Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରି ପୂର୍ବରୁ କରନ୍ତୁ ଏହି ନଅଟି କାର୍ଯ୍ୟ, ଆପଣଙ୍କ ଧନଭଣ୍ଡାର ପରିପୂର୍ଣ ହୋଇଯିବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁଧର୍ମରେ ନବରାତ୍ରିକୁ ବହୁତ ମହତ୍ତ୍ଵ ଦିଆଯାଇଛି। ଏହି ସମୟରେ ଲୋକେ ଦେବୀ ଦୁର୍ଗାଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୁପକୁ ପୂଜାର୍ଚ୍ଚନା କରାଯାଇଥାଏ। ଏଭଳି ମାନ୍ୟତା ରହିଛି କି ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଦ୍ୱାରା ମାଆ ଦୁର୍ଗା ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ସବୁ ମନସ୍କାମନା ପୂରଣ କରିଥାନ୍ତି। ଏହାସହିତ ଜୀବନର ସବୁ ଦୁଃଖକଷ୍ଟ ଦୂର କରି ଦେଇଥାନ୍ତି।

ଭକ୍ତ ମାନେ ନଅ ଦିନ ପର୍ଯ୍ୟନ୍ତ ଜାଗରଣ କରି ମାଆଙ୍କର ଆରାଧନା କରିଥାନ୍ତି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶାରଦୀୟ ନବରାତ୍ରି ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବ। ଏହି ନଅ ଦିନ ମଧ୍ୟରେ ଦେବୀ ଦୁର୍ଗାଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ମନୁଷ୍ୟକୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଯଦି ଆପଣ ନିଜ ଘରେ ମାଆ ଦୁର୍ଗାଙ୍କୁ ପୂଜା କରୁଛନ୍ତି, ତାହେଲେ ପ୍ରଥମେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ତାପରେ ଲାଲ ଫୁଲ, ଧୂପଦୀପ, ଝୁଣା, ଫଳମୂଳ ଆଦି ଅର୍ପଣ କରି ମାଆଙ୍କର ନଅଟି ସ୍ଵରୂପକୁ ଆବାହନ କରନ୍ତୁ। ନବରାତ୍ରିରେ ନଅଟି ଦେବୀଙ୍କର ଅଲଗା ଅଲଗା ମନ୍ତ୍ର ରହିଛି, ତାହାକୁ ଜପ କରନ୍ତୁ। ଯଦି ଆପଣ ସୁଖଶାନ୍ତି ଓ ଧନସମ୍ପତ୍ତି ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତାହେଲେ ଗୋଟେ ପାନପତ୍ର ନେଇ ସେଥିରେ ଅଳ୍ପ କେଶର ରଖି ଦିଅନ୍ତୁ। ତାପରେ ଏହାକୁ ଦେବୀଙ୍କ ଚରଣ ତଳେ ରଖି ଦିଅନ୍ତୁ।

ଦେବୀଙ୍କର ମନ୍ତ୍ର ଜପ କରି ସାରି ସେହି ପାନକୁ ଆପଣ ଗୋଟେ ଲାଲ କପଡ଼ାରେ ବାନ୍ଧି ନିଜ ପାଖରେ ରଖି ଦିଅନ୍ତୁ। ଯଦି ଆପଣଙ୍କୁ ବ୍ୟବସାୟରେ ସର୍ବଦା କ୍ଷତି ସହିବାକୁ ପଡୁଛି ବା ଆଶାନୁରୂପ ସଫଳତା ମିଳୁନାହିଁ, ତାହେଲେ ଏକ ସହଜ ଉପାୟ କରନ୍ତୁ। ଗୋଟେ ପାନପତ୍ର ନେଇ ସେଥିରେ କିଛି ଗୋଲାପ ଫୁଲର ପାଖୁଡ଼ା ରଖି ଏହାକୁ ମାଆ ଦୁର୍ଗାଙ୍କୁ ଅର୍ପଣ କରି ଦିଅନ୍ତୁ। ଦେଖିବେ ଆପଣଙ୍କର ବ୍ୟବସାୟରେ ଥିବା ସବୁ ସମସ୍ୟା ଦୂର ହୋଇଯିବ।

ଆପଣ ଗୋଟେ ପାନ ନେଇ ସେଥିରେ ଦୁଇଟି ଲବଙ୍ଗ ରଖି କୌଣସି ନଦୀରେ ପ୍ରବାହିତ କରି ଦିଅନ୍ତୁ। ଦେଖିବେ, ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଏହାସହିତ ଆର୍ଥିକ ଅନଟନ ମଧ୍ୟ ଦୂର ହୋଇଯିବ। ଯଦି ଆପଣ ବ୍ୟବସାୟରେ ଲାଭବାନ ହେବାକୁ ଚାହୁଁଛନ୍ତି, ତାହେଲେ ନବରାତ୍ରି ସମୟରେ ପାନର ବିଡା ଅର୍ପଣ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ ଆଶାନୁରୂପ ସଫଳତା ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *