Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ମହିଳା ମାନେ ଘରେ ପୋଛା ଲଗାଇବା ଦ୍ଵାରା ଗ୍ରାସ କରିଥାଏ ଦାରିଦ୍ର୍ୟତା। ଜାଣନ୍ତୁ ଏହାର କାରଣ କଣ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଘର ପରିଷ୍କାର ପରିଚ୍ଛନ୍ନ ରହିଲେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। କାରଣ ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ସ୍ଥାନ ବହୁତ ପସନ୍ଦ ହୋଇଥାଏ। କିନ୍ତୁ ଅଧିକାଂଶ ଲୋକେ ଘରେ ପୋଛା ଲଗାଇବା ସମୟରେ କିଛି ଏଭଳି ଭୁଲ କରିଥାନ୍ତି, ଯାହାଦ୍ଵାରା ଘରେ ଦାରିଦ୍ର୍ୟତା ବାସ କରିଥାଏ। ଧନ ଆସିବା ବଦଳରେ ଧନହାନୀ ହୋଇଥାଏ। ଏଭଳି ଭୂଲ ଯୋଗୁଁ ବାସ୍ତୁ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ। ଯାହାଫଳରେ ଘରେ ଅନେକ ସମସ୍ୟା ସୃଷ୍ଟି ହେବା ସହିତ ଦାରିଦ୍ର୍ୟତା ବାସ କରିଥାଏ।

ନବରାତ୍ରି ଚାଲିଥିବା ସମୟରେ ଆପଣ କିଛି ଖାସ ଉପାୟ କଲେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ। ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବ। ଏହି ନଅ ଦିନ ମଧ୍ୟରେ ଦେବୀ ଦୁର୍ଗାଙ୍କର ନଅଟି ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଇଥାଏ। ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି, ନବରାତ୍ରି ସମୟରେ ଘରେ ପୋଛା ଲଗାଇବା ସମୟରେ ଆପଣ କେଉଁ ଭୁଲ କରିବା ଉଚିତ ନୁହେଁ।

ତେବେ କିଛି ଲୋକେ ଛୋଟ ପିଲାଙ୍କ ଦ୍ଵାରା ଘର କାମ କରାଇ ଥାଆନ୍ତି। ଏଭଳି କରିବା ଉଚିତ ନୁହେଁ। ଏହାଦ୍ବାରା ଦେବୀ ଲକ୍ଷ୍ମୀଙ୍କର କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ଘରେ ପୋଛା ଲଗାଉଛନ୍ତି, ତାହେଲେ ଦ୍ବିପ୍ରହର ପରେ ଲଗାନ୍ତୁ ନାହିଁ। ସକାଳ ସମୟରେ ଆପଣ ନିଜ ଘରେ ଝାଡୁ ପୋଛା ଲଗାନ୍ତୁ। ଏଭଳି କରିବା ଦ୍ଵାରା ଶୁଭ ହୋଇଥାଏ ଏବଂ ସକାରାତ୍ମକ ପ୍ରଭାବ ପଡିଥାଏ।

ଘର ପୋଛା ଲଗାଇବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇ ପୋଛା ଲଗାନ୍ତୁ। ଏହାଦ୍ବାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ। ବୈଜ୍ଞାନିକ ମାନଙ୍କ ମତରେ ଘରେ ପୋଛା ଲଗାଇବା ଦ୍ଵାରା ପରିବାର ଲୋକଙ୍କୁ କୌଣସି ରୋଗ ହୋଇ ନଥାଏ। ମଙ୍ଗଳବାର ଓ ଗୁରୁବାର ଦିନ ଘର ପୋଛା ଲଗାନ୍ତୁ ନାହିଁ। ପରିବାରରେ ତିନି ଜଣ ମହିଳା ଏକାସହିତ ଝାଡୁ ଲଗାଇବା ଉଚିତ ନୁହେଁ, ଏହାଦ୍ବାରା କଳି ହୋଇଥାଏ ଏବଂ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

ରୋଗୀ ବା ଗର୍ଭବତୀ ମହିଳା କେବେବି ଘରେ ଝାଡୁ ପୋଛା ଲଗାଇବା ଉଚିତ ନୁହେଁ। ମହିଳା ମାନେ ନିଜ ମାସିକ ଧର୍ମ ସମୟରେ ଠାକୁର ପୂଜା କରିବା ଉଚିତ ନୁହେଁ ଏବଂ ଘରେ ଝାଡୁ କରିବା ଉଚିତ ନୁହେଁ। ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ। ତେଣୁ ଏଭଳି ଭୂଲ କରିବା ଅନୁଚିତ। ନଚେତ ଘରକୁ ଦାରିଦ୍ର୍ୟତା ମାଡି ଆସିଥାଏ ଏବଂ ଦେବୀ ଲକ୍ଷ୍ମୀଙ୍କର କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ। ତେଣୁ ସାଙ୍ଗମାନେ ଏଭଳି ଭୂଲ କରିବାରୁ ବଞ୍ଚିତ ରୁହନ୍ତୁ। ଯାହାଫଳରେ ଆପଣଙ୍କ ଜୀବନ ସୁଖମୟ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *