Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ସୂର୍ଯ୍ୟାସ୍ତ ପରେ ସ୍ନାନ କରିବା ଅନୁଚିତ। ଜାଣନ୍ତୁ ଏହାର ରହସ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପୌରାଣିକ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁ ଶାସ୍ତ୍ରକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଆମେ ସାରା ଦିନ କଣ କରୁ ବା କଣ ପିନ୍ଧି ଥାଉ ଏହାର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ସଂକ୍ଷେପରେ କହିବାକୁ ଗଲେ ଆମେ ଯେଉଁ କର୍ମ କରୁ, ତାର ଫଳ ଭୋଗ କରିଥାଉ। ଆମର ଦୈନନ୍ଦିନ ଜୀବନରେ ଜାଣତରେ ହେଉ ଅବା ଅଜାଣତରେ ଆମେ କିଛି ଏପରି ଭୁଲ କରି ଦେଇ ଥାଉ, ଯାହାଦ୍ଵାରା ଆମ ଜୀବନ ଦୁଃଖକଷ୍ଟରେ ଭରି ଯାଇଥାଏ।

ଶାସ୍ତ୍ରରେ ସକାଳୁ ଉଠିବାକୁ ଅଧିକ ମହତ୍ତ୍ଵ ଦିଆଯାଇଛି। କାରଣ ଯେଉଁ ବ୍ୟକ୍ତି ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରି ନିତ୍ୟକର୍ମ ସାରିଥାଏ, ସେ ଜୀବନରେ ଉନ୍ନତି କରିଥାଏ ବୋଲି ମାନ୍ୟତା ରହିଛି। କୁହାଯାଇଛି କି ଶୀଘ୍ର ଶୋଇ ଶୀଘ୍ର ଉଠିବା ଉଚିତ। ଆଜି ଆମେ ଆପଣଙ୍କୁ କିଛି ଏଭଳି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ସକାଳୁ ଉଠି ତୁରନ୍ତ କରିବା ଉଚିତ ନୁହେଁ।

ସକାଳୁ ଉଠି ଭଗବାନଙ୍କୁ ସ୍ମରଣ କରିବା ଉଚିତ। କିନ୍ତୁ କେବେବି କାମ ବାସନା କରିବା ଉଚିତ ନୁହେଁ। କାରଣ ସକାଳ ସମୟରେ ମନରେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ ଏବଂ ଶରୀର ଫୁର୍ତ୍ତି ଲାଗିଥାଏ। ଆପଣ ଶୋଇବା କୋଠରୀରେ ମୟୂର ପର ଓ ଶଙ୍ଖ ମଧ୍ୟ ରଖି ପାରିବେ। କାରଣ ଆପଣ ସକାଳୁ ଉଠି ପ୍ରଥମେ ସେହି ଦୁଇଟି ଜିନିଷକୁ ଦେଖିଲେ ଦିନଟି ଆପଣଙ୍କର ଶୁଭ ରହିବ। ଏହାସହିତ ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ।

ଅଧିକାଂଶ ଲୋକେ ସକାଳୁ ଉଠି ନ୍ୟୁଜ ଦେଖିଥାନ୍ତି ବା ଖବରକାଗଜ ପଡିଥାନ୍ତି। କହିବାକୁ ଗଲେ ଖବରକାଗଜରେ କିଛି ଭଲ କଥା ଓ କିଛି ମନ୍ଦ କଥା ରହିଛି। ତେଣୁ ଆପଣ ଖବରକାଗଜ ପଢ଼ିବା କ୍ଷଣି ଆପଣଙ୍କୁ ମନରେ ନକାରାତ୍ମକ ଭାବନା ସୃଷ୍ଟି ହୋଇପାରେ। ତେଣୁ ଏହାକୁ ପରିତ୍ୟାଗ କରନ୍ତୁ। ସକାଳୁ ଉଠି ଦାନ୍ତ ନ ଘଷି କେବେବି ଚାହାର ସେବନ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *