Excuse Me Odisha

ଯାହା କହିବୁ ସତ କହିବୁ

୨୬ ସେପ୍ଟେମ୍ବର ରାଶିଫଳ: ଏହି ଚାରୋଟି ରାଶିର ଲୋକଙ୍କ ଉପରେ ମାଆ ଦୁର୍ଗାଙ୍କର କୃପା ବରଷିବାକୁ ଯାଉଛି। ଜାଣନ୍ତୁ ଅନ୍ୟ ରାଶି ଗୁଡ଼ିକର ଅବସ୍ଥା।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ତେବେ ଏହି ଦୈନିକ ରାଶିଫଳରୁ ନିଜ ରାଶି ବିଷୟରେ ଜାଣନ୍ତୁ।

ମେଷ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ନୂତନ ସମ୍ପତ୍ତି କ୍ରୟ କରି ପାରନ୍ତି। ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ବିଦ୍ୟାର୍ଥୀ ମାନଙ୍କୁ କ୍ୟାରିୟରରେ ଅଗ୍ରସର ହେବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆପଣ ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ପରିବାରରେ ଆପଣଙ୍କୁ ଉଚିତ ପରାମର୍ଶ ମିଳିବ।

ବୃଷ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଜୀବନସାଥୀଙ୍କ ସହିତ ବ୍ୟାପାର ସମ୍ବନ୍ଧିତ କୌଣସି ଆଲୋଚନା କରି ପାରନ୍ତି। ବ୍ୟବସାୟରେ ଆଗକୁ ବଢିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ସାମାଜିକ ସ୍ତରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ରୋଜଗାର ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ।

ମିଥୁନ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାରବାରରେ ଉତ୍ତମ ବିସ୍ତାର ହେବ। ସାମାଜିକ ସ୍ତରରେ ଆପଣ ନିଜର ପ୍ରତିଷ୍ଠା ବଜାୟ ରଖିବେ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଶାରୀରିକ ଓ ମାନସିକ ସ୍ତରରେ ଆପଣ ଲାଭବାନ ହେବେ।

କର୍କଟ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଯଦି ଆପଣ ସମ୍ପତ୍ତି କ୍ରୟ କରିବାକୁ ଚାହୁଁଛନ୍ତି, ତାହେଲେ ଜୀବନସାଥୀଙ୍କର ପରାମର୍ଶ ନିଅନ୍ତୁ। ଆପଣଙ୍କୁ ନିଜର କଠିନ ପରିଶ୍ରମ ଉଚିତ ଫଳ ପ୍ରାପ୍ତ ହେବ। ସମ୍ପର୍କୀୟଙ୍କ ଠାରୁ ଉଚିତ ଫଳ ପ୍ରାପ୍ତି କରିବେ। ଅଯଥା ବିବାଦରୁ ଦୁରେଇ ରୁହନ୍ତୁ।

ସିଂହ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ବ୍ୟାପାର ମାମଲାରେ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଚାକିରି କ୍ଷେତ୍ରରେ ଚାଲିଥିବା ସମସ୍ୟାରୁ ମୁକ୍ତି ମିଳିବ। ଆର୍ଥିକ ଦୃଷ୍ଟିକୋଣରୁ ଆପଣଙ୍କୁ ଲାଭ ପ୍ରାପ୍ତ ହୋଇପାରେ। ଆପଣଙ୍କ ଜୀବନରେ ଆସୁଥିବା କଠିନ ସମସ୍ୟା ଦୂର ହୋଇଯିବ। ପିତାମାତା ସବୁ କ୍ଷେତ୍ରରେ ଆପଣଙ୍କୁ ସହଯୋଗ କରିବେ।

କନ୍ୟା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ସନ୍ତୁଷ୍ଟ ହେବେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ବିରୋଧୀ ଆପଣଙ୍କର ମିତ୍ର ହୋଇ ପାରନ୍ତି। ଯଦି ଆପଣ ସରକାରୀ ଚାକିରି ପାଇଁ ଆବେଦନ କରିଛନ୍ତି, ତାହେଲେ ସୁଖଦ ସମାଚାର ମିଳିପାରେ। ସାମାଜିକ କ୍ଷେତ୍ରରେ ଯୋଗଦାନ କରି ପାରନ୍ତି।

ତୁଳା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବ୍ୟବସାୟରେ ଜଡ଼ିତ ଲୋକେ କଠିନ ପରିଶ୍ରମ କରି ଆଶାନୁରୂପ ସଫଳତା ହାସଲ କରିବେ। ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତାରେ ଭାଗ ନେଇ ଉତ୍ତୀର୍ଣ୍ଣ ହେବେ। ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକେ ଅଧିକ ଲୋକପ୍ରିୟତା ହାସଲ କରିବେ। ପିତାମାତା ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।

ବିଛା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। କାର୍ଯ୍ୟକ୍ଷେତ୍ରରେ ଅଧିକ କାର୍ଯ୍ୟ ଚାପ ଯୋଗୁଁ ଥକ୍କା ଅନୁଭବ କରିବେ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ। କିନ୍ତୁ ଆପଣଙ୍କୁ ନିଜ ଜିଦଖୋର ଗୁଣକୁ ତ୍ୟାଗ କରିବା ଆବଶ୍ୟକ।

ଧନୁ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ। ମାନସିକ ଚିନ୍ତା କାରଣରୁ ଆପଣ କୌଣସି ନିଷ୍ପତ୍ତି ନେବାରେ ସକ୍ଷମ ହୋଇ ପାରିବେ ନାହିଁ। ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଭାଇଭଉଣୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଦୂର ହୋଇଯିବ।

ମକର ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ସେୟାର ମାର୍କେଟରେ ଜଡ଼ିତ ଲୋକଙ୍କୁ ଉତ୍ତମ ଲାଭ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ। କୌଣସି କାର୍ଯ୍ୟ କରିବା ପୂର୍ବରୁ ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ।

କୁମ୍ଭ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କୌଣସି ବିପରୀତ ପରିସ୍ଥିତିର ସାମ୍ନା କରି ପାରନ୍ତି, ତେଣୁ ଏହି ସମୟରେ ଧର୍ଯ୍ୟ ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବିଦ୍ୟାର୍ଥୀ ମାନଙ୍କୁ କଠିନ ପରିଶ୍ରମ କରି ସଫଳତାର ଶୀର୍ଷରେ ପହଞ୍ଚିବାକୁ ପଡ଼ିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।

ମୀନ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ଆପଣଙ୍କୁ ସମସ୍ତ ନକାରାତ୍ମକ ପ୍ରଭାବରୁ ମୁକ୍ତି ମିଳିବ। ଆପଣ ପରିବାର ଲୋକଙ୍କ ସହିତ ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *