ନବରାତ୍ରିରେ ଏହି ଗୋଟେ ଜିନିଷ କିଣି ଆଣନ୍ତୁ, ତାପରେ ଦେଖନ୍ତୁ ଚମତ୍କାର। ଘରୁ ଦାରିଦ୍ର୍ୟତା ହୋଇଯିବ ଦୂର ଏବଂ ରାତାରାତି ହୋଇଯିବେ କୋଟିପତି।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶାରଦୀୟ ନବରାତ୍ରି ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବ। ଏହି ନଅ ଦିନ ମଧ୍ୟରେ ଦେବୀ ଦୁର୍ଗାଙ୍କର ନଅଟି ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଇଥାଏ। ଯେଉଁମାନେ ଦେବୀ ଦୁର୍ଗାଙ୍କର କଠୋର ବ୍ରତ ପାଳନ କରିଥାନ୍ତି, ଦେବୀ ଦୁର୍ଗା ସେମାନଙ୍କର ସବୁ ଦୁଃଖ ନାଶ କରି ଆଶୀର୍ବାଦ ପ୍ରଦାନ କରିଥାନ୍ତି।
ସୋମବାର ଦିନ ନବରାତ୍ରି ଆରମ୍ଭ ହେବାକୁ ଯାଉଛି। ଏହିଦିନ ଦେବୀ ଦୁର୍ଗା ହାତୀ ଉପରେ ବସି ପୃଥିବୀ ପୃଷ୍ଠକୁ ଆସିବେ। ନବରାତ୍ରିରେ ପ୍ରଥମ ଦିନ କଳସ ସ୍ଥାପନା କରି ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯାଏ। ଏହାସହିତ ଦେବୀଙ୍କର ପୂଜା ଓ ବ୍ରତର ଆରମ୍ଭ କରାଯାଇଥାଏ। କଳସ ସ୍ଥାପନାର ଶୁଭ ମୂହୁର୍ତ୍ତ ହେଉଛି ୨୬ ସେପ୍ଟେମ୍ବର ସକାଳ ୬:୧୧ ଘଟିକାରୁ ୭:୫୧ ପର୍ଯ୍ୟନ୍ତ ରହିଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କିଛି ଏଭଳି ଜିନିଷ ନବରାତ୍ରି ସମୟରେ ଘରକୁ ଆଣିଲେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୋଇଥାଏ
ନବରାତ୍ରି ସମୟରେ ମାଆ ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରିବା ଉଚିତ। ଏହି ଷୋହଳ ଶୃଙ୍ଗାର ମଧ୍ୟରେ ଲାଲ ସିନ୍ଦୂର, ଚୁଡ଼ି, କାନଫୁଲ, ଇତ୍ତର, ଶିନ୍ଥି, ଅଣ୍ଟା ବିଛା ଇତ୍ୟାଦି ରହିଛି। ନବରାତ୍ରି ସମାପ୍ତ ହେବା ପରେ ଏହି ଷୋହଳ ଶୃଙ୍ଗାରକୁ ଆପଣ କୌଣସି ବ୍ରାହ୍ମଣ, ବିବାହିତା ନାରୀଙ୍କୁ ମଧ୍ୟ ଦାନ କରି ପାରିବେ। ନବରାତ୍ରି ସମୟରେ ସୁନା ବା ରୁପା ଧାତୁ କିଣି ଠାକୁର ଘରେ ରଖି ପୂଜା କରିବା ଆବଶ୍ୟକ।
ଏଭଳି କରିବା ଦ୍ଵାରା ମାଆ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି। ଏହି ରୁପା ମୁଦ୍ରାକୁ ଆପଣ ନିଜ ଧନଭଣ୍ଡାର ଘରେ ରଖି ପାରିବେ। ଯାହାଫଳରେ ଧନ ବୃଦ୍ଧି ହେବ। ନବରାତ୍ରି ସମୟରେ ଘରକୁ ମୟୂର ପର, ଶଙ୍ଖ, ସୁନାରୁପା ଆଦି କିଣି ଆଣିବା ଉଚିତ। ଏହାଦ୍ବାରା ଘର ଧନଧାନ୍ୟରେ ପରିପୂର୍ଣ ହୋଇ ଯାଇଥାଏ।ନବରାତ୍ରି ସମୟରେ କଉଡ଼ି ଓ ପଦ୍ମ ଫୁଲ ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।