Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରି ସମୟରେ ଘରର ବଗିଚାରେ ଲଗାନ୍ତୁ ଏହି ୭ ପ୍ରକାରର ଗଛ। ଦୂର ହୋଇଯିବ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୁପକୁ ପୂଜାର୍ଚ୍ଚନା କରାଯାଇଥାଏ। ଏଭଳି ମାନ୍ୟତା ରହିଛି କି ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଦ୍ୱାରା ମାଆ ଦୁର୍ଗା ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ସବୁ ମନସ୍କାମନା ପୂରଣ କରିଥାନ୍ତି। ଏହାସହିତ ଜୀବନର ସବୁ ଦୁଃଖକଷ୍ଟ ଦୂର କରି ଦେଇଥାନ୍ତି। ନବରାତ୍ରିରେ ଦେବୀ ଦୂର୍ଗା ଗୃହକୁ ପ୍ରବେଶ କରିଥାନ୍ତି। ତେଣୁ ଏହି ସମୟରେ ସବୁ ଶୁଭ କାର୍ଯ୍ୟ କରିବା ଆବଶ୍ୟକ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶାରଦୀୟ ନବରାତ୍ରି ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବ। ଏହି ସମୟରେ ମାଆ ଦୁର୍ଗାଙ୍କର ଭକ୍ତ ମାନେ ନଅ ଦିନ ପର୍ଯ୍ୟନ୍ତ ଉପବାସ ବ୍ରତ ଆଦି କରି ଦେବୀଙ୍କୁ ସନ୍ତୁଷ୍ଟ କରିଥାନ୍ତି।ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏହି ନବରାତ୍ରି ସମୟରେ ଘରର ବଗିଚାରେ କେଉଁ ଗଛ ଲଗାଇବା ଶୁଭ ହୋଇଥାଏ।

ମାନ୍ୟତା ରହିଛି କି, ନବରାତ୍ରିରେ ଦେବୀ ଦୁର୍ଗା ହାତୀରେ ବସି ପୃଥିବୀ ପୃଷ୍ଠକୁ ଆସିଲେ ବର୍ଷା ହୋଇଥାଏ। ଏହାଦ୍ବାରା ପରିବେଶ ସବୁଜମୟ ହୋଇ ଯାଇଥାଏ। ଏହାସହିତ ଲୋକଙ୍କ ଘରେ ଅନ୍ନ ଭଣ୍ଡାର ଭରି ଯାଇଥାଏ। ନୌକା ଉପରେ ବସି ଦେବୀ ଦୂର୍ଗା ଆସିଲେ ସାଧକ ମାନଙ୍କ ପାଇଁ ମଙ୍ଗଳକାରୀ ସାବ୍ୟସ୍ତ ହୋଇଥାଏ। ଯଦି ଆପଣ ଦେବୀ ଦୁର୍ଗାଙ୍କର କୃପା ଲାଭ କରିବାକୁ ଚାହୁଁଛନ୍ତି, ତାହେଲେ ନବରାତ୍ରି ସମୟରେ ଘର ବଗିଚାରେ ଏହି ଗଛ ଲଗାନ୍ତୁ। ଦେବୀ ଦୁର୍ଗାଙ୍କୁ ଏହି ଗଛ ବହୁତ ପ୍ରିୟ ଅଟେ। ଶାସ୍ତ୍ରରେ ଏହି ଗଛ ଗୁଡ଼ିକୁ ଅତ୍ୟନ୍ତ ଶୁଭ ମାନା ଯାଇଛି।

ଏହି ଗଛ ଗୁଡ଼ିକୁ ଆପଣଙ୍କୁ ଯତ୍ନ ନେବା ଆବଶ୍ୟକ। ପ୍ରଥମେ ହେଉଛି ନିମ୍ବ ଗଛ। ନିମ୍ବ ଗଛ ଅତ୍ୟନ୍ତ ଚମତ୍କାରୀ ଅଟେ। ନବରାତ୍ରି ସମୟରେ ଆପଣ ନିମ୍ବ ଗଛ ରୋପଣ କରନ୍ତୁ, ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଦେବୀ ଦୁର୍ଗାଙ୍କୁ ଆପଣ ନିମ୍ବ ପତ୍ର ଅର୍ପଣ କରି ପାରିବେ। ଦ୍ଵିତୀୟରେ ହେଉଛି ତୁଳସୀ ଗଛ। ଆପଣ ମାନେ ଜାଣିଛନ୍ତି କି ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଛି। ନବରାତ୍ରି ସମୟରେ ଘରେ ତୁଳସୀ ଗଛ ଲଗାନ୍ତୁ। ଦେଖିବେ ଆପଣଙ୍କ ଘରର ସବୁ ସଙ୍କଟ ଦୂର ହୋଇଯିବ। ଘର ହସଖୁସିରେ ପରିପୂର୍ଣ ହୋଇ ଉଠିବ। କୁହାଯାଏ କି ପ୍ରତ୍ୟେକଦିନ ତୁଳସୀ ଗଛକୁ ଜଳ ଅର୍ପଣ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ।

ତୃତୀୟରେ ହେଉଛି ଲେମ୍ବୁ। ଦେବୀ ଦୁର୍ଗାଙ୍କୁ ଲେମ୍ବୁ ଅର୍ପଣ କରିବା ଦ୍ୱାରା ମାଆ ପ୍ରସନ୍ନ ହୋଇଥାନ୍ତି। ଘର ପାଖରେ ଲେମ୍ବୁ ଗଛ ଲଗାଇବା ଦ୍ଵାରା ସବୁ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାନ୍ତି। ଏଥିପାଇଁ ଘର ବାହାରେ ଲେମ୍ବୁ ଟାଙ୍ଗୀ ଦିଆଯାଇଥାଏ। ନବରାତ୍ରି ସମୟରେ ଘର ବଗିଚାରେ କଦଳୀ ଗଛ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। କୁହାଯାଏ କି କଦଳୀ ଗଛରେ ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ବାସ କରିଥାନ୍ତି। ଏହାସହିତ ଆପଣ ଅପରାଜିତା ଫୁଲ, ବେଲ ଗଛ, କେରାଟ ଫୁଲ ଗଛ ଆଦି ମଧ୍ୟ ରୋପଣ କରନ୍ତୁ। ଏହି ଗଛ ଗୁଡ଼ିକ ନବରାତ୍ରି ଚାଲିଥିବା ସମୟରେ ଘର ବଗିଚାରେ ରୋପଣ କଲେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *