୍ୟରେ ବିବାଦ ଲାଗିଥାଏ। ଏହିସବୁ ହେବାର ମୁଖ୍ୟ କାରଣ ହେଉଛି ଅନ୍ୟର ଖରାପ ନଜର ଆପଣଙ୍କ ଉପରେ ପଡ଼ିଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

କିଛି ଲୋକେ ଅନ୍ୟମାନଙ୍କର ସଫଳତା ଦେଖି ଈର୍ଷା କରିଥାନ୍ତି। ଏହାର ନକାରାତ୍ମକ ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ଆପଣ ନିଜ ଭାଗ୍ୟକୁ ସୁଦୃଢ କରିବା ପାଇଁ ଆପଣଙ୍କୁ ଏହି ଉପାୟ କରିବା ଆବଶ୍ୟକ। ଆପଣଙ୍କୁ ଗୋଟେ କଳା ସୂତା ବ୍ୟବହାର କରିବା ଆବଶ୍ୟକ। ଅନେକ ଯୁଗରୁ କଳା ସୂତା ହାତ, ପାଦ, ଗଳାରେ ବନ୍ଧା ଯାଉଛି। ଏହି କଳା ସୂତା ପରିଧାନ କଲେ ଜୀବନରେ ସବୁ ଦୁଃଖକଷ୍ଟ ଦୂର ହୋଇ ଥାଏ।

କଳା ସୂତା ସହିତ ଭଗବାନ ଶନିଦେବଙ୍କର ସମ୍ବନ୍ଧ ରହିଥାଏ। କଳା ସୂତା ପରିଧାନ କରିବା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ଆପଣଙ୍କ ଠାରୁ ଦୂରେଇ ରହିଥାଏ। ଯଦି ଆପଣ ଋଣ ଭାରରୁ ମୁକ୍ତି ପାଇବା ପାଇଁ, ଆଶାନୁରୂପ ସଫଳତା ହାସଲ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଶନିବାର ଦିନ ଗୋଟେ ସୂତାରେ ସାତଟି ଗଣ୍ଠି ପକାଇ ଏହାକୁ ଭଗବାନ ଶନିଙ୍କ ମନ୍ଦିରରେ ରଖି ଦିଅନ୍ତୁ।

ତାପରେ ଶନି ମନ୍ଦିରରେ ଶନିଙ୍କର ” ଓଁ ଶମ୍ ସନିଶ୍ଚରାୟ ନମଃ ” ମନ୍ତ୍ର ଜପ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ। ଯଦି ଆପଣ ନିଜ ଘର ପରିବାରକୁ ନକାରାତ୍ମକ ଶକ୍ତିରୁ ଦୂରେଇ ରଖିବା ପାଇଁ ଚାହୁଁଛନ୍ତି, ତାହେଲେ ସେହି ସୂତାକୁ ଘରର ଦୁଆର ମୁହଁ ଉପରକୁ ଟାଣି ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *