Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ସ୍ନାନ କରିବା ସମୟରେ ପକାଇ ଦିଅନ୍ତୁ ଏହି ଗୋଟେ ଜିନିଷ, ମାଆ ଦୁର୍ଗାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କିଛି ଖାସ କଥା କହିବାକୁ ଯାଉଛୁ, ଯାହାଦ୍ଵାରା ଆପଣ ନିଜ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ କରିବେ। ଏହାଦ୍ବାରା ଆପଣଙ୍କ ଜୀବନରେ ସୁଖମୟ ରହିବ। କାରଣ ଜାଣତରେ ହେଉ ଅବା ଅଜାଣତରେ ଆମେ କିଛି ଏଭଳି କାର୍ଯ୍ୟ କରି ଦେଇଥାଉ, ଯାହାଦ୍ଵାରା ଆମ ଜୀବନରେ ଅନେକ କଠିନ ସମସ୍ୟା ଉତ୍ପନ୍ନ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ସ୍ନାନ କରିବା ସମୟରେ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବନ୍ଧୁଗଣ ପ୍ରତ୍ୟେକଦିନ ସ୍ନାନ କରିବା ନିହାତି ଜରୁରୀ ଅଟେ। ହିନ୍ଦୁଧର୍ମରେ ପ୍ରତ୍ୟେକଦିନ ସ୍ନାନ କରିଥିବା ବ୍ୟକ୍ତିକୁ ପୁଣ୍ୟର ଭୋଗୀ ମାନା ଯାଇଥାଏ। ସ୍ନାନ କରିବା ପାଇଁ ବ୍ୟକ୍ତିକୁ ପାଣି, ବାଲଟି, ସାବୁନ ଆଦି ସାମଗ୍ରୀର ଆବଶ୍ୟକତା ହୋଇଥାଏ। କିଛି ଲୋକେ ଗାଧୋଇ ସାରି ସେହି ସାମଗ୍ରୀକୁ ସଠିକ ସ୍ଥାନରେ ନରଖି ଚାଲି ଯାଇଥାନ୍ତି। ସ୍ନାନ କରିବା ପରେ ସେହି ପାଣିକୁ ନିଜ ଗୋଡ଼ରେ ଢାଳିବା ଉଚିତ ନୁହେଁ। ଏହାସହିତ ବାଲଟିକୁ ଉଗାଡ଼ି ରଖିବା ଉଚିତ।

ସ୍ନାନ କରିବାର ତୁରନ୍ତ ପରେ ଆପଣ ବାଲଟିରେ ପାଣି ଭରି ରଖନ୍ତୁ ନାହିଁ। ଏହାଦ୍ବାରା ଜଳ ହାନୀ ହୋଇଥାଏ ଏବଂ ପରିବାରରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଗାଧୋଇବା ପରେ ଆପଣ ନିଜ ଗାଧୁଆ ପାଣିକୁ ଛାଡି ଆସିବା ଉଚିତ ନୁହେଁ। କାରଣ ଅନ୍ୟ କୌଣସି ବ୍ୟକ୍ତି ଆପଣ ଗାଧୋଇ ଥିବା ପାଣିକୁ ବ୍ୟବହାର କରିବା ଅଶୁଭ ହୋଇଥାଏ। ଗାଧୋଇ ସାରି ନିଜ ଲୁଗାପଟା ସବୁ ନିଜେ ଧୋଇବା ଆବଶ୍ୟକ।

ଅଧିକାଂଶ ଲୋକେ ଗାଧୋଇ ସାରି ପୁନର୍ବାର ନିଜ ଗୋଡ଼କୁ ଧୋଇ ଥାଆନ୍ତି। ଏଭଳି କରିବା ଉଚିତ ନୁହେଁ। ସ୍ନାନ କରିବା ପରେ ମନ ପବିତ୍ର ହୋଇ ଯାଇଥାଏ। ଆପଣଙ୍କୁ ଈଶ୍ବରଙ୍କ ଆରାଧନା ଉପରେ ମନୋନିବେଶ କରିବା ଆବଶ୍ୟକ ଅଟେ। ବିବାହିତା ନାରୀ ମାନେ ସ୍ନାନ କରିବାର ତୁରନ୍ତ ପରେ ମଥାରେ ସିନ୍ଦୂର ଲଗାଇବା ଉଚିତ ନୁହେଁ। ଏଭଳି ମାନା ଯାଇଛି କି ଯଦି କୌଣସି ମହିଳା ଏଭଳି କରିଥାନ୍ତି, ତାହେଲେ ତାଙ୍କ ସ୍ଵାମୀଙ୍କ ଆୟୁ କମି ଯାଇଥାଏ।

ସ୍ନାନ କରିବାର ତୁରନ୍ତ ପରେ ବା ଭୋକ ପେଟରେ ରହି ଗ୍ୟାସ ବା ଚୁଲାକୁ ସ୍ପର୍ଶ କରିବା ଉଚିତ ନୁହେଁ। ତେଣୁ ଆପଣ କିଛି ଭୋଜନ କରି ଚୁଲାକୁ ସ୍ପର୍ଶ କରି ପାରିବେ। ସ୍ନାନ କରି ସାରିବା ପରେ ପ୍ରଥମେ ଆପଣ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏହାଦ୍ବାରା ଦିନଟି ଆପଣଙ୍କର ଶୁଭରେ ଅତିବାହିତ ହୋଇଥାଏ। ଯଦି ଆପଣ କୌଣସି ନଦୀରେ ସ୍ନାନ କରିବାକୁ ଯାଉଛନ୍ତି, ତାହେଲେ ପ୍ରଥମେ ଆପଣ ନଦୀମାତାଙ୍କୁ ପ୍ରଣାମ କରନ୍ତୁ ତାପରେ ସ୍ନାନ କରି ସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *