Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିର ସପ୍ତମ ଦିନ ମାଆ କାଳରାତ୍ରିଙ୍କୁ ଅର୍ପଣ କରନ୍ତୁ ଏହି ଦୁଇଟି ଜିନିଷ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶାରଦୀୟ ନବରାତ୍ରି ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବ। ଏହି ନଅ ଦିନ ମଧ୍ୟରେ ଦେବୀ ଦୁର୍ଗାଙ୍କର ନଅଟି ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଇଥାଏ। ଯେଉଁମାନେ ଦେବୀ ଦୁର୍ଗାଙ୍କର କଠୋର ବ୍ରତ ପାଳନ କରିଥାନ୍ତି, ଦେବୀ ଦୁର୍ଗା ସେମାନଙ୍କର ସବୁ ଦୁଃଖ ନାଶ କରି ଆଶୀର୍ବାଦ ପ୍ରଦାନ କରିଥାନ୍ତି।

ନବରାତ୍ରିର ସପ୍ତମ ଦିନ ମାଆ କାଳରାତ୍ରିଙ୍କୁ ସମର୍ପିତ ଅଟେ। ପୌରାଣିକ କଥା ଅନୁସାରେ ଜଣେ ବହୁତ ବଡ଼ ଦାନବ ଥିଲା ରକ୍ତବୀଜ। ସେ ଦେବତା ଓ ମାନବ ପାଇଁ ଚିନ୍ତାର କାରଣ ହୋଇ ଯାଇଥିଲା। ତାର ଗୋଟେ ବିଶେଷତା ଥିଲା ଯେ ତାର ରକ୍ତ ଭୂମିରେ ପଡ଼ିବା ମାତ୍ରେ ଆଉ ଏକ ରକ୍ତବୀଜ ସୃଷ୍ଟି ହେଉଥିଲା। ଦେବତା ମାନେ ଦେବୀ ପାର୍ବତୀଙ୍କ ପାଖକୁ ଯାଇ ଗୁହାରି କଲେ ଏବଂ ଦେବୀ ପାର୍ବତୀ ସେହି ଅସୁରକୁ ବଦ୍ଧ କରିବା ପାଇଁ ପ୍ରାର୍ଥନା କଲେ। ତାପରେ ମାଆ ପାର୍ବତୀଙ୍କର ନୂଆ ରୂପ କାଳରାତ୍ରୀ ରକ୍ତବୀଜକୁ ସଂହାର କଲେ।

ମାଆ କାଳରାତ୍ରି ଦୁଷ୍ଟ ମାନଙ୍କୁ ଦମନ କରିଥାନ୍ତି। ମାଆ ଦୁର୍ଗାଙ୍କର ନଅଟି ରୂପକୁ ବିଧି ରୂପକ ପୂଜାର୍ଚ୍ଚନା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ସମୟରେ ଆପଣ ବିଶେଷ ଉପାୟ କରି ମଧ୍ୟ ଦେବୀ ଦୁର୍ଗାଙ୍କୁ ପ୍ରସନ୍ନ କରି ପାରିବେ। ଯଦି ଆପଣଙ୍କ ବୈବାହିକ ଜୀବନରେ କିଛି ସମସ୍ୟା ସୃଷ୍ଟି ହେଉଛି ବା ବାରମ୍ବାର କଳି ଝଗଡା ଲାଗି ରହୁଛି, ତାହେଲେ ଗୋଟେ ପାନପତ୍ର ଆଣି ସେଥିରେ କିଛି ସିନ୍ଦୂରରେ ହ୍ରୀଂ ଲେଖି ମାଆ ଦୁର୍ଗାଙ୍କୁ ଅର୍ପଣ କରି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଦାମ୍ପତ୍ୟ ଜୀବନରେ ଚାଲିଥିବା ସବୁ ସମସ୍ୟା ଦୂର ହୋଇଯିବ। ଏହାସହିତ ପ୍ରେମ ବୃଦ୍ଧି ହେବ।

ନବରାତ୍ରି ସମୟରେ ସୁନା ବା ରୁପାର ମୁଦ୍ରା ମାଆ ଦୁର୍ଗାଙ୍କ ଚରଣରେ ରଖି ପୂଜା କରିବା ଆବଶ୍ୟକ। ଏଭଳି କରିବା ଦ୍ଵାରା ମାଆ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି। ଏହି ରୁପା ବା ସୁନାର ମୁଦ୍ରାକୁ ଆପଣ ନିଜର ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଯାହାଫଳରେ ଆପଣଙ୍କ ଧନଭଣ୍ଡାର ପରିପୂର୍ଣ ହୋଇଯିବ। ଆପଣ ଗୋଟେ ପାନ ନେଇ ସେଥିରେ ଦୁଇଟି ଲବଙ୍ଗ ରଖି କୌଣସି ନଦୀରେ ପ୍ରବାହିତ କରି ଦିଅନ୍ତୁ। ଦେଖିବେ, ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଏହାସହିତ ଆର୍ଥିକ ଅନଟନ ମଧ୍ୟ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *