Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଏହିଭଳି ପୋଛା ଲଗାଇବା ଦ୍ଵାରା ଆସିଥାଏ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଘରର ପରିବେଶ ଅତ୍ୟନ୍ତ ସ୍ୱଚ୍ଛ ରଖିବା ଦ୍ଵାରା ଦେବୀ ଓ ଦେବତା ମାନେ ବାସ କରିଥାନ୍ତି। ଅପରିଷ୍କାର ସ୍ଥାନରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇ ନଥାଏ। ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନ ପରିବେଶ ପସନ୍ଦ ଅଟେ। ଅଧିକାଂଶ ଲୋକେ ଘରେ ଆବର୍ଜନା ପକାଇ ରଖିଥାନ୍ତି। କିନ୍ତୁ ଘରେ ଆବର୍ଜନା ରହିଲେ କ୍ଳେଶ ଓ ବିବାଦ ହେବାର ସମ୍ଭାବନା ରହିଥାଏ।

ଆମେ ସମସ୍ତେ ନିଜ ଘରକୁ ସ୍ୱଚ୍ଛ ରଖିବା ପାଇଁ ଝାଡୁର ପ୍ରୟୋଗ କରିଥାନ୍ତି ଏବଂ ପରେ ପୋଛା ଲଗାଇ ଥାଉ। ଅଧିକାଂଶ ଲୋକେ ଝାଡୁ ଓ ପୋଛା ଲଗାଇବାର ସଠିକ ବିଧି ଜାଣି ନଥାନ୍ତି। ଶାସ୍ତ୍ର ଅନୁସାରେ ସଠିକ ନିୟମ ପାଳନ କରି ଘରେ ଝାଡୁ ଓ ପୋଛା ଲଗାଇବା ନିହାତି ଆବଶ୍ୟକ ଅଟେ। ଏହାଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହାସହିତ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ମାହୋଲ ଉତ୍ପନ୍ନ ହୋଇଥାଏ।

ନବରାତ୍ରି ସମୟରେ ପାଣିରେ ଅଳ୍ପ କିଛି ବସ୍ତୁ ପକାଇ ପୋଛା ଲଗାଇଲେ ଅଧିକ ଲାଭ ପ୍ରାପ୍ତ ହୋଇଥାଏ। ଏହାସହିତ ଘରେ ଧନଧାନ୍ୟ ମଧ୍ୟ ବୃଦ୍ଧି ହୋଇଥାଏ। ଶାସ୍ତ୍ରରେ ଝାଡୁ ଓ ପୋଛା ଲଗାଇବାର ଅନେକ ନିୟମ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। କେଉଁ ସମୟରେ ଝାଡୁ ଲଗାଇବା ଆବଶ୍ୟକ ଓ କେଉଁ ସମୟରେ ଝାଡୁ ଲଗାଇବା ଉଚିତ ନୁହେଁ, ଆସନ୍ତୁ ଜାଣିବା।

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ଘରେ ପୋଛା ଲଗାଉଛନ୍ତି, ତାହେଲେ ଦ୍ବିପ୍ରହର ପରେ ଲଗାନ୍ତୁ ନାହିଁ। କାରଣ ସୂର୍ଯ୍ୟାସ୍ତ ପରେ ଝାଡୁ ଓ ପୋଛା ଲଗାଇବା ଅଶୁଭ ମାନା ଯାଇଥାଏ। ସକାଳ ସମୟରେ ଆପଣ ନିଜ ଘରେ ଝାଡୁ ପୋଛା ଲଗାନ୍ତୁ। ଏଭଳି କରିବା ଦ୍ଵାରା ଶୁଭ ହୋଇଥାଏ ଏବଂ ସକାରାତ୍ମକ ପ୍ରଭାବ ପଡିଥାଏ।

ଘର ପୋଛା ଲଗାଇବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇ ପୋଛା ଲଗାନ୍ତୁ। ଏହାଦ୍ବାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ। ବୈଜ୍ଞାନିକ ମାନଙ୍କ ମତରେ ଘରେ ପୋଛା ଲଗାଇବା ଦ୍ଵାରା ପରିବାର ଲୋକଙ୍କୁ କୌଣସି ରୋଗ ହୋଇ ନଥାଏ। ମଙ୍ଗଳବାର ଓ ଗୁରୁବାର ଦିନ ଘର ପୋଛା ଲଗାନ୍ତୁ ନାହିଁ। ପରିବାରରେ ତିନି ଜଣ ମହିଳା ଏକାସହିତ ଝାଡୁ ଲଗାଇବା ଉଚିତ ନୁହେଁ, ଏହାଦ୍ବାରା କଳି ହୋଇଥାଏ ଏବଂ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

ରୋଗୀ ବା ଗର୍ଭବତୀ ମହିଳା କେବେବି ଘରେ ଝାଡୁ ପୋଛା ଲଗାଇବା ଉଚିତ ନୁହେଁ। ମହିଳା ମାନେ ନିଜ ମାସିକ ଧର୍ମ ସମୟରେ ଠାକୁର ପୂଜା କରିବା ଉଚିତ ନୁହେଁ ଏବଂ ଘରେ ଝାଡୁ କରିବା ଉଚିତ ନୁହେଁ। ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ। ଯଦି ଝାଡୁ ଉପରେ ଆପଣଙ୍କ ପାଦ ପଡ଼ି ଯାଉଛି, ତାହେଲେ ଆପଣ ପ୍ରଣାମ କରନ୍ତୁ। ନଚେତ ଘରକୁ ଦାରିଦ୍ର୍ୟତା ମାଡି ଆସିଥାଏ ଏବଂ ଦେବୀ ଲକ୍ଷ୍ମୀଙ୍କର କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ। ତେଣୁ ସାଙ୍ଗମାନେ ଏଭଳି ଭୂଲ କରିବାରୁ ବଞ୍ଚିତ ରୁହନ୍ତୁ। ଯାହାଫଳରେ ଆପଣଙ୍କ ଜୀବନ ସୁଖମୟ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *