Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରି ସମୟରେ କେଉଁ ମହିଳା ମାନେ ବ୍ରତ ରଖିବା ଅନୁଚିତ? ନଚେତ ଦେବୀ ଦୁର୍ଗା ହୋଇ ଯାଇଥାନ୍ତି କ୍ରୋଧିତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ।ହିନ୍ଦୁଧର୍ମରେ ନବରାତ୍ରିକୁ ବହୁତ ମହତ୍ତ୍ଵ ଦିଆଯାଇଛି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କୁ ଘରେ ସ୍ଥାପନ କରାଯାଇଥାଏ। ଦେବୀ ଦୁର୍ଗାଙ୍କ ନାମର ଅଖଣ୍ଡ ଜ୍ୟୋତି ମଧ୍ୟ ରଖା ଯାଇଥାଏ। ଏହି ସମୟରେ ଲୋକେ ଦେବୀ ଦୁର୍ଗାଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୁପକୁ ପୂଜାର୍ଚ୍ଚନା କରାଯାଇଥାଏ। ଏଭଳି ମାନ୍ୟତା ରହିଛି କି ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଦ୍ୱାରା ମାଆ ଦୁର୍ଗା ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ସବୁ ମନସ୍କାମନା ପୂରଣ କରିଥାନ୍ତି। ଏହାସହିତ ଜୀବନର ସବୁ ଦୁଃଖକଷ୍ଟ ଦୂର କରି ଦେଇଥାନ୍ତି।

ଏହି ବର୍ଷ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖ ସୋମବାର ଦିନ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ବୁଧବାର ଦିନ ସମାପ୍ତ ହେବ।କଳସ ସ୍ଥାପନାର ଶୁଭ ମୂହୁର୍ତ୍ତ ହେଉଛି ୨୬ ସେପ୍ଟେମ୍ବର ସକାଳ ୬:୧୧ ଘଟିକାରୁ ୭:୫୧ ପର୍ଯ୍ୟନ୍ତ ରହିଛି।ଏଥର ଦେବୀ ଦୁର୍ଗା ହାତୀ ଉପରେ ବସି ପୃଥିବୀ ପୃଷ୍ଠକୁ ଆଗମନ କରିବେ। ଆଜି ଆମେ ଆପଣଙ୍କୁ କିଛି ଖାସ ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନବରାତ୍ରି ସମୟରେ ବ୍ରତ ରଖିବା ଉଚିତ ନୁହେଁ।

ବିବାହିତ ମହିଳା ଓ ପୁରୁଷ ନବରାତ୍ରି ବ୍ରତ ରଖିବା ଉଚିତ ନୁହେଁ। ବିବାହିତ ବନ୍ଧନରେ ରହି ନବରାତ୍ରି ପୂଜା କରିବା ଓ ବ୍ରତ ଧାରଣ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। କିନ୍ତୁ ଭାଙ୍ଗି ଯାଇଥିବା ବନ୍ଧନରେ ଦେବୀଙ୍କ ବ୍ରତ ରଖିବା ଦ୍ଵାରା ମାଆ ଅସନ୍ତୁଷ୍ଟ ହୋଇ ଥାନ୍ତି। ଯଦି କୌଣସି ବ୍ୟକ୍ତି ସର୍ବଦା କଟୁ ବଚନ କହିଥାନ୍ତି, ତାଙ୍କୁ କେବେବି ନବରାତ୍ରି ବ୍ରତ ରଖିବା ଉଚିତ ନୁହେଁ।

ନବରାତ୍ରି ଚାଲିଥିବା ସମୟରେ ଦେବୀ ଦୁର୍ଗାଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ, ଦେଖିବେ ଶୁଭ ଫଳ ପ୍ରାପ୍ତି ହେବ। ଏହି ସମୟରେ ଘରକୁ ଷୋହଳ ଶୃଙ୍ଗାର ଆଣିବା ମଧ୍ୟ ଶୁଭ ହୋଇଥାଏ। ନବରାତ୍ରି ସମୟରେ ସୁନା ବା ରୁପା ଧାତୁ କିଣି ଠାକୁର ରଖି ପୂଜା କରିବା ଆବଶ୍ୟକ। ଏଭଳି କରିବା ଦ୍ଵାରା ମାଆ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି। ନବରାତ୍ରି ସମୟରେ ଘରକୁ ମୟୂର ପର, ଶଙ୍ଖ, ସୁନାରୁପା ଆଦି କିଣି ଆଣିବା ଉଚିତ। ଏହାଦ୍ବାରା ଘର ଧନଧାନ୍ୟରେ ପରିପୂର୍ଣ ହୋଇ ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *