Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରି ସମୟରେ ଘରକୁ ଆଣନ୍ତୁ ଏହି ଗୋଟିଏ ଜିନିଷ, ଦାରିଦ୍ର୍ୟତା ହୋଇଯିବ ଦୂର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୁପକୁ ପୂଜାର୍ଚ୍ଚନା କରାଯାଇଥାଏ। ଏଭଳି ମାନ୍ୟତା ରହିଛି କି ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଦ୍ୱାରା ମାଆ ଦୁର୍ଗା ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ସବୁ ମନସ୍କାମନା ପୂରଣ କରିଥାନ୍ତି। ଏହାସହିତ ଜୀବନର ସବୁ ଦୁଃଖକଷ୍ଟ ଦୂର କରି ଦେଇଥାନ୍ତି। ନବରାତ୍ରିରେ ଦେବୀ ଦୂର୍ଗା ଗୃହକୁ ପ୍ରବେଶ କରିଥାନ୍ତି। ତେଣୁ ଏହି ସମୟରେ ସବୁ ଶୁଭ କାର୍ଯ୍ୟ କରିବା ଆବଶ୍ୟକ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶାରଦୀୟ ନବରାତ୍ରି ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବ। ଏହି ସମୟରେ ମାଆ ଦୁର୍ଗାଙ୍କର ଭକ୍ତ ମାନେ ନଅ ଦିନ ପର୍ଯ୍ୟନ୍ତ ଉପବାସ ବ୍ରତ ଆଦି କରି ଦେବୀଙ୍କୁ ସନ୍ତୁଷ୍ଟ କରିଥାନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଘରକୁ କେଉଁ ଜିନିଷ ଆଣିବା ଦ୍ଵାରା ଦେବୀ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କ କୃପା ଦୃଷ୍ଟି ରଖିଥାନ୍ତି।

ନବରାତ୍ରି ସମୟରେ ମାଆ ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରିବା ଉଚିତ। ଏହି ଷୋହଳ ଶୃଙ୍ଗାର ମଧ୍ୟରେ ଲାଲ ସିନ୍ଦୂର, ଚୁଡ଼ି, କାନଫୁଲ, ଉତ୍ତର, ଇତ୍ୟାଦି ରହିଛି। ନବରାତ୍ରି ସମାପ୍ତ ହେବା ପରେ ଏହି ଷୋହଳ ଶୃଙ୍ଗାରକୁ ଆପଣ କୌଣସି ବ୍ରାହ୍ମଣ, ବିବାହିତା ନାରୀଙ୍କୁ ମଧ୍ୟ ଦାନ କରି ପାରିବେ। ନବରାତ୍ରି ସମୟରେ ସୁନା ବା ରୁପା ଧାତୁ କିଣି ଠାକୁର ଘରେ ରଖି ପୂଜା କରିବା ଆବଶ୍ୟକ।

ଏଭଳି କରିବା ଦ୍ଵାରା ମାଆ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି। ଏହି ରୁପା ମୁଦ୍ରାକୁ ଆପଣ ନିଜ ଧନଭଣ୍ଡାର ଘରେ ରଖି ପାରିବେ। ଯାହାଫଳରେ ଧନ ବୃଦ୍ଧି ହେବ। ନବରାତ୍ରି ସମୟରେ ଘରକୁ ମୟୂର ପର, ଶଙ୍ଖ, ସୁନାରୁପା ଆଦି କିଣି ଆଣିବା ଉଚିତ। ଏହାଦ୍ବାରା ଘର ଧନଧାନ୍ୟରେ ପରିପୂର୍ଣ ହୋଇ ଯାଇଥାଏ।ନବରାତ୍ରି ସମୟରେ କଉଡ଼ି ଓ ପଦ୍ମ ଫୁଲ ଦେବୀ ଲକ୍ଷ୍ମୀଙ୍କୁ ଅର୍ପଣ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *