Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରି ସମୟରେ ଖାସ ୪ ଗୋଟି ରାଶିର ଲୋକଙ୍କ ଦୁର୍ଗାଙ୍କର କୃପା ଦୃଷ୍ଟି ପଡ଼ିବାକୁ ଯାଉଛି।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁଧର୍ମରେ ନବରାତ୍ରିକୁ ବହୁତ ମହତ୍ତ୍ଵ ଦିଆଯାଇଛି। ଏହି ସମୟରେ ଲୋକେ ଦେବୀ ଦୁର୍ଗାଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୁପକୁ ପୂଜାର୍ଚ୍ଚନା କରାଯାଇଥାଏ। ଏଭଳି ମାନ୍ୟତା ରହିଛି କି ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଦ୍ୱାରା ମାଆ ଦୁର୍ଗା ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ସବୁ ମନସ୍କାମନା ପୂରଣ କରିଥାନ୍ତି। ଏହାସହିତ ଜୀବନର ସବୁ ଦୁଃଖକଷ୍ଟ ଦୂର କରି ଦେଇଥାନ୍ତି।

ନବରାତ୍ରି ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବ। ଏହି ସମୟରେ ମାଆ ଦୁର୍ଗାଙ୍କର ଭକ୍ତ ମାନେ ନଅ ଦିନ ପର୍ଯ୍ୟନ୍ତ ଉପବାସ ବ୍ରତ ଆଦି କରି ଦେବୀଙ୍କୁ ସନ୍ତୁଷ୍ଟ କରିଥାନ୍ତି। ଏହି ବର୍ଷ ମାଆ ଦୁର୍ଗା ହାତୀ ଉପରେ ବସି ପୃଥିବୀ ପୃଷ୍ଠକୁ ଆଗମନ କରୁଛନ୍ତି, ତେଣୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ମାନ୍ୟତା ରହିଛି କି ନବରାତ୍ରିରେ ଦେବୀ ଦୁର୍ଗା ହାତୀ ଉପରେ ବସି ପୃଥିବୀ ପୃଷ୍ଠକୁ ଆସିଲେ ବର୍ଷା ହୋଇଥାଏ। ତାପରେ ପରିବେଶ ସବୁଜମୟ ହୋଇଥାଏ। ସାଧକ ମାନଙ୍କୁ ମଧ୍ୟ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କେଉଁ ଚାରି ଗୋଟି ରାଶିର ଲୋକଙ୍କୁ ଏହି ନବରାତ୍ରି ସମୟରେ ଲାଭ ପ୍ରାପ୍ତ ହେବାକୁ ଯାଉଛି। ପ୍ରଥମ ରାଶି ହେଉଛି ମିଥୁନ ରାଶି । ଏହି ରାଶିର ଲୋକଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ମାଆ ଦୁର୍ଗାଙ୍କ କୃପାରୁ ଏମାନଙ୍କର ଭବିଷ୍ୟତ ଉଜ୍ଵଳମୟ ହେବ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

ଦ୍ଵିତୀୟରେ ରହିଛି କନ୍ୟା ରାଶି । ଏହି ରାଶିର ଲୋକଙ୍କ ପାଇଁ ନବରାତ୍ରି ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଏମାନେ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଭାଗ୍ୟ ସର୍ବଦା ଏମାନଙ୍କ ସମୟରେ ରହିବ। ବନ୍ଧୁ ତଥା ସମ୍ପର୍କୀୟ ମାନେ ସବୁ କ୍ଷେତ୍ରରେ ଏମାନଙ୍କୁ ସହଯୋଗ କରିବେ। ତୃତୀୟରେ ରହିଛି ତୁଳା ରାଶି। ଏହି ରାଶିର ଲୋକଙ୍କ ପାଇଁ ନବରାତ୍ରି ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଏମାନଙ୍କର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ। ଚତୁର୍ଥ ରାଶି ହେଉଛି ବିଛା ରାଶି। ଏହି ରାଶିର ଲୋକଙ୍କ ପାଇଁ ନବରାତ୍ରି ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କୁ ଧନଲାଭ ହେବାର ଯୋଗ ରହିଛି। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *