Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଟୋବର ମାସରେ ରହିଛି ଗ୍ରହ ଚଳନ। ଚାରୋଟି ରାଶିର ଲୋକଙ୍କୁ ହେବ ଧନ ପ୍ରାପ୍ତି, ପୂରଣ ହେବ ସବୁ ସ୍ବପ୍ନ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମାସ ଏକ ନିର୍ଦ୍ଧିଷ୍ଟ ସମୟରେ ଗ୍ରହ ଓ ନକ୍ଷତ୍ର ରାଶି ପରିବର୍ତ୍ତନ କରିଥାନ୍ତି। ଅକ୍ଟୋବର ମାସରେ କୌଣସି ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଅକ୍ଟୋବର ୨ ତାରିଖ ଦିନ ବୁଧ ଗ୍ରହ ମାର୍ଗୀ ହେବାକୁ ଯାଉଛନ୍ତି। ବୁଧ ଗ୍ରହ ବୁଦ୍ଧି, ତର୍କ, ସମ୍ବାଦ, ଗଣିତ, ଚତୁରତା, ମିତ୍ରତାର କାରକ ଗ୍ରହ ମାନା ଯାଇଥାଏ। ବୁଧ ଗ୍ରହ ମାର୍ଗୀ ହେବା ଦ୍ବାରା ଅକ୍ଟୋବର ମାସରେ କିଛି ଖାସ ରାଶିର ଲୋକଙ୍କୁ ଅନେକ ଲାଭ ପ୍ରାପ୍ତ ହେବ। ତେବେ ଆସନ୍ତୁ ବିସ୍ତାର ରୂପରେ ଜାଣିବା।

ମେଷ ରାଶି :-

ବୁଧ ଗ୍ରହ ମାର୍ଗୀ ହେବା ଦ୍ବାରା ଏହି ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତି ହେବ।ଏହି ମାସରେ ଆପଣଙ୍କର ସବୁ ଇଛା ପୂରଣ ହେବ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଅଟକି ରହିଥିବା ସବୁ କାର୍ଯ୍ୟ ହେବ। ଯେଉଁ ଲୋକମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ପୁରୁଣା ସବୁ ଦୁଃଖକଷ୍ଟ ଦୂର ହୋଇଯିବ। କୌଣସି ଶୁଭ କାର୍ଯ୍ୟ ପାଇଁ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ମିଥୁନ ରାଶି :-

ଅକ୍ଟୋବର ମାସ ଆପଣଙ୍କ ପାଇଁ ଅନୁକୂଳ ରହିଛି। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ। ଯଦି ଆପଣ କୌଣସି ସ୍ଥାନରେ ନିବେଶ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ମାସ ଅନୁକୂଳ ରହିଛି। କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ। ନୂଆ ଜମିବାଡ଼ି କ୍ରୟ କରି ପାରନ୍ତି। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ବ୍ୟବସାୟିକ ମାମଲାରେ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି।

କନ୍ୟା ରାଶି :-

ଅକ୍ଟୋବର ମାସଟି ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ରହିବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ସମ୍ପତ୍ତି ମାମଲାରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ରହିବ। ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିପାରେ। ସେୟାର ବଜାରରେ ନିବେଶ କରି ଆପଣ ଲାଭବାନ ହେବେ। ଚାକିରି ବଦଳାଇବା ପାଇଁ ଏହି ମାସ ଅତ୍ୟନ୍ତ ଅନୁକୂଳ ରହିଛି। ସମାଜରେ ଆପଣଙ୍କ ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ।

ବିଛା ରାଶି:-

ଅକ୍ଟୋବର ମାସ ଏହି ରାଶିର ଲୋକଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କର ପୁରୁଣା ଦୁଃଖକଷ୍ଟ ଦୂର ହୋଇଯିବ। ଭଗବାନ ସର୍ବଦା ଆପଣଙ୍କ ସହିତ ରହିବେ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ପୁରୁଣା ବେମାରୀରୁ ମୁକ୍ତି ମିଳିବା। ପରିବାରରେ ହସଖୁସିର ମାହୋଲ ରହିବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହେବ ଏବଂ ଆପଣ ଭ୍ରମଣରେ ଯାଇ ପାରନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *