Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତା ୩ ଦିନ ମଧ୍ୟରେ ଏହି ତିନୋଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଶୁକ୍ର ଗ୍ରହର ଶୁଭ ଦୃଷ୍ଟି ଯୋଗୁଁ ଜୀବନର ସବୁ ସମସ୍ୟା ହେବ ଦୂର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଜୀବନର ପ୍ରତ୍ୟେକ ଜିନିଷ ଆପଣଙ୍କ ଭାଗ୍ୟ ଉପରେ ନିର୍ଭର ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଧିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାନ୍ତି। ଏହାର ଶୁଭ ଓ ଅଶୁଭ ପ୍ରଭାବ ରାଶିଚକ୍ରରେ ଥିବା ୧୨ ଗୋଟି ରାଶି ଉପରେ ପଡ଼ିଥାଏ। ସେପ୍ଟେମ୍ବର ୨୪ ତାରିଖ ଦିନ ଶୁକ୍ର ଗ୍ରହ କନ୍ୟା ରାଶିରେ ଗୋଚର କରିବେ ଏବଂ ୨୩ ଦିନ ପର୍ଯ୍ୟନ୍ତ ସେହି ରାଶିରେ ଅବସ୍ଥାନ କରିବେ। ଏହାର ଶୁଭ ପ୍ରଭାବରେ ଏହି ସମୟରେ ଖାସ ତିନୋଟି ରାଶିର ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମିଥୁନ ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। କ୍ୟାରିୟରରେ ଆଗକୁ ବଢିବେ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ଅନ୍ୟ କମ୍ପାନୀରୁ ଚାକିରିର ଅଫର ମିଳିପାରେ। ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ମିଳିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣଙ୍କ ବିପଦ ସମୟରେ ସମ୍ପର୍କୀୟ ଆପଣଙ୍କ ସହିତ ରହିବେ। ଘରର ପରିବେଶ ସକାରାତ୍ମକ ରହିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଏହି ସମୟରେ ଜମିବାଡ଼ି କ୍ରୟ କରିବା ଆପଣଙ୍କ ପାଇଁ ଲାଭପ୍ରଦ ହେବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।

କର୍କଟ ରାଶି :-

ଶୁକ୍ର ଗ୍ରହ କନ୍ୟା ରାଶିରେ ପ୍ରବେଶ କରିବା ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମାପନ ହେବ। ବ୍ୟବସାୟିକ ମାମଲାରେ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଶତ୍ରୁ ଆପଣଙ୍କର କିଛି ମଧ୍ୟ କ୍ଷତି କରି ପାରିବେ ନାହିଁ। ଆର୍ଥିକ ଦୃଷ୍ଟିରୁ ଆପଣଙ୍କୁ ବଡ ଲାଭ ମିଳିପାରେ। ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ସଫଳତା ମିଳିବ।ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଅଚାନକ ଆପଣଙ୍କୁ ଧନ ଲାଭ ହେବାର ଯୋଗ ରହିଛି। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କନ୍ୟା ରାଶି :-

ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ଜୀବନରେ ଆସୁଥିବା ଦୁଃଖକଷ୍ଟ ସବୁ ଦୂର ହୋଇଯିବ। କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ। ଏହି ସମୟରେ ଆପଣଙ୍କର ସବୁ ମନସ୍କାମନା ଦୂର ହୋଇଯିବ। ଭାଗ୍ୟ ସର୍ବଦା ଆକାନଙ୍କ ସପକ୍ଷରେ ରହିବ। ଘରେ କୌଣସି ମାଙ୍ଗଳିକ ଅନୁଷ୍ଠାନର ଆୟୋଜନ ହୋଇପାରେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଯଦି ଏହି ସମୟରେ ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଅନୁକୂଳ ରହିଛି। ସେୟାର ମାର୍କେଟରେ ନିବେଶ କରି ଲାଭବାନ ହେବେ। ବିବାହିତ ଲୋକେ ସନ୍ତାନ ସୁଖ ଭୋଗ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *