Excuse Me Odisha

ଯାହା କହିବୁ ସତ କହିବୁ

ଶୁଭ ସମୟ ଆସିବା ପୂର୍ବରୁ ତୁଳସୀ ଗଛ ଦେଇଥାଏ ସଂକେତ। ଜାଣନ୍ତୁ କଣ ସେହି ସଂକେତ!

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ଅତ୍ୟନ୍ତ ପ୍ରିୟ ଅଟେ। ତୁଳସୀ ପତ୍ର ବିନା ଭଗବାନ ଶ୍ରୀକୃଷ୍ଣଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ। ଯେଉଁ ଘରେ ତୁଳସୀ ଗଛ ରହିଥାଏ, ସେଠାରେ ସବୁ ପ୍ରକାରର ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ। ତେବେ ଆସନ୍ତୁ ତୁଳସୀ ଗଛ ସମ୍ବନ୍ଧିତ କିଛି ବିଶେଷ କଥା ବିଷୟରେ ଜାଣିବା।

ବାସ୍ତୁ ଶାସ୍ତ୍ର ଅନୁସାରେ, ତୁଳସୀ ଗଛକୁ ଦେବୀ ବୃନ୍ଦାଙ୍କ ସ୍ୱରୂପ ବୋଲି ମାନା ଯାଇଛି। ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରର ଅଗଣାରେ ତୁଳସୀ ଗଛ ରହିଥାଏ। ଘରର ଅଗଣାରେ ତୁଳସୀ ଗଛ ଘରକୁ ରକ୍ଷା କରିଥାଏ ବୋଲି ମାନା ଯାଇଥାଏ। ତେଣୁ ଘର ଉପରେ ସଙ୍କଟ ଆସିଲେ, ତୁଳସୀ ଗଛ ସଂକେତ ଦେଇଥାଏ। ତୁଳସୀ ଗଛ ଦ୍ଵାରା ମିଳୁଥିବା ସଂକେତ ବିଷୟରେ ଆସନ୍ତୁ ବିସ୍ତାର ରୂପରେ ଜାଣିବା।

ତୁଳସୀ ଗଛ ମୂଳରେ ଛୋଟ ଛୋଟ ଗଛ ଉଠିଲେ , ଏହା ଏକ ଶୁଭ ସଂକେତ ଅଟେ।ଯଦି ଘରେ ତୁଳସୀ ଗଛ ଶୁଖି ଯାଇଛି, ତାହେଲେ ତାକୁ ଉପାଡ଼ି କୌଣସି ନଦୀରେ ଭସାଇ ଦିଅନ୍ତୁ। କାରଣ ତୁଳସୀ ଗଛ ଶୁଖିଯିବା ଦ୍ଵାରା ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ। ଘରେ ଆର୍ଥିକ ସଙ୍କଟ ଦେଖା ଦେଇଥାଏ।

ତୁଳସୀ ଗଛ ଲଗାଇଥିବା ଆଖପାଖ ସ୍ଥାନକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। କୁହାଯାଏ କି ଯେଉଁ ବ୍ୟକ୍ତି ତୁଳସୀ ଗଛ ଓ ଶାଳଗ୍ରାମର ବିବାହ କରାଇ ଥାଆନ୍ତି, ତାଙ୍କୁ ମୃତ୍ୟୁ ପରେ ସ୍ବର୍ଗ ପ୍ରାପ୍ତି ହୋଇଥାଏ। ତୁଳସୀ ଗଛ ମଧ୍ୟରେ ଅନେକ ଔଷଧୀୟ ଗୁଣ ରହିଛି। ଥଣ୍ଡା କାଶ ଆଦି ହେଲେ ତୁଳସୀ ପତ୍ର ସେବନ କରାଯାଏ।ପ୍ରତ୍ୟେକଦିନ କିଛି ତୁଳସୀ ପତ୍ରର ସେବନ କଲେ ରୋଗବ୍ୟାଧି ଦୂର ହୋଇ ଯାଇଥାଏ।

ପୌରାଣିକ ମାନ୍ୟତା ଅନୁସାରେ ତୁଳସୀକୁ ଅମୃତ ସମାନ ମାନା ଯାଇଛି। କୁହାଯାଏ କି ଯେଉଁଠାରେ ତୁଳସୀ ଗଛ ରହିଥାଏ, ସେଠାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ମଧ୍ୟ ବାସ କରିଥାନ୍ତି। ଯେପରି ସୂର୍ଯ୍ୟ ଉଦୟ ହେଲେ ଅନ୍ଧକାର ନଷ୍ଟ ହୋଇ ଯାଇଥାଏ, ସେହିପରି ଘରେ ତୁଳସୀ ଗଛ ରହିବା ଦ୍ୱାରା ସୁଖଶାନ୍ତି ବୃଦ୍ଧି ହୋଇଥାଏ।ଶାସ୍ତ୍ରରେ କୁହାଯାଇଛି କି ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇଲେ, ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ। ଏହାଦ୍ବାରା ଘର ଧନଧାନ୍ୟ ପରିପୂର୍ଣ ହୋଇଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *