Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରି ସମୟରେ କେଉଁ ରଙ୍ଗର ପୋଷାକ ପରିଧାନ କରିବା ଆବଶ୍ୟକ। ଜାଣନ୍ତୁ ନବରାତ୍ରିର ନଅଟି ରଙ୍ଗ ବିଷୟରେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ବାଗତ ଜଣାଉଛୁ। ହିନ୍ଦୁଧର୍ମରେ ନବରାତ୍ରିକୁ ବହୁତ ମହତ୍ତ୍ଵ ଦିଆଯାଇଛି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କୁ ଘରେ ସ୍ଥାପନ କରାଯାଇଥାଏ। ଦେବୀ ଦୁର୍ଗାଙ୍କ ନାମର ଅଖଣ୍ଡ ଜ୍ୟୋତି ମଧ୍ୟ ରଖା ଯାଇଥାଏ। ଏହି ସମୟରେ ଲୋକେ ଦେବୀ ଦୁର୍ଗାଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୁପକୁ ପୂଜାର୍ଚ୍ଚନା କରାଯାଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ନବରାତ୍ରିରେ ନଅ ପ୍ରକାରର ପୋଷାକ ପିନ୍ଧିବା କିପରି ଶୁଭ ଫଳ ପ୍ରଦାନ କରିଥାଏ।

ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ନଅଟି ଅଲଗା ରଙ୍ଗର ପୋଷାକ ପରିଧାନ କରିବା ଆବଶ୍ୟକ। ଉଭୟ ପୁରୁଷ ଓ ମହିଳା ମାନେ ନଅଦିନ ପର୍ଯ୍ୟନ୍ତ ଅଲଗା ରଙ୍ଗର ପୋଷାକ ପରିଧାନ କରିବା ନିହାତି ଜରୁରୀ ଅଟେ। ଦେବୀ ଦୁର୍ଗାଙ୍କର ପ୍ରିୟ ରଙ୍ଗ ହେଉଛି ହଳଦିଆ। ତେଣୁ ନବରାତ୍ରିର ପ୍ରଥମ ଦିନରେ ଆପଣ ହଳଦିଆ ବସ୍ତ୍ର ଧାରଣ କରନ୍ତୁ। ନବରାତ୍ରିର ଦ୍ୱିତୀୟ ଦିନ ଦେବୀ ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା ହୋଇଥାଏ। ତେଣୁ ଏହିଦିନ ଆପଣ ସବୁଜ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।

ନବରାତ୍ରିର ତୃତୀୟ ଦିନ ଦେବୀ ଚନ୍ଦ୍ରଘଣ୍ଟାଙ୍କର ପୂଜାର୍ଚ୍ଚନା ହୋଇଥାଏ, ତେଣୁ ଏହି ଦିନ ଧୂସର ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ନବରାତ୍ରିର ଚତୁର୍ଥ ଦିନରେ ମାଆ କୁଷ୍ମାଣ୍ଡାଙ୍କର ପୂଜା ହୋଇଥାଏ। ଏହିଦିନ ଆପଣ କମଳା ରଙ୍ଗର ବସ୍ତ୍ର ପରିଧାନ କଲେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ ଏବଂ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ନବରାତ୍ରିର ପଞ୍ଚମ ଦିନରେ ଦେବୀ ସ୍କନ୍ଧମାତାଙ୍କର ପୂଜା ହୋଇଥାଏ। ତେଣୁ ଏହିଦିନ ଧଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ମାଆ ସ୍କନ୍ଧମାତାଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସନ୍ତାନ ନଥିବା ଲୋକଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ।

ନବରାତ୍ରିର ଷଷ୍ଠ ଦିନରେ ଦେବୀ କାତ୍ୟାୟନୀଙ୍କର ପୂଜାର୍ଚ୍ଚନା କରାଯାଏ। ଏହିଦିନ ଆପଣ ଲାଲ ରଙ୍ଗର ବସ୍ତ୍ର ପରିଧାନ କରିବା ଶୁଭ ହୋଇଥାଏ। ନବରାତ୍ରିର ସପ୍ତମ ଦିନ ମାଆ କାଳରାତ୍ରିଙ୍କର ଉପାସନା କରାଯାଇଥାଏ, ଯାହା ଶନି ଗ୍ରହକୁ ନିୟନ୍ତ୍ରଣରେ ରଖିଥାଏ। ଏହିଦିନ ଆପଣ ନୀଳ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ଦେଖିବେ ଆପଣଙ୍କ ଉପରେ ଦେବୀଙ୍କର କୃପା ଦୃଷ୍ଟି ରହିବ। ଅଷ୍ଟମ ଦିନ ମହାଗୌରୀଙ୍କର ପୂଜାର୍ଚ୍ଚନା ହୋଇଥାଏ, ଏହିଦିନ ଆପଣ ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରି ଦେବୀଙ୍କ ସାମ୍ନାକୁ ଯାଆନ୍ତୁ। ନବରାତ୍ରିର ନବମ ଦିନ ହେଉଛି ମହାନବମୀ। ଏହିଦିନ ଦେବୀ ସିଦ୍ଧିଦାତ୍ରୀଙ୍କର ପୂଜାର୍ଚ୍ଚନା ହୋଇଥାଏ ଏବଂ ଆପଣ ଲାଲ ଓ ଧଳା ରଙ୍ଗ ମିଶା ବସ୍ତ୍ର ପରିଧାନ କରିବା ଆବଶ୍ୟକ। ଏହାଦ୍ବାରା ଦେବୀ ଦୁର୍ଗା ଆପଣଙ୍କ ଉପରେ ନିଜର କୃପା ଦୃଷ୍ଟି ରଖିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *