Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ର ଗ୍ରହ ଓ ଦେବୀ ଲକ୍ଷ୍ମୀଙ୍କର କୃପାରୁ ଏହି ୪ଟି ରାଶିର ଲୋକେ ହେବେ ମାଲାମାଲ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଧନର ଦେବୀ ଲକ୍ଷ୍ମୀ ଯାହା ଉପରେ ନିଜର କୃପା ଦୃଷ୍ଟି ରଖିଥାନ୍ତି, ତାର ଜୀବନ ବଦଳି ଯାଇଥାଏ। ସେପ୍ଟେମ୍ବର ୨୪ ତାରିଖ ଠାରୁ ୪ ଗୋଟି ରାଶିର ଲୋକଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହେବ। ଆଜି ଶୁକ୍ର ଗ୍ରହ କନ୍ୟା ରାଶିର ଗୋଚର କରିବାକୁ ଯାଉଛନ୍ତି। ଏହି ରାଶି ପରିବର୍ତ୍ତନ ଯୋଗୁଁ ଖାସ ଚାରିଟି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଶୁକ୍ର ଗ୍ରହର ଶୁଭ ସ୍ଥିତି ଯୋଗୁଁ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡ଼ିଥାଏ। ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ଜାଣିବା।

ମିଥୁନ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଯଦି ଆପଣ ବ୍ୟବସାୟ କରୁଛନ୍ତି, ତାହେଲେ ଆପଣଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ। କୌଣସି ସ୍ଥାନରେ ଟଙ୍କା ନିବେଶ କରି ଲାଭବାନ ହେବେ। ସମ୍ପର୍କୀୟଙ୍କ ସହିତ ଘନିଷ୍ଠ ସଂପର୍କ ବଢିପାରେ।

ସିଂହ ରାଶି :-

ଆପଣଙ୍କ ଘର ସୁଖଶାନ୍ତିରେ ପରିପୂର୍ଣ ହୋଇଯିବ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। କୌଣସି ଶୁଭ କାର୍ଯ୍ୟ ବାହାର ସ୍ଥାନକୁ ଯାତ୍ରା କରି ପାରନ୍ତି। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ।

ତୁଳା ରାଶି :-

ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ। ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। କୋର୍ଟ କଚେରୀ ମାମଲାରେ ଆପଣ ଦୂରେଇ ରୁହନ୍ତୁ। ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ପୈତୃକ ସଂପତ୍ତିରୁ ଆପଣଙ୍କୁ ଲାଭ ମିଳିବ। ସମାଜ କଲ୍ୟାଣ କାର୍ଯ୍ୟରେ ଯୋଗଦାନ କରିବେ। ଯଦି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି।

ବିଛା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦାନ କରି ପାରନ୍ତି। ବିଦେଶ ଯାତ୍ରା କରିବାର ସୁଯୋଗ ମିଳିପାରେ। ଦେବୀ ଲକ୍ଷ୍ମୀ କୃପା ସର୍ବଦା ଆପଣଙ୍କ ଉପରେ ରହିବ। ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ଅଯଥାରେ ଅହଙ୍କାର ଓ କ୍ରୋଧ କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *