Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଚୁପଚାପ ଏହି ସ୍ଥାନରେ ରଖି ଦିଅନ୍ତୁ ୧୦ ଟଙ୍କା , ତାପରେ ଦେଖନ୍ତୁ ଚମତ୍କାର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶାରଦୀୟ ନବରାତ୍ରି ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବ। ଏହି ନଅ ଦିନ ମଧ୍ୟରେ ଦେବୀ ଦୁର୍ଗାଙ୍କର ନଅଟି ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଇଥାଏ। ଯେଉଁମାନେ ଦେବୀ ଦୁର୍ଗାଙ୍କର କଠୋର ବ୍ରତ ପାଳନ କରିଥାନ୍ତି, ଦେବୀ ଦୁର୍ଗା ସେମାନଙ୍କର ସବୁ ଦୁଃଖ ନାଶ କରି ଆଶୀର୍ବାଦ ପ୍ରଦାନ କରିଥାନ୍ତି।

ଆଜି ଆମେ ଆପଣଙ୍କୁ ମୁଦ୍ରା ବା ଟଙ୍କା ସମ୍ବନ୍ଧିତ କିଛି ସୂଚନା ଦେବା ପାଇଁ ଚାହୁଁଛୁ। ନବରାତ୍ରିରେ ଟଙ୍କାର ଅତ୍ୟନ୍ତ ମହତ୍ତ୍ଵ ରହିଥାଏ। ଏହି ସମୟରେ ଯଦି ଆପଣ କାହାଠାରୁ ଟଙ୍କା ଆଣୁଛନ୍ତି, ତାହେଲେ ପାଞ୍ଚ ଆଙ୍ଗୁଠି ମିଶାଇ ଆଣନ୍ତୁ। କିଛି ଲୋକେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ହାସଲ କରି ପାରନ୍ତି ନାହିଁ।

ତେଣୁ ଏହି ନବରାତ୍ରି ସମୟରେ ଆପଣ କିଛି ଖାସ ଉପାୟ ମଧ୍ୟ କରି ପାରିବେ। ତେଣୁ ଗୋଟେ ଲାଲ ରଙ୍ଗର କପଡ଼ା ନିଅନ୍ତୁ। ତାପରେ ସେଥିରେ ଗୋଟେ କଏନ ଏବଂ ଗୋଟେ ଲବଙ୍ଗ ରଖି ବାନ୍ଧି ଦିଅନ୍ତୁ। ଏହାକୁ ଦେବୀ ଲକ୍ଷ୍ମୀଙ୍କର ଶ୍ରୀଚରଣରେ ରଖି ପୂଜାର୍ଚ୍ଚନା କରନ୍ତୁ। ତାପରେ ଏହାକୁ ଆପଣ ନିଜ ପର୍ସ ବା ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଦେଖିବେ ଆପଣଙ୍କର ଧନ ବୃଦ୍ଧି ହେବା ସହିତ ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ।

ନବରାତ୍ରି ସମୟରେ ଆପଣ ତୁଳସୀ ଗଛ ମୂଳରେ ପୂଜାର୍ଚ୍ଚନା କରି ଗୋଟେ ଏକ ଟଙ୍କା ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହେବ। ଏହାସହିତ ଦେବୀ ଲକ୍ଷ୍ମୀଙ୍କୁ କଉଡ଼ି ଓ ପଦ୍ମ ଫୁଲ ଅର୍ପଣ କରନ୍ତୁ, ପୁଣ୍ୟ ପ୍ରାପ୍ତି ହେବ। ନବରାତ୍ରି ଚାଲିଥିବା ସମୟରେ ଅସହାୟ ଲୋକଙ୍କୁ ଭୋଜନ ଓ ବସ୍ତ୍ର ଆଦି ଦାନ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର କୌଣସି କାର୍ଯ୍ୟରେ ବାଧା ସୃଷ୍ଟି ହେବ ନାହିଁ ଏବଂ ମାଆ ଦୁର୍ଗାଙ୍କର କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *