Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରି ସମୟରେ ମହିଳା ମାନେ ଏହି ଦୁଇଟି କାର୍ଯ୍ୟ କଲେ, ସେମାନଙ୍କର ସବୁ ଅଭିଳାଷା ହୋଇଥାଏ ପୂରଣ।

ସେୟାର୍ କରନ୍ତୁ

ହିନ୍ଦୁଧର୍ମରେ ନବରାତ୍ରିକୁ ବହୁତ ମହତ୍ତ୍ଵ ଦିଆଯାଇଛି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କୁ ଘରେ ସ୍ଥାପନ କରାଯାଇଥାଏ। ଦେବୀ ଦୁର୍ଗାଙ୍କ ନାମର ଅଖଣ୍ଡ ଜ୍ୟୋତି ମଧ୍ୟ ରଖା ଯାଇଥାଏ। ଏହି ସମୟରେ ଲୋକେ ଦେବୀ ଦୁର୍ଗାଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୁପକୁ ପୂଜାର୍ଚ୍ଚନା କରାଯାଇଥାଏ।

ଏଭଳି ମାନ୍ୟତା ରହିଛି କି ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଦ୍ୱାରା ମାଆ ଦୁର୍ଗା ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ସବୁ ମନସ୍କାମନା ପୂରଣ କରିଥାନ୍ତି। ଏହାସହିତ ଜୀବନର ସବୁ ଦୁଃଖକଷ୍ଟ ଦୂର କରି ଦେଇଥାନ୍ତି। ଆଜି ଆମେ ଆପଣଙ୍କୁ ନବରାତ୍ରି କେବେଠାରୁ ଆରମ୍ଭ ଏବଂ କଳସ ସ୍ଥାପନା କେବେ, ନବରାତ୍ରିରେ ଦେବୀଙ୍କ ସ୍ୱରୂପ ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶାରଦୀୟ ନବରାତ୍ରି ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବ। ଏହି ସମୟରେ ମାଆ ଦୁର୍ଗାଙ୍କର ଭକ୍ତ ମାନେ ନଅ ଦିନ ପର୍ଯ୍ୟନ୍ତ ଉପବାସ ବ୍ରତ ଆଦି କରି ଦେବୀଙ୍କୁ ସନ୍ତୁଷ୍ଟ କରିଥାନ୍ତି। ମାଆ ଦୁର୍ଗାଙ୍କର ନଅ ସ୍ୱରୂପ ହେଉଛି – ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡ, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରି, ସିଦ୍ଧିଦାତ୍ରୀ। ଏହି ନଅଟି ରୂପକୁ ପୂଜାର୍ଚ୍ଚନା କରିବା ଦ୍ୱାରା ଦେବୀ ଦୂର୍ଗା ପ୍ରସନ୍ନ ହୋଇଥାନ୍ତି।

ଏହି ନବରାତ୍ରି ସମୟରେ କିଛି ଖାସ କଥା ଉପରେ ବିଶେଷ ରୂପରେ ଧ୍ୟାନ ରଖିବା ଆବଶ୍ୟକ। ଯେପରି ନବରାତ୍ରି ସମୟରେ ଘରେ ଆମିଷ ବା ପିଆଜ ରସୁଣ ଭୋଜନ କରିବା ଅନୁଚିତ। ଏହି ସମୟରେ ଘରେ କୌଣସି ପ୍ରକାରର ଲଢେଇ ଝଗଡା କରନ୍ତୁ ନାହିଁ। ଘରକୁ ସର୍ବଦା ସଫାସୁତୁରା ରଖନ୍ତୁ ଏବଂ ସକାରାତ୍ମକ ପରିବେଶ ଉତ୍ପନ୍ନ କରିବା ପାଇଁ ପ୍ରୟାସ କରନ୍ତୁ। ଯଦି ଆପଣ ଘରେ ଅଶାନ୍ତି ବାତାବରଣ ରଖି ଦେବୀ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିବେ,ତାହେଲେ ଆପଣଙ୍କୁ କୌଣସି ଲାଭ ପ୍ରାପ୍ତ ହେବ ନାହିଁ।

ନବରାତ୍ରିରେ କଳସ ସ୍ଥାପନାର ଶୁଭ ମୂହୁର୍ତ୍ତ ହେଉଛି ୨୬ ସେପ୍ଟେମ୍ବର ସକାଳ ୬:୧୧ ଘଟିକାରୁ ୭:୫୧ ପର୍ଯ୍ୟନ୍ତ ରହିଛି।ଏଥର ଦେବୀ ଦୁର୍ଗା ହାତୀ ଉପରେ ବସି ପୃଥିବୀ ପୃଷ୍ଠକୁ ଆଗମନ କରିବେ। ତେଣୁ ଆପଣଙ୍କୁ ଏହି ସମୟରେ କିଛି ଖାସ କଥା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି, ନଚେତ ଦେବୀ ଦୂର୍ଗା କ୍ରୋଧିତ ହୋଇଯିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *