Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରି ସମୟରେ ଭୁଲରେ ମଧ୍ୟ ରାନ୍ଧନ୍ତୁ ନାହିଁ ଏହି ଦୁଇ ପ୍ରକାର ତରକାରୀ। ନଚେତ ମାଆ ଦୁର୍ଗା ହୋଇ ଯାଇଥାନ୍ତି କ୍ରୋଧିତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆପଣ ମାନଙ୍କୁ ଶାରଦୀୟ ନବରାତ୍ରି ଉପଲକ୍ଷେ ହାର୍ଦିକ ଶୁଭେଛା ଓ ଶୁଭକାମନା। ଧାର୍ମିକ ମାନ୍ୟତା ଅନୁସାରେ ନବରାତ୍ରିରେ ମାଆ ଦୁର୍ଗା ପୃଥିବୀ ପୃଷ୍ଠକୁ ଆସିଥାନ୍ତି। ଏହିସମୟରେ କଳସ ସ୍ଥାପନା କରି ନଅ ଦିନ ପର୍ଯ୍ୟନ୍ତ ବ୍ରତ ଓ ଉପବାସ କରାଯାଇଥାଏ। ଏହି ସମୟରେ ଭକ୍ତ ମାନେ ଦେବୀଙ୍କର ଅଲଗା ଅଲଗା ସ୍ଵରୂପକୁ ପୂଜାର୍ଚ୍ଚନା କରିଥାନ୍ତି। ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଦ୍ୱାରା ମାଆ ଦୁର୍ଗା ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ସବୁ ମନସ୍କାମନା ପୂରଣ କରିଥାନ୍ତି। ଏହାସହିତ ଜୀବନର ସବୁ ଦୁଃଖକଷ୍ଟ ଦୂର କରି ଦେଇଥାନ୍ତି। ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।

କୌଣସି ଦେବୀ ଓ ଦେବତାଙ୍କ ପୂଜାରେ ଭୋଗ ଅର୍ପଣ କରିବାର ଅନେକ ମହତ୍ତ୍ଵ ରହିଥାଏ। କୌଣସି ପୂଜାର ପ୍ରସାଦ ସେବନ କରିବା ପରେ ପୂଜା ସଫଳ ମାନା ଯାଇଥାଏ। ପ୍ରସାଦ ଗ୍ରହଣ ନକରି ପୂଜା କରି ମଧ୍ୟ କିଛି ଲାଭ ମିଳି ନଥାଏ। ଯେପରି ନବରାତ୍ରିରେ ମାଆ ଦୁର୍ଗାଙ୍କର ଅଲଗା ଅଲଗା ସ୍ଵରୂପକୁ ପୂଜା କରାଯାଇଥାଏ, ସେହିପରି ଅଲଗା ପ୍ରକାରର ଭୋଗ ମଧ୍ୟ ଅର୍ପଣ କରାଯାଇଥାଏ। ନବରାତ୍ରିର ପ୍ରଥମ ଦିନରେ ଦେବୀଙ୍କୁ ଭୋଗ ଅର୍ପଣ କରି ଭକ୍ତ ମାନଙ୍କ ମଧ୍ୟରେ ବଣ୍ଟନ କରିବା ଶୁଭ ହୋଇଥାଏ।

ଆପଣଙ୍କୁ ଏହି କାଠର ଧ୍ୟାନ ରଖିବା ଆବଶ୍ୟକ ଯେ, କେବେବି ପ୍ରସାଦକୁ ତିରସ୍କାର କରିବା ଉଚିତ ନୁହେଁ। ଯଦି ଆପଣ ବ୍ରତ ବା ଉପବାସ ରଖିଛନ୍ତି, ତାହେଲେ ମଧ୍ୟ ପ୍ରସାଦ ଗ୍ରହଣ କରନ୍ତୁ। ନବରାତ୍ରିର ପ୍ରଥମ ଦିନ ଦେବୀ ଶୈଳପୁତ୍ରୀଙ୍କୁ ସମର୍ପିତ ଅଟେ, ତେଣୁ ତାଙ୍କୁ ଘିଅ ଅର୍ପଣ କରନ୍ତୁ। ମାଆ ଶୈଳପୁତ୍ରୀଙ୍କ କୃପାରୁ ସବୁ ଦୁଃଖ ନାଶ ହୋଇଥାଏ। ଦେବୀ ବ୍ରହ୍ମଚାରିଣୀଙ୍କୁ ଚିନି ଅତ୍ୟନ୍ତ ପ୍ରିୟ ଅଟେ, ତେଣୁ ଆଳତି ସରିବା ପରେ ଚିନି ଅର୍ପଣ କରନ୍ତୁ।

ମାଆ ଦୁର୍ଗାଙ୍କର ତୃତୀୟ ସ୍ୱରୂପ ଚନ୍ଦ୍ରଘଣ୍ଟା ଅଟନ୍ତି। ତାଙ୍କୁ କ୍ଷୀରରେ ପ୍ରସ୍ତୁତ ହୋଇଥିବା ମିଠା ଅର୍ପଣ କରନ୍ତୁ। ମାଆ କୁଷ୍ମାଣ୍ଡାଙ୍କୁ ମାଲପୁଆ ଭୋଗ ଅର୍ପଣ କରିବା ଉଚିତ। ମାଆ ସ୍କନ୍ଧମାତାଙ୍କୁ କଦଳୀ, ମାଆ କାତ୍ୟାୟନୀଙ୍କୁ ମହୁ, ମାଆ କାଳରାତ୍ରୀଙ୍କୁ ଗୁଡ ଭୋଗ ଲଗାନ୍ତୁ। ଏଭଳି କରିବା ଦ୍ଵାରା ଦେବୀ ସନ୍ତୁଷ୍ଟ ହୋଇ ଆପଣଙ୍କର ସମସ୍ତ ଦୁଃଖକଷ୍ଟ ହରଣ କରିବେ। ଆପଣଙ୍କୁ ଜୀବନରେ ସବୁ ସୁଖସମୃଦ୍ଧି ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *