Excuse Me Odisha

ଯାହା କହିବୁ ସତ କହିବୁ

ଏହି ଜିନିଷ ସର୍ବଦା ନିଜ ମୁହଁରେ ରଖନ୍ତୁ। କେବେବି ଆପଣଙ୍କୁ ଅର୍ଥର ଅଭାବ ହେବ ନାହିଁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଈଶ୍ବରଙ୍କ ସୃଷ୍ଟିରେ ମନୁଷ୍ୟର ଭାଗ୍ୟ ତାର କର୍ମ ଅନୁସାରେ ନିର୍ଦ୍ଧାରିତ ହୋଇଥାଏ। କିନ୍ତୁ ମନୁଷ୍ୟ ନିଜ ଭୁଲକୁ ଭାଗ୍ୟ କହି ତାହାକୁ ସୌଭାଗ୍ୟ ବା ଦୁର୍ଭାଗ୍ୟର ନାମ ଦେଇ ଦେଇଛି। ଯଦି ଆପଣଙ୍କୁ ଜୀବନରେ ସର୍ବଦା ଦୁର୍ଭାଗ୍ୟର ସାମ୍ନା କରିବାକୁ ପଡୁଛି, ତାହେଲେ ଏଭଳି କଣ କରିବା ଉଚିତ ଯେ ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯିବ। ଏହି ସମୟରେ ଆପଣଙ୍କୁ ଧର୍ଯ୍ୟ, ସାହସ ଏବଂ ଆତ୍ମବିଶ୍ବାସ ରଖିବା ଆବଶ୍ୟକ। ନକାରାତ୍ମକ ଚିନ୍ତାଧାରା ଆମକୁ ହରାଇ ଦେଇଥାଏ। ତେଣୁ ସର୍ବଦା ସକାରାତ୍ମକ ଚିନ୍ତା ଭାବନା କରିବା ଆବଶ୍ୟକ।

ନକାରାତ୍ମକ ବିଚାର ଦ୍ଵାରା ଆପଣଙ୍କର ପରାଜୟ ହୋଇଥାଏ। ଅଳ୍ପ ପ୍ରୟାସ ଯୋଗୁଁ ସଫଳତା ହାତରୁ ଖସି ଯାଇଥାଏ। ତେଣୁ ସଙ୍କଟ ସମୟରେ ଧର୍ଯ୍ୟ ରଖନ୍ତୁ ଏବଂ ସମସ୍ୟାର ସମାଧାନ ବାହାର କରିବା ପାଇଁ ପ୍ରୟାସ କରନ୍ତୁ। ଏହାସହିତ ପୌରାଣିକ ଯୁଗରୁ କରାଯାଉଥିବା କିଛି ଖାସ ଉପାୟ କଲେ ମଧ୍ୟ ଆପଣ ଲାଭବାନ ହୋଇ ପାରିବେ।

ସନାତନ ଧର୍ମରେ ଲବଙ୍ଗ ଓ ଅଳେଇଚକୁ ଶୁଭ ମାନା ଯାଇଛି।ଏହି ଲବଙ୍ଗ ଓ ଅଳେଇଚକୁ ପୂଜାପାଠ ବା ଅନୁଷ୍ଠାନ ଗୁଡିକରେ ବ୍ୟବହାର କରାଯାଇଥାଏ। ଏହା ସ୍ବାସ୍ଥ୍ୟ ପକ୍ଷେ ହିତକାରକ ଅଟେ ଏବଂ ଜ୍ୟୋତିଷ କାର୍ଯ୍ୟରେ ମଧ୍ୟ ଉତ୍ତମ ପ୍ରୟୋଗ ହୋଇଥାଏ। ଲବଙ୍ଗର ପ୍ରୟୋଗ ତନ୍ତ୍ରମନ୍ତ୍ର କାର୍ଯ୍ୟରେ ମଧ୍ୟ କରାଯାଇଥାଏ। ତେବେ ଏହି ଦୁଇଟିକୁ ନେଇ ଆପଣ ସରଳ ଉପାୟ କରି ପାରିବେ। ଶନିବାର ବା ରବିବାର ଦିନ ଆପଣ ଗୋଟେ ମାଟି ପାତ୍ର ନେଇ ସେଥିରେ ତିନୋଟି ଲବଙ୍ଗ, ତିନୋଟି କର୍ପୂର, ତିନୋଟି ଅଳେଇଚ ନେଇ ଜଳାଇ ଦିଅନ୍ତୁ। ତାପରେ ଏହାକୁ ଘରର ପ୍ରତ୍ୟେକ କୋଣ ଅନୁକୋଣରେ ବୁଲାନ୍ତୁ। ନିଆଁ ଲିଭି ଗଲା ପରେ ଏହାର ପାଉଁଶକୁ ପାଣିରେ ମିଶାଇ ଘରର ମୁଖ୍ୟ ଦୁଆରରେ ଛିଟା ମାରି ଦିଅନ୍ତୁ। ଏହାଦ୍ବାରା ଘରକୁ ଆସୁଥିବା ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ।

ଯଦି ଆପଣଙ୍କ କୁଣ୍ଡଳୀରେ ଶୁକ୍ର ଗ୍ରହ ଅଶୁଭ ସ୍ଥିତିରେ ଅଛନ୍ତି, ତାହେଲେ ଆପଣ ଅଳେଇଚ ଓ ଲବଙ୍ଗ ନେଇ ଏହି ଖାସ ଉପାୟ କରନ୍ତୁ। କାରଣ ଶୁକ୍ର ଗ୍ରହକୁ ଧନ, ବୈଭବ, ସମ୍ମାନ, ସୌନ୍ଦର୍ଯ୍ୟ, କାମନାର କାରକ ଗ୍ରହ ମାନା ଯାଇଥାଏ। ଶୁକ୍ର ଗ୍ରହ ଶୁଭ ସ୍ଥିତିରେ ରହିଲେ, ଜୀବନରେ ସବୁ ସୁଖ ପ୍ରାପ୍ତି ହୋଇଥାଏ। ତେବେ କୁଣ୍ଡଳୀରେ ଶୁକ୍ର ଗ୍ରହକୁ ସୁଦୃଢ କରିବା ପାଇଁ ଶୁକ୍ରବାର ଦିନ ଗାଧୋଇବା ପୂର୍ବରୁ ପାଣିରେ ଅଳ୍ପ ଅଳେଇଚର ଦାନା ପକାଇ ସ୍ନାନ କରନ୍ତୁ। ଏହି ଉପାୟକୁ ଆପଣ ଶୁକ୍ରବାର ଦିନ କଲେ ଶୁଭ ଫଳ ପ୍ରାପ୍ତି ହେବ।

ସବୁଜ ଅଳେଇଚର ଦାନା ଏବଂ ଅଳ୍ପ ମିଶ୍ରି ନେଇ ଅଶ୍ୱତ୍ଥ ଗଛ ମୂଳରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ଆର୍ଥିକ ଅବସ୍ଥା ସୁଦୃଢ ରହିବ। ଯଦି ପତିପତ୍ନୀଙ୍କ ମଧ୍ୟରେ ବାରମ୍ବାର କଳି ଝଗଡା ଲାଗି ରହୁଛି ଏବଂ ଦୂରତା ବଢ଼ି ଯାଉଛି, ତାହେଲେ କିଛି ଅଳେଇଚ ଆପଣ ଗୋଟେ ରୁମାଲରେ ବାନ୍ଧି ନିଜ ପର୍ସରେ ରଖି ଦିଅନ୍ତୁ। ତାପରଦିନ ଏହାକୁ ପେଶି କୌଣସି ଖାଦ୍ୟରେ ପକାଇ ଦିଅନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ପତିପତ୍ନୀଙ୍କ ମଧ୍ୟରେ ସବୁ ମତଭେଦ ଦୂର ହୋଇ ପ୍ରେମ ବୃଦ୍ଧି ହେବ।

ଯଦି ଚାକିରି କ୍ଷେତ୍ରରେ ଆପଣଙ୍କୁ ଆଶାନୁରୂପ ସଫଳତା ମିଳୁନାହିଁ, ତାହେଲେ କିଛି ଅଳେଇଚ ନେଇ ଶୋଇବା ସମୟରେ ତକିଆ ତଳେ ରଖି ଦିଅନ୍ତୁ। ତାପରଦିନ ଏହି ଅଳେଇଚକୁ କୌଣସି ବାହାର ବ୍ୟକ୍ତିଙ୍କୁ ଖାଇବାକୁ ଦିଅନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *