Excuse Me Odisha

ଯାହା କହିବୁ ସତ କହିବୁ

ପିତୃପକ୍ଷ ଅମାବାସ୍ୟା ଦିନ ଘରୁ ହଟାଇ ଦିଅନ୍ତୁ ଏହି ଜିନିଷ। ଘରୁ ଦୂର ହୋଇଯିବ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପିତୃପକ୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ସେପ୍ଟେମ୍ବର ୧୦ ତାରିଖ ଠାରୁ ଆରମ୍ଭ ହୋଇ ୨୫ ସେପ୍ଟେମ୍ବର ଆଶ୍ୱିନ ମାସ ଅମାବାସ୍ୟା ତିଥିରେ ସମାପ୍ତ ହେବ। ମାନା ଯାଇଥାଏ କି ପିତୃପକ୍ଷ ଦିନ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ। ଯେଉଁ ଲୋକମାନେ ନିଜ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରି ପାରି ନଥାନ୍ତି, ସେମାନଙ୍କୁ ପିତୃଦୋଷ ଲାଗିଥାଏ। ଏହାସହିତ ପିତୃପୁରୁଷ ମାନେ କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ଘରକୁ ବିପଦ ମାଡି ଆସିଥାଏ।

ଶାସ୍ତ୍ର ଅନୁସାରେ ଘରକୁ ସଫାସୁତୁରା ରଖିବା ଦ୍ଵାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରକୁ ଆଗମନ କରି ଥାଆନ୍ତି। ଆଜି ଆମେ ଆପଣଙ୍କୁ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ଧନବାନ ହୋଇ ପାରିବେ। କାରଣ ମନୁଷ୍ୟ ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି ଭୁଲ କରି ଦେଇଥାଏ, ଯାହାଦ୍ଵାରା ତାକୁ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡ଼ିଥାଏ।

ତେଣୁ ଆପଣ ସୋରିଷ ଦାନାକୁ ନେଇ ଗୋଟେ ଉପାୟ କରି ପାରିବେ। ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଏବଂ ଆର୍ଥିକ ପରିସ୍ଥିତିକୁ ସୁଦୃଢ କରିବା ପାଇଁ ଆପଣ ଗୋଟେ ହଳଦିଆ କପଡ଼ାରେ ଅଳ୍ପ ସୋରିଷ ରଖି ବାନ୍ଧି ଦିଅନ୍ତୁ। ତାପରେ ଏହାକୁ କୌଣସି ଦେବୀଙ୍କ ମନ୍ଦିରରେ ଅର୍ପଣ କରନ୍ତୁ।

ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଆପଣ ଶନିବାର ଦିନ ଘରର ଅଗଣାରେ ସୋରିଷ ଦୀପ ପ୍ରଜ୍ବଳନ କରନ୍ତୁ। ଏଭଳି କରିବା ଦ୍ଵାରା ସବୁ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ। କୁହାଯାଏ କି ପିତୃ ପକ୍ଷ ଚାଲିଥିବା ସମୟରେ ସୋରିଷ ତେଲର ଦୀପ ପ୍ରଜ୍ବଳନ କରିବା ଶୁଭ ହୋଇଥାଏ। ଶନି ଦଶାରୁ ମୁକ୍ତି ପାଇବା ପାଇଁ ଶନି ମନ୍ଦିର ଯାଇ ସୋରିଷ ତେଲ ଅର୍ପଣ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ରାହୁ ଓ ଶନିଙ୍କ କୋପ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *