Excuse Me Odisha

ଯାହା କହିବୁ ସତ କହିବୁ

ସର୍ବପିତୃ ଅମାବାସ୍ୟା ତିଥିରେ ଗାଈକୁ ଖାଇବାକୁ ଦିଅନ୍ତି ଏହି ଖାସ ଜିନିଷ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପିତୃପକ୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ସେପ୍ଟେମ୍ବର ୧୦ ତାରିଖ ଠାରୁ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଆଶ୍ୱିନ ମାସ ଅମାବାସ୍ୟା ତିଥିରେ ସମାପ୍ତ ହେବ। ମାନା ଯାଇଥାଏ କି ପିତୃପକ୍ଷ ଦିନ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ। ଯେଉଁ ଲୋକମାନେ ନିଜ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରି ପାରି ନଥାନ୍ତି, ସେମାନଙ୍କୁ ପିତୃଦୋଷ ଲାଗିଥାଏ।

ପିତୃପକ୍ଷ ସମୟରେ ଶ୍ରଦ୍ଧା ପୂର୍ବକ ପିଣ୍ଡଦାନ କରାଯାଇଥାଏ। ଏହି ସମୟରେ ବିବାହ, ବ୍ରତଘର, ମାଙ୍ଗଳିକ କାର୍ଯ୍ୟ ଆଦି କରିବା ବର୍ଜିତ ଅଟେ। ଏହି ସମୟରେ ପିତୃପୁରୁଷ ପିଣ୍ଡ ଗ୍ରହଣ କରିବା ପାଇଁ କୌଣସି ନା କୌଣସି ରୂପରେ ନିଜ ସମ୍ପର୍କୀୟଙ୍କୁ ଭେଟ କରିବାକୁ ଆସିଥାନ୍ତି। ପିତୃପକ୍ଷ ଶେଷ ଦିନ ହେଉଛି ଅମାବାସ୍ୟା ତିଥି।

ପିତୃପକ୍ଷ ଚାଲୁଥିବା ସମୟରେ ଗାଈର ସେବା କରି ମଧ୍ୟ ଆପଣ ଶୁଭ ଫଳ ପ୍ରାପ୍ତି କରି ପାରିବେ। ଏହି ସମୟରେ ଯଦି ଆପଣ ଗାଈର ସେବା କରିବେ ବା ଘରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୁଟିକୁ ଖାଇବାକୁ ଦେବେ, ତାହେଲେ ଆପଣଙ୍କର ସବୁ ଦୁଃଖକଷ୍ଟ ଦୂର ହୋଇଯିବ।

କୁହାଯାଏ କି, ଗାଈ ମଧ୍ୟରେ ୩୩ କୋଟି ଦେବୀ ଓ ଦେବତା ମାନେ ବାସ କରିଥାନ୍ତି। ଗାଈର ସେବା କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ। ଯଦି ଆପଣ ରାସ୍ତାରେ ଯିବା ସମୟରେ ଗାଈ ଓ ବାଛୁରୀକୁ ଦେଖନ୍ତି, ତାହେଲେ ଦିନ ଆପଣଙ୍କର ସୁଖରେ ଅତିବାହିତ ହୋଇଥାଏ। ଯଦି ଗାଈ ଆପଣଙ୍କୁ ଲାଞ୍ଚରେ ପିଟୁଛି, ତାହେଲେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସଂକେତ ଅଟେ। ଗାଈକୁ ସବୁଜ ଘାସ, ରୁଟି ଆଦି ଖାଇବାକୁ ଦେବା ଦ୍ଵାରା ଘରେ ସୁଖ ସମୃଦ୍ଧି ବଢ଼ି ଥାଏ ଏବଂ ଗ୍ରହ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ। ଗାଈର ଆଶୀର୍ବାଦ ଯେଉଁ ବ୍ୟକ୍ତି ଉପରେ ପଡ଼ିଥାଏ ,ତାର ଜୀବନରେ ସୁଖସମୃଦ୍ଧି ଓ ଧନ ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *