Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ମାଆ ଦୁର୍ଗା କ୍ରୋଧିତ ହେଲେ ମିଳିଥାଏ ଏହି ୧୦ଟି ସଂକେତ। ଏହାସହିତ ଦାରିଦ୍ର୍ୟତା ଗ୍ରାସ କରିଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପୌରାଣିକ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁ ଶାସ୍ତ୍ରକୁ ଅଧିକ ଗୁରୁତ୍ବ ଦିଆ ଯାଉଛି। ଘରେ ବାସ୍ତୁ ଶାସ୍ତ୍ର ଅନୁସାରେ କୋଠରୀ, ଜିନିଷପତ୍ର ସଠିକ ସ୍ଥାନରେ ରହିଲେ ଶୁଭ ହୋଇଥାଏ। କିନ୍ତୁ ସଠିକ ସ୍ଥାନରେ ନରହିବା ଦ୍ଵାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ। ତେଣୁ ଘରେ କୌଣସି ସାମାନ୍ୟ କଥାରୁ ମଧ୍ୟ ବହୁତ ବଡ଼ ସଂକେତ ମିଳିଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଘରେ ଦାରିଦ୍ର୍ୟତା ଗ୍ରାସ କଲେ କିଭଳି ସଂକେତ ମିଳିଥାଏ? ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଯଦି ମହିଳା ମାନେ ମାସିକ ଧର୍ମ ଚାଲିଥିବା ସମୟରେ ଘରେ ଝାଡୁ କରିବା, ଗଛରେ ପାଣି ଦେବା, ଠାକୁର ପୂଜା କରିବା ଅନୁଚିତ। ନଚେତ ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ। ଘର୍କୁ ଦାରିଦ୍ର୍ୟତା ମାଡି ଆସୁଥିଲେ ପ୍ରଥମେ ଏହାର ପ୍ରଭାବ ଘରେ ଲାଗିଥିବା ତୁଳସୀ ଗଛ ଉପରେ ପଡ଼ିଥାଏ। କାରଣ ତୁଳସୀ ଗଛ ଶୁଖି ଯିବା ଦ୍ଵାରା ଦାରିଦ୍ର୍ୟତାର ସଂକେତ ମିଳିଥାଏ। ଯଦି ଘରେ ଅଯଥା ଜନ୍ଦା ଓ ପିମ୍ପୁଡ଼ି ଦେଖା ଯାଆନ୍ତି, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କୁ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡିପାରେ।

ସୂର୍ଯ୍ୟାସ୍ତ ପରେ ଘରେ କେବେବି ଝାଡୁ ଲଗାନ୍ତୁ ନାହିଁ। ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନା ଯାଇଥାଏ। ଝାଡୁକୁ ଏକ ସ୍ବତନ୍ତ୍ର ଦିଗରେ ରଖିବା ଆବଶ୍ୟକ। ଯଦି ଆପଣ ଘରୁ ବାହାରକୁ ଯିବା ସମୟରେ ଆପଣଙ୍କ ସାମ୍ନାରେ ମରି ଯାଇଥିବା ଝିଟିପିଟି ପଡିଯାଏ, ତାହେଲେ ବୁଝି ଯାଆନ୍ତୁ କି ଆପଣଙ୍କର କୌଣସି କାର୍ଯ୍ୟ ସଫଳ ହେବ ନାହିଁ। ଏହାସହିତ ଖୁବ୍ ଶୀଘ୍ର ଦାରିଦ୍ର୍ୟତା ଗ୍ରାସ କରିବାକୁ ଯାଉଛି।

ସନ୍ଧ୍ୟା ସମୟରେ କେବେବି ଶୋଇବା ବା କଟୁ ବଚନ କହିବା ଉଚିତ ନୁହେଁ। ଏହାଦ୍ବାରା ଦେବୀ ଓ ଦେବତା ମାନେ କ୍ରୋଧିତ ହୋଇ ଥାଆନ୍ତି। ଆପଣଙ୍କୁ ଖରାପ ପରିଣାମ ଭୋଗ କରିବାକୁ ପଡିପାରେ। ଖାଲି ବସି ଥିବା ସମୟରେ କେବେବି ଗୋଡ଼ ହଲାନ୍ତୁ ନାହିଁ। ନଚେତ ଆପଣଙ୍କ ଘରୁ ଦେବୀ ଲକ୍ଷ୍ମୀ ବାହାରି ଯାଇ ପାରନ୍ତି। ଅସହାୟ ଲୋକଙ୍କୁ ସହଯୋଗ କରନ୍ତୁ। ଗାଈ, କୁକୁର, ପାରା ଆଦିଙ୍କୁ ଖାଇବାକୁ ଦିଅନ୍ତୁ। ନିଶ୍ଚିତ ଭାବରେ ଆପଣ ପୁଣ୍ୟ ଲାଭ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *