Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରି ସମୟରେ ଘରୁ ହଟାଇ ଦିଅନ୍ତୁ ଏହି ୫ଟି ଜିନିଷ। ନଚେତ ଦେବୀ ଦୁର୍ଗା ହୋଇଯିବେ କ୍ରୋଧିତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ହିନ୍ଦୁଧର୍ମରେ ନବରାତ୍ରିକୁ ବହୁତ ମହତ୍ତ୍ଵ ଦିଆଯାଇଛି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କୁ ଘରେ ସ୍ଥାପନ କରାଯାଇଥାଏ। ଦେବୀ ଦୁର୍ଗାଙ୍କ ନାମର ଅଖଣ୍ଡ ଜ୍ୟୋତି ମଧ୍ୟ ରଖା ଯାଇଥାଏ। ଏହି ସମୟରେ ଲୋକେ ଦେବୀ ଦୁର୍ଗାଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି। ନବରାତ୍ରିର ନଅ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ଅଲଗା ଅଲଗା ସ୍ୱରୁପକୁ ପୂଜାର୍ଚ୍ଚନା କରାଯାଇଥାଏ। ଏଭଳି ମାନ୍ୟତା ରହିଛି କି ଦେବୀ ଦୁର୍ଗାଙ୍କୁ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା କରିବା ଦ୍ୱାରା ମାଆ ଦୁର୍ଗା ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ସବୁ ମନସ୍କାମନା ପୂରଣ କରିଥାନ୍ତି। ଏହାସହିତ ଜୀବନର ସବୁ ଦୁଃଖକଷ୍ଟ ଦୂର କରି ଦେଇଥାନ୍ତି।

ମାଆ ଦୁର୍ଗାଙ୍କର ଭକ୍ତ ନଅ ଦିନ ପର୍ଯ୍ୟନ୍ତ ଜାଗରଣ କରି ମାଆଙ୍କର ଆରାଧନା କରିଥାନ୍ତି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶାରଦୀୟ ନବରାତ୍ରି ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ଆରମ୍ଭ ହୋଇ ଦଶମୀ ତିଥିରେ ସମାପ୍ତ ହୋଇଥାଏ। ଏହି ବର୍ଷ ଶାରଦୀୟ ନବରାତ୍ରି ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ଦିନ ସମାପ୍ତ ହେବ। ଏହି ନଅ ଦିନ ମଧ୍ୟରେ ଦେବୀ ଦୁର୍ଗାଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ମନୁଷ୍ୟକୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଯେଉଁମାନେ ଦେବୀ ଦୁର୍ଗାଙ୍କର କଠୋର ବ୍ରତ ପାଳନ କରିଥାନ୍ତି, ଦେବୀ ଦୁର୍ଗା ସେମାନଙ୍କର ସବୁ ଦୁଃଖ ନାଶ କରି ଆଶୀର୍ବାଦ ପ୍ରଦାନ କରିଥାନ୍ତି।

ଆଜି ଆମେ ଆପଣଙ୍କୁ କିଛି ଏଭଳି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହାକୁ ନବରାତ୍ରି ଚାଲିଥିବା ସମୟରେ ନିଶ୍ଚିତ ଭାବରେ ଘରୁ ହଟାଇ ଦେବା ଆବଶ୍ୟକ। ଏହି ଜିନିଷ ଘରେ ଏହିଲେ ନକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ। ନଚେତ ଦେବୀ ଦୁର୍ଗା କ୍ରୋଧିତ ହୋଇ ଯାଇଥାନ୍ତି।

– ଶାସ୍ତ୍ର ଅନୁସାରେ ନବରାତ୍ରି ସମୟରେ ଘରେ କୌଣସି ଖଣ୍ଡିତ ମୂର୍ତ୍ତି ରଖିବା ଉଚିତ ନୁହେଁ। ଘରେ କୌଣସି ସ୍ଥାନରେ ଖଣ୍ଡିତ ମୂର୍ତ୍ତି ରଖିବା ଉଚିତ ନୁହେଁ, ଏହାଦ୍ବାରା ଦେବୀ ଦୁର୍ଗାଙ୍କର ଅପମାନ ହୋଇଥାଏ ବୋଲି କୁହାଯାଏ। ତେଣୁ ନବରାତ୍ରି ସମୟରେ ଏହାକୁ ଘରୁ ହଟାଇ ଦିଅନ୍ତୁ। ଏହି ଖଣ୍ଡିତ ମୂର୍ତ୍ତିକୁ କୌଣସି ଆବର୍ଜନା କୁଣ୍ଡରେ ପକାଇବା ଉଚିତ ନୁହେଁ। ଆପଣ ଏହାକୁ କୌଣସି ନଦୀ ଜଳରେ ପ୍ରବାହିତ କରି ପାରିବେ।

– ପୁରୁଣା ଝାଡୁକୁ କେବେବି ଘରେ ରଖିବା ଉଚିତ ନୁହେଁ। ନବରାତ୍ରି ଚାଲିଥିବା ସମୟରେ ଆପଣ ନୂଆ ଝାଡି କିଣନ୍ତୁ। ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ। ଝାଡୁ ଦ୍ଵାରା ଘରର ଅଳିଆ ଆବର୍ଜନା ଓ ନକାରାତ୍ମକ ଶକ୍ତି ଘରୁ ବାହାରି ଯାଇଥାଏ। ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ।

– ନବରାତ୍ରି ସମୟରେ ଦେବୀ ଦୁର୍ଗା ଘରକୁ ପ୍ରବେଶ କରିଥାନ୍ତି। ଏହି ସମୟରେ ଯଦି ଘରେ ଅଳିଆ ଆବର୍ଜନା ଭର୍ତ୍ତି ରହିଲେ ଦେବୀ ଦୁର୍ଗା ଓ ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଯାଇଥାନ୍ତି ଏବଂ ଘରେ ଆର୍ଥିକ ଅଭାବ ଦେଖା ଦେଇଥାଏ। ଏହାସହିତ ଘରର ଅଗଣାରେ କେବେବି କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ। ଏହାଦ୍ବାରା ନକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ। ତେଣୁ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *