Excuse Me Odisha

ଯାହା କହିବୁ ସତ କହିବୁ

୨୩ ସେପ୍ଟେମ୍ବର ରାଶିଫଳ: ଏହି ୫ ଗୋଟି ରାଶିର ଲୋକଙ୍କୁ ଧନଲାଭ ହେବାର ଯୋଗ ରହିଛି। କିନ୍ତୁ ଖାସ ୩ଟି ରାଶିର ଲୋକେ ରୁହନ୍ତୁ ସତର୍କ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ତେବେ ଏହି ଦୈନିକ ରାଶିଫଳରୁ ନିଜ ରାଶି ବିଷୟରେ ଜାଣନ୍ତୁ।

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ଚାଲିଥିବା ସମସ୍ୟାକୁ ନେଇ ଆପଣ ବରିଷ୍ଠ ଅଧିକାରୀଙ୍କ ସହିତ ପରାମର୍ଶ କରିବେ। ସେୟାର ବଜାରରେ ନିବେଶ କରି ଆପଣ ଲାଭବାନ ହେବେ। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନ ସୁଖମୟ ରହିବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆଜି ଆପଣ ଅଧିକ କାର୍ଯ୍ୟ ବ୍ୟସ୍ତ ରହି ପାରନ୍ତି। ବ୍ୟାପାର ମାମଲାରେ କାହା ଉପରେ ଭରସା କରିବା ଆପଣଙ୍କ ହାନିକାରକ ସାବ୍ୟସ୍ତ ହେବ। ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ଆପଣ କଠିନ ପରିଶ୍ରମ କରିବେ। ନୂତନ ବାହନ କ୍ରୟ କରି ପାରନ୍ତି। ଅବିବାହିତ ଲୋକଙ୍କର ବିବାହରେ ଆସୁଥିବା ସବୁ ସଙ୍କଟ ଦୂର ହୋଇଯିବ।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭବିଷ୍ୟତ ପାଇଁ ଆପଣ ଯଥେଷ୍ଟ ଧନ ସଞ୍ଚୟ କରିବେ। ଲୋକମାନଙ୍କର ନକାରାତ୍ମକ କଥାକୁ ଅଣଦେଖା କରନ୍ତୁ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଆପଣ ଭଲଭାବରେ ବିଚାର କରନ୍ତୁ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ଭାଗ୍ୟକୁ ଭରସା କରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ସହକର୍ମୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଉଧାର ଦେଇଥିବା ଟଙ୍କା ଆପଣଙ୍କୁ ଉଚିତ ସମୟରେ ଫେରସ୍ତ ମିଳିବ।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କ ଘରେ କିଛି ଲଢେଇ ଝଗଡା ହୋଇପାରେ। ସମ୍ପର୍କୀୟଙ୍କ ସହିତ ହସଖୁସିରେ ସମୟ ଅତିବାହିତ କରିବେ। ପିତାମାତା ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ଆପଣ ଧର୍ଯ୍ୟ ସହକାରେ ସବୁ କାର୍ଯ୍ୟ ସମାପନ କରନ୍ତୁ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଶତ୍ରୁ ଆପଣଙ୍କର କ୍ଷତି କରିବା ପାଇଁ ପ୍ରୟାସ କରି ମଧ୍ୟ ସଫଳ ହେବେ ନାହିଁ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆଜି ଆପଣ କିଛି ବଡ଼ ଡୀଲ ଫାଇନାଲ କରି ପାରନ୍ତି, ତେଣୁ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିବେ।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବ୍ୟାପାର ମାମଲାରେ ଆପଣ କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଘରର ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆପଣଙ୍କର ଅଟକି ରହିଥିବା ଟଙ୍କା ଉଚିତ ସମୟରେ ଆପଣଙ୍କୁ ଫେରସ୍ତ ମିଳିବ। ବିଦ୍ୟାର୍ଥୀ ମାନଙ୍କୁ କୌଣସି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉତ୍ତମ ଅବସର ମିଳିପାରେ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ କିଛି କଠିନ ସମସ୍ୟା ସୃଷ୍ଟି ହୋଇପାରେ। ଆପଣଙ୍କ ମନ ଆଜି ବହୁତ ଅସ୍ଥିର ରହିବ, ଏହି ସମୟରେ ଆପଣ ଈଶ୍ବରଙ୍କ ଆରାଧନା କରନ୍ତୁ। ଭୁଲରେ କୌଣସି କଠିନ ନିଷ୍ପତ୍ତି ନିଅନ୍ତୁ ନାହିଁ, ନଚେତ ଏହାର ପରିଣାମ ଖରାପ ହୋଇପାରେ। ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ବିଶେଷ ରୂପରେ ଧ୍ୟାନ ଦେବା ଆବଶ୍ୟକ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ସନ୍ତୁଷ୍ଟ ହେବେ। ସୋସିଆଲ ମିଡିଆରେ ଯୋଡ଼ିତ ଲୋକଙ୍କୁ ସୁଖଦ ସମାଚାର ମିଳିପାରେ। ଆପଣ ନିଜ ପରିବାର ଲୋକଙ୍କୁ ନେଇ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଆଜି ଆପଣ କୌଣସି ସମ୍ପତ୍ତି କ୍ରୟ କରି ପାରନ୍ତି। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କୁ ଆଳସ୍ୟ ପରିତ୍ୟାଗ କରିବାକୁ ପଡ଼ିବ। ଘରୋଇ ସମସ୍ୟା ପାଇଁ ଆପଣ ମାନସିକ ରୂପରେ ଚିନ୍ତିତ ରହିବେ। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବା ଆବଶ୍ୟକ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଏବଂ ସନ୍ତାନ ସୁଖ ଭୋଗ କରି ପାରନ୍ତି। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନ କରି କରନ୍ତି। ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ। ବିବାହିତ ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣଙ୍କ ଜୀବନର ସବୁ ସଙ୍କଟ ଦୂର ହୋଇଯିବ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସଠିକ ସମୟରେ ସମ୍ପନ୍ନ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *