Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଜନ୍ମ ହେଉଥିବା ପିଲାମାନଙ୍କ ମଧ୍ୟରେ ରହିଥାଏ ଏହି ୯ ପ୍ରକାର ଗୁଣ।ଏମାନେ ଧନବାନ ହେବା ସହିତ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

ସେୟାର୍ କରନ୍ତୁ

ସେପ୍ଟେମ୍ବର ୨୬ ତାରିଖ ଦିନ ଶାରଦୀୟ ନବରାତ୍ରିର ଆରମ୍ଭ ହେଉଛି। ହିନ୍ଦୁଧର୍ମରେ ନବରାତ୍ରିକୁ ବହୁତ ମହତ୍ୱ ଦିଆଯାଇଥାଏ। ଭକ୍ତମାନେ ୯ ଦିନ ପର୍ଯ୍ୟନ୍ତ ମାଆ ଦୁର୍ଗାଙ୍କର ଅଲଗା ଅଲଗା ସ୍ଵରୂପକୁ ପୂଜାର୍ଚ୍ଚନା କରାଯାଏ। ନବରାତ୍ରିର ଶେଷ ଦିନରେ କନ୍ୟା ପୂଜନ ଓ ଭୋଜନର ଆୟୋଜନ କରାଯାଇଥାଏ। ଅର୍ଥାତ୍ ଛୋଟ ଝିଅମାନଙ୍କୁ ପୂଜା କରି ସେମାନଙ୍କୁ ଭୋଜନ ଦିଆଯାଇଥାଏ। ହିନ୍ଦୁଧର୍ମରେ କନ୍ୟା ମାନଙ୍କୁ ମାଆ ଦୁର୍ଗାଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ।

ଏଥିପାଇଁ ନବରାତ୍ରିରେ ସେମାନଙ୍କୁ ପୂଜାର୍ଚ୍ଚନା କରି ସମ୍ମାନ ଦିଆଯାଇଥାଏ। ନବରାତ୍ରି ସମୟରେ କୌଣସି ସନ୍ତାନର ଜନ୍ମ ହେବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ସମୟରେ ଜନ୍ମିତ ଶିଶୁ ବହୁତ ଭଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନଙ୍କ ମଧ୍ୟରେ ଖାସ ଗୁଣ ମଧ୍ୟ ରହିଥାଏ।

ଏଭଳି ହୋଇଥାନ୍ତି ନବରାତ୍ରିରେ ଜନ୍ମିତ ଶିଶୁ :-

୧/ ନବରାତ୍ରିରେ ଜନ୍ମିତ ପିଲାମାନଙ୍କର ଭାଗ୍ୟ ଅତ୍ୟନ୍ତ ସୁଦୃଢ ହୋଇଥାଏ। ସେହି ପିଲାଙ୍କୁ ଭାଗ୍ୟ ବଳରେ ଜୀବନରେ ସବୁକିଛି ମିଳି ଯାଇଥାଏ। ଦୁର୍ଭାଗ୍ୟ ସର୍ବଦା ଏମାନଙ୍କ ଠାରୁ ଦୂରେଇ ରହିଥାଏ।

୨/ ନବରାତ୍ରି ସମୟରେ ଯେଉଁ ଘରେ ସନ୍ତାନ ଜନ୍ମ ହୋଇଥାନ୍ତି,ସେହି ଘର ଧନଧାନ୍ୟରେ ପରିପୂର୍ଣ ହୋଇ ଯାଏ ଏବଂ ଘରେ ସୁଖଶାନ୍ତି ବିରାଜମାନ କରିଥାଏ। ଘରୁ ଦୁଃଖକଷ୍ଟ ଦୂର ହୋଇ ଯାଇଥାଏ।

୩/ ଯେଉଁ ପିଲାମାନେ ନବରାତ୍ରିରେ ଜନ୍ମ ହୋଇଥାନ୍ତି, ସେମାନେ ସର୍ବଦା ସକାରାତ୍ମକ ଚିନ୍ତା ଭାବନା କରିଥାନ୍ତି।ଏମାନେ ଅନ୍ୟମାନଙ୍କର ଶୁଭ କାମନା କରିଥାନ୍ତି। କେବେବି ଏମାନେ ଅନ୍ୟର ଅନିଷ୍ଟ ଚିନ୍ତା କରନ୍ତି ନାହିଁ। ଏମାନେ ଜନ୍ମରୁ ସଚ୍ଚୋଟ ହୋଇଥାନ୍ତି।

୪/ ନବରାତ୍ରିରେ ଜନ୍ମିତ ପିଲାମାନେ ଜୀବନରେ ଅଳ୍ପ ବୟସରୁ ସଫଳତାର ଶୀର୍ଷରେ ପହଞ୍ଚି ଯାଇଥାଆନ୍ତି। ମାଆ ଦୁର୍ଗାଙ୍କର କୃପାରୁ ଏମାନଙ୍କର ସମସ୍ତ ଇଚା ପୂରଣ ହୋଇଥାଏ। କ୍ୟାରିୟରରେ ଏମାନେ ଅଗ୍ରଗତି କରିଥାନ୍ତି। ଏହାସହିତ ଏମାନେ ପିତାମାତାଙ୍କୁ ଗୌରବାନ୍ଵିତ କରିଥାନ୍ତି।

୫/ ନବରାତ୍ରିରେ ଜନ୍ମ ହୋଇଥିବା ପିଲାମାନଙ୍କ ମସ୍ତିଷ୍କ ବହୁତ ତୀକ୍ଷ୍ଣ ହୋଇଥାଏ। ଏମାନଙ୍କ ପାଖରେ ଖୁବ୍ ଅଳ୍ପ ସମୟରେ ସବୁକିଛି ମନେ ରଖିବାର କ୍ଷମତା ରହିଥାଏ। ଏମାନେ ନିଜର ତୀକ୍ଷ୍ଣ ବୁଦ୍ଧି ପ୍ରୟୋଗ କରି ଜୀବନର ସବୁ ସମସ୍ୟାକୁ ସମାଧାନ କରିବାକୁ ପ୍ରୟାସ କରିଥାନ୍ତି।

୬/ ଏହି ପିଲାମାନେ ଧାର୍ମିକ ପ୍ରବୃତିର ହୋଇଥାନ୍ତି। ଏମାନଙ୍କ ଉପରେ ଈଶ୍ବରଙ୍କ କୃପା ସର୍ବଦା ରହିଥାଏ। ଏମାନଙ୍କୁ ଅସହାୟ ଲୋକଙ୍କୁ ଦାନ କରି ଥାଆନ୍ତି।

୭/ ନବରାତ୍ରି ସମୟରେ ଜନ୍ମ ହୋଇଥିବା ପିଲାମାନେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି। କାରଣ ଦେବୀ ଲକ୍ଷ୍ମୀ ଏମାନଙ୍କ ପାଖରେ ସର୍ବଦା ବିରାଜମାନ କରିଥାନ୍ତି।

୮/ ଏହି ପିଲାମାନେ ଜୀବନରେ ସମସ୍ତଙ୍କୁ ନେଇ ଆଗକୁ ବଢି ଥାଆନ୍ତି। ସମାଜରେ ଏମାନଙ୍କର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇଥାଏ।

୯/ ନବରାତ୍ରିରେ ଜଙ୍କ ହୋଇଥିବା ପିଲାମାନେ ପାଠପଢାରେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *