Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରି ସମୟରେ ଘରକୁ ଆଣନ୍ତୁ ଏହି ଜିନିଷ। ଘରୁ ଦୂର ହୋଇଯିବ ଦାରିଦ୍ର୍ୟତା ଏବଂ ଲାଭ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶାରଦୀୟ ନବରାତ୍ରି ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବ। ଏହି ନଅ ଦିନ ମଧ୍ୟରେ ଦେବୀ ଦୁର୍ଗାଙ୍କର ନଅଟି ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଇଥାଏ। ଯେଉଁମାନେ ଦେବୀ ଦୁର୍ଗାଙ୍କର କଠୋର ବ୍ରତ ପାଳନ କରିଥାନ୍ତି, ଦେବୀ ଦୁର୍ଗା ସେମାନଙ୍କର ସବୁ ଦୁଃଖ ନାଶ କରି ଆଶୀର୍ବାଦ ପ୍ରଦାନ କରିଥାନ୍ତି।

ସୋମବାର ଦିନ ନବରାତ୍ରି ଆରମ୍ଭ ହେବାକୁ ଯାଉଛି। ଏହିଦିନ ଦେବୀ ଦୁର୍ଗା ହାତୀ ଉପରେ ବସି ପୃଥିବୀ ପୃଷ୍ଠକୁ ଆସିବେ। ନବରାତ୍ରିରେ ପ୍ରଥମ ଦିନ କଳସ ସ୍ଥାପନା କରି ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯାଏ। ଏହାସହିତ ଦେବୀଙ୍କର ପୂଜା ଓ ବ୍ରତର ଆରମ୍ଭ କରାଯାଇଥାଏ। କଳସ ସ୍ଥାପନାର ଶୁଭ ମୂହୁର୍ତ୍ତ ହେଉଛି ୨୬ ସେପ୍ଟେମ୍ବର ସକାଳ ୬:୧୧ ଘଟିକାରୁ ୭:୫୧ ପର୍ଯ୍ୟନ୍ତ ରହିଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କିଛି ଏଭଳି ଜିନିଷ ନବରାତ୍ରି ସମୟରେ ଘରକୁ ଆଣିଲେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ନବରାତ୍ରି ସମୟରେ ମାଆ ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରିବା ଉଚିତ। ଏହି ଷୋହଳ ଶୃଙ୍ଗାର ମଧ୍ୟରେ ଲାଲ ସିନ୍ଦୂର, ଚୁଡ଼ି, କାନଫୁଲ, ଇତ୍ତର, ସିନ୍ଥି, ଅଣ୍ଟା ବିଛା, ଶାଢ଼ୀ, ଗହଣା ଇତ୍ୟାଦି ରହିଛି। ଶାସ୍ତ୍ର ଅନୁସାରେ ମାନ୍ୟତା ରହିଛି କି, ଯେଉଁ ବ୍ୟକ୍ତି ନବରାତ୍ରିରେ ମାଆ ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରିବେ, ତାଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ନବରାତ୍ରି ସମାପ୍ତ ହେବା ପରେ ଏହି ଷୋହଳ ଶୃଙ୍ଗାରକୁ ଆପଣ କୌଣସି ବ୍ରାହ୍ମଣ ବା ବିବାହିତା ନାରୀଙ୍କୁ ଦାନ କରନ୍ତୁ।

ନବରାତ୍ରି ସମୟରେ ସୁନା ବା ରୁପା ଧାତୁ କିଣି ଠାକୁର ଘରେ ରଖି ପୂଜା କରିବା ଆବଶ୍ୟକ। ଏଭଳି କରିବା ଦ୍ଵାରା ମାଆ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି। ଯଦି ଆପଣ ରୁପା ବା ସୁନାର ମୁଦ୍ରା ଆଣିଛନ୍ତି, ତାହେଲେ ଏହାକୁ ମାଆ ଦୁର୍ଗାଙ୍କ ପାଖରେ ପୂଜାର୍ଚ୍ଚନା କରି ଆପଣ ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ଯାହାଫଳରେ ଆପଣଙ୍କ ଧନଭଣ୍ଡାର ପରିପୂର୍ଣ ହୋଇଯିବ। ମାନ୍ୟତା ରହିଛି କି, ନବରାତ୍ରି ସମୟରେ ଘରକୁ ମୟୂର ପର, ଶଙ୍ଖ, କଉଡ଼ି ଆଦି ଆଣିବା ଉଚିତ। ଏହାଦ୍ବାରା ଘର ଧନଧାନ୍ୟରେ ପରିପୂର୍ଣ ହୋଇ ଯାଇଥାଏ।ନବରାତ୍ରିରେ କଉଡ଼ି ଓ ପଦ୍ମ ଫୁଲ ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *