Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଚାଉଳକୁ ନେଇ କରନ୍ତି ଏହି ଖାସ ଉପାୟ। ତାପରେ ଦେଖନ୍ତୁ ଚମତ୍କାର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ବାଗତ ଜଣାଉଛୁ। ହିନ୍ଦୁଧର୍ମରେ ନବରାତ୍ରିକୁ ବହୁତ ମହତ୍ତ୍ଵ ଦିଆଯାଇଛି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କୁ ଘରେ ସ୍ଥାପନ କରାଯାଇଥାଏ। ଦେବୀ ଦୁର୍ଗାଙ୍କ ନାମର ଅଖଣ୍ଡ ଜ୍ୟୋତି ମଧ୍ୟ ରଖା ଯାଇଥାଏ। ଏହି ସମୟରେ ଲୋକେ ଦେବୀ ଦୁର୍ଗାଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୁପକୁ ପୂଜାର୍ଚ୍ଚନା କରାଯାଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଚାଉଳକୁ ନେଇ ଆପଣ କେଉଁ ଉପାୟ କଲେ ଶୁଭ ଫଳ ପ୍ରାପ୍ତି କରିବେ।

ନବରାତ୍ରି ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବ। ଏହି ନଅ ଦିନ ମଧ୍ୟରେ ଦେବୀ ଦୁର୍ଗାଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ମନୁଷ୍ୟକୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଯଦି ଆପଣ ନିଜ ଘରେ ମାଆ ଦୁର୍ଗାଙ୍କୁ ପୂଜା କରୁଛନ୍ତି, ତାହେଲେ ପ୍ରଥମେ କାଠର ଖଟୁଲିରେ ମାଆଙ୍କୁ ବିରାଜମାନ କରନ୍ତୁ। ତାପରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ତାପରେ ଲାଲ ଫୁଲ, ଧୂପଦୀପ, ଝୁଣା, ଫଳମୂଳ ଆଦି ଅର୍ପଣ କରି ମାଆଙ୍କର ନଅଟି ସ୍ଵରୂପକୁ ଆବାହନ କରନ୍ତୁ।

ଯଦି ଆପଣ ଖୁବ୍ ଶୀଘ୍ର ସଫଳତା ହାସଲ କରିବାକୁ ଚାହୁଁଛନ୍ତି ଏବଂ ଆର୍ଥିକ ଅଭାବରୁ ମୁକ୍ତି ପାଇବା ପାଇଁ ତାହେଲେ କିଛି ଚାଉଳରେ ଅଳ୍ପ ହଳଦୀ ମିଶାଇ ଗୋଳାଇ ଦିଅନ୍ତୁ। ତାପରେ ଏହାକୁ ଗୋଟେ ଲାଲ କପଡ଼ାରେ ବାନ୍ଧି ଦେବୀ ଲକ୍ଷ୍ମୀର ଶ୍ରୀଚରଣ ତଳେ ରଖି ଦିଅନ୍ତୁ। ତାପରେ ଏହାକୁ ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ।

ବ୍ୟବସାୟରେ ଅସୁବିଧା ଉତ୍ପନ୍ନ ହେଉଥିଲେ, ଅଶ୍ୱତ୍ଥ ଗଛ ମୂଳରେ ଅଳ୍ପ ଚାଉଳ ଅର୍ପଣ କରି ଜଳ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ବ୍ୟବସାୟରେ କୌଣସି ଅସୁବିଧା ଉତ୍ପନ୍ନ ହେବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *